Voice of Eastern India

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ସ୍ୱର୍ଣ୍ଣିମ ବିଜୟ, ୪୪ ବର୍ଷ ଜିତିଲା ଗୋଲ୍ଡ;୨୦୨୮ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ


ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣିମ ଇତିହାସ ରଚିଛନ୍ତି । ମହିଳା ହକି ଟିମ୍ ୪୪ ବର୍ଷ ପରେ ପୋଡ଼ିୟମର ଶୀର୍ଷରେ ସ୍ଥାନ ପକ୍କା କରିଛନ୍ତି । ଫାଇନାଲରେ ଚୀନକୁ ୧-୦ ଗୋଲରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତି ଭାରତୀୟ ମହିଳା ହକି ଦଳ ଲସ୍ ଆଞ୍ଜିଲସ୍ ଅଲିମ୍ପିକ୍ ୨୦୨୮ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି । ସେପଟେ ଜାପାନ ସୁଟ୍ ଆଉଟରେ କୋରିଆକୁ ହରାଇ ବ୍ରୌଞ୍ଜ ପଦକ ଜିତିଛି ।

ଫାଇନାଲ୍ ମ୍ୟାଚରେ ଚୀନକୁ ୧-୦ ହରାଇଛି ଭାରତ । ପ୍ୟାରିସ୍ ଅଲିମ୍ପିକରେ ରୌପ୍ୟ ବିଜେତା ଚୀନ ବିପକ୍ଷରେ ଭାରତ ମ୍ୟାଚ୍ ୧୦ମ ମିନିଟରେ ହିଁ ଲାଲରେମସିଆମିଙ୍କ ଗୋଲ୍ ବଳରେ ଆଗ୍ରଣୀ ରହିଥିଲା । ଏହି ବ୍ୟବଧାନର ଶେଷ ହ୍ୱିସିଲ୍ ବାଜିବା ପର୍ଯ୍ୟନ୍ତ ଭାରତୀୟ ମହିଳା ଦଳ ବଜାୟ ରଖିଥିଲା ।



Source link

Leave A Reply

Your email address will not be published.