Voice of Eastern India

ଭାରତ-ଇଣ୍ଡିଜ୍ ପ୍ରଥମ ଦିନିକିଆ : ଟସ୍ ଜିତିଲା ଭାରତ, ପ୍ରଥମେ କରିବ ଫିଲ୍ଡିଂ


ନୂଆଦିଲ୍ଲୀ, ୨୭/୦୯ : ଘରୋଇ ଭାରତ ଓ ଓ୍ୱେଷ୍ଟ୍ ଇଣ୍ଡିଜ୍ ମଧ୍ୟରେ ରବିବାର ଖେଳାଯିବ ପ୍ରଥମ ଦିନିକିଆ। ମୁକାବିଲା ପୂର୍ବରୁ ଟସ୍ ଜିତିଛି ଭାରତ । ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ସେ ଭ୍ରମଣକାରୀ ଓ୍ୱେଷ୍ଟ୍ ଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।

ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ନଜରରେ ରଖ୍ ଉଭୟ ଦଳ ଚୂଡ଼ାନ୍ତ ଏକାଦଶ, ବ୍ୟାଟିଂ କ୍ରମ ଓ ବୋଲିଂ ରଣନୀତିରେ ପରୀକ୍ଷା ନିରୀକ୍ଷା କରିବେ। ଭାରତ ଘରୋଇ ଗ୍ରାଉଣ୍ଡରେ ପୁଣିଥରେ ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ। ପୂର୍ବ ଭଳି ଦୁଇ ମହାନ ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ଦର୍ଶକଙ୍କ ନଜର ରହିବ। 

Also Read :- ଏସିଆନ୍ ଗେମ୍ସ ୨୦୨୬: ବକ୍ସିଂରେ ପଦକ ପକ୍କା କଲେ ଭାରତୀୟ ଯବାନ ଅଙ୍କୁସ ପଂଘାଲ

ଭାରତ ଚଳିତ ବର୍ଷ ଘରୋଇ ଗ୍ରାଉଣ୍ଡରେ ୩ଟି ଦିନିକିଆ ଖେଳିଛି। ଏଥିରୁ ୨ଟି ମ୍ୟାଚ ପରାଜିତ ହୋଇଥିବାବେଳେ ଗୋଟିଏ ମ୍ୟାଚ ଜିତିଛି। ୱେଷ୍ଟ ଇଣ୍ଡିଜ ବିପକ୍ଷ ଏହି ୩ ମ୍ୟାଚ ବିଶିଷ୍ଟ ସିରିଜ ଜରିଆରେ ପୂର୍ବ ଫର୍ମ ଫେରି ପାଇବାକୁ ଦଳ ପ୍ରୟାସ କରିବ। ଭାରତ ବିପକ୍ଷରେ ୱେଷ୍ଟ ଇଣ୍ଡିଜ ଶେଷ ଥର ପାଇଁ ୨୦୦୬ରେ କୌଣସି ଦିନିକିଆ ସିରିଜ ଜିତିଥିଲା । ଦୀର୍ଘ ୨୦ ବର୍ଷର ଅପେକ୍ଷାରେ ଅନ୍ତ ଘଟାଇବାକୁ ଭ୍ରମଣକାରୀ ଦଳ ଲକ୍ଷ୍ୟ ରଖିବ ।

ଆଜି ବିରାଟ କୋହଲିଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବା ନିଶ୍ଚିତ। ସେ ଏକ ରେକର୍ଡ ଅପେକ୍ଷାରେ ରହିଛନ୍ତି। ଆଉ ୫୯ ରନ କଲେ ସେ ଦିନିକିଆ କ୍ରିକେଟରେ ୧୫,୦୦୦ ରନ ପୂରଣ କରିବେ। ୱେଷ୍ଟ ଇଣ୍ଡିଜ ବିପକ୍ଷରେ କୋହଲି ୬୬.୫୦ ହାରରେ ରନ ସଂଗ୍ରହ କରିଛନ୍ତି।



Source link

Leave A Reply

Your email address will not be published.