କାଠମାଣ୍ଡୁ : ନେପାଳ ରାଷ୍ଟ୍ର ବ୍ୟାଙ୍କ ୨୦୦ ଓ ୫୦୦ ଟଙ୍କା ମୂଲ୍ୟବର୍ଗର ଭାରତୀୟ ନୋଟ୍ କୁ ବୈଧ ଉପଯୋଗ ଲାଗି ଅଧିକାରୀକ ଅନୁମତି ପ୍ରଦାନ କରିଛି। ଏଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଆବଶ୍ୟକ ପ୍ରକ୍ରିୟାତ୍ମକ ବ୍ୟବସ୍ଥା ପୁରଣ କରିବା ପରେ ଭାରତୀୟ ମୁଦ୍ରାର ଉପଯୋଗ ଓ ବିନିମୟକୁ ଔପଚାରିକ ରୂପେ ଲାଗୁ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ଅନୁସାରେ ୯ ନଭେମ୍ବର ୨୦୧୬ ପରେ ଜାରି ହୋଇଥିବା ୫୦୦ ଟଙ୍କା ପର୍ଯ୍ୟନ୍ତ ଭାରତୀୟ ନୋଟ୍ ଏବେ ନେପାଳ ଅଣାଯାଇ ପାରିବ ଓ ଭାରତ ନିଆଯାଇ ପାରିବ। ନେପାଳ ବଜାରରେ ଭାରତୀୟ ୫୦୦ ଟଙ୍କା ନୋଟ୍ ନେଣଦେଣ କରାଯାଇ ପାରିବ।
ନେପାଳ ରାଷ୍ଟ୍ର ବ୍ୟାଙ୍କ ଗୁରୁବାର ନିର୍ଦ୍ଦେଶ ଜାରି କରି ନେପାଳ ସରକାରଙ୍କ ନିଷ୍ପତ୍ତିକୁ ଲାଗୁ କରିଛି। ତେବେ ନଭେମ୍ବର ୨୦୧୬ ପୂର୍ବରୁ ଜାରି କରାଯାଇଥିବା ୫୦୦ ଓ ୧୦୦୦ ଟଙ୍କାର ପୁରୁଣା ଭାରତୀୟ ନୋଟର ଉପଯୋଗ ଏବେବି ନିଷିଦ୍ଧ ରହିବ। ସେହିପରି ବର୍ତ୍ତମାନ ପ୍ରଚଳନରେ ଥିବା ୨୦୦୦ ଟଙ୍କା ଭାରତୀୟ ନୋଟ୍ ନେପାଳ ଆଣିବା , ଭାରତ ନେବା ଅଥବା ପାଖରେ ରଖିବାକୁ ଅନୁମତି ମିଳିବ ନାହିଁ। କେନ୍ଦ୍ରୀୟ ବ୍ୟାଙ୍କ ଏହା ବି ସ୍ପଷ୍ଟ କରିଛନ୍ତି ଯେ ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶରୁ ନେପାଳକୁ ଆଣିବା ଅଥବା ନେପାଳରୁ ଭାରତକୁ ନେବାକୁ ଅନୁମତି ମିଳିବ ନାହିଁ।
ଉଲ୍ଲେଖଯୋଗ୍ୟ ଯେ ଭାରତ ସରକାର ୮ ନଭେମ୍ବର ୨୦୧୬ରେ ୫୦୦ ଓ ୧ ହଜାର ଟଙ୍କାର ପୁରୁଣା ନୋଟ୍ କୁ ଦେଶରେ ପ୍ରଚଳନରୁ ବାହାର କରିଦେଇଥିଲେ। ଯାହାର ପ୍ରଭାବ ନେପାଳ ଉପରେ ମଧ୍ୟ ପଡିଥିଲା। ସେତେବେଳେ ନେପାଳରେ ବଡ଼ ମୂଲ୍ୟବର୍ଗର ଭାରତୀୟ ନୋଟ୍ ବ୍ୟାପକ ପ୍ରଚଳନରେ ଥିଲା। ନେପାଳ ବ୍ୟାଙ୍କିଙ୍ଗ ପ୍ରଣାଳୀରେ ୫୦୦ ଓ ୧୦୦୦ ଟଙ୍କାର ଭାରତୀୟ ନୋଟ୍ ଆକାରରେ ୭ କୋଟି ଟଙ୍କାରୁ ଅଧିକ ରାଶି ଜମା ଥିଲା। ସେହି ନୋଟ୍ ଗୁଡିକୁ ବଦଳାଇବାକୁ ନେପାଳ ସରକାର ଅନେକବାର ପଦକ୍ଷେପ ନେଇଥିଲେ, ହେଲେ ଭାରତ ସରକାର ଏଥି ପାଇଁ ଅନୁମତି ଦେଇ ନଥିଲେ। ଏହା ପରେ ନେପାଳ ସରକାର ବଡ଼ ମୂଲ୍ୟ ବର୍ଗର ଭାରତୀୟ ନୋଟ୍ କୁ ଦେଶରେ ପ୍ରଚଳନ ଉପରେ ରୋକ ଲଗାଇ ଦେଇଥିଲେ।
Source link
