Voice of Eastern India

ଭୁବନେଶ୍ୱରରେ ଚାକିରି ନାଁରେ ଚାଲିଥିଲା ଦେହବ୍ୟବସାୟ ! ଆୟୁର୍ବେଦିକ ସେଣ୍ଟରରେ ପୁଲିସର ଚଢ଼ାଉ, ମାଲିକ ଓ ଗ୍ରାହକ ଅଟକ




ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ସାମ୍ନାକୁ ଆସିଛି ଚାକିରି ନାଁରେ ପ୍ରତାରଣା ଏବଂ ଅନୈତିକ କାର୍ଯ୍ୟର ଅଭିଯୋଗ। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ଆୟୁର୍ବେଦିକ ସେଣ୍ଟରରେ ନିଯୁକ୍ତି ଦେବାର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦେହବ୍ୟବସାୟରେ ନିୟୋଜିତ କରାଯାଉଥିବା ନେଇ ସଞ୍ଜୀନ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଥାନାରେ ପହଞ୍ଚିଲା ଯୁବତୀଙ୍କ ଅଭିଯୋଗ

ମିଳିଥିବା ସୂଚନା ଅନୁଯାୟୀ, ଚାକିରି ଯୋଗାଇଦେବା ବାହାନାରେ ଜଣେ ଯୁବତୀଙ୍କୁ ଉକ୍ତ ଆୟୁର୍ବେଦିକ ସେଣ୍ଟରକୁ ଡକାଯାଇଥିଲା। ତେବେ ସେଠାରେ ପହଞ୍ଚିବା ପରେ ତାଙ୍କୁ ଜୋରଜବରଦସ୍ତ ଅନୈତିକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଇଥିଲା। ଏହି ଘଟଣା ସମ୍ପର୍କରେ ପୀଡ଼ିତା ଯୁବତୀଜଣକ ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ।

ଯୁବତୀଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଚନ୍ଦ୍ରଶେଖରପୁର ଥାନା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ସମ୍ପୃକ୍ତ ଆୟୁର୍ବେଦିକ ସେଣ୍ଟରରେ ଚଢ଼ାଉ କରିଥିଲା। ରେଡ୍ ସମୟରେ ସେଠାରୁ ଜଣେ ଗ୍ରାହକଙ୍କୁ ଅଟକ ରଖାଯିବା ସହ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଏଥିସହିତ ସେଣ୍ଟରର ମାଲିକଙ୍କୁ ମଧ୍ୟ ପୁଲିସ ନିଜ ହେପାଜତକୁ ନେଇ ଅଧିକ ପଚରାଉଚୁରା ଚଳାଇଛି। ଘଟଣାସ୍ଥଳରୁ ଜବତ ସାମଗ୍ରୀ ଏବଂ ଅଟକ ବ୍ୟକ୍ତିଙ୍କୁ ନେଇ ପୁଲିସ ନିଜର ତଦନ୍ତ ପ୍ରକ୍ରିୟା ଜାରି ରଖିଛି।



Source link

Leave A Reply

Your email address will not be published.