Voice of Eastern India

ଆସିବ କି ବାତ୍ୟା ? ସମୁଦ୍ରରେ ଗୋଟାଉଛି ବଳ, ଏହି ସବୁ ଜାଗାରେ ପ୍ରବଳ ବର୍ଷା ଏବଂ ପବନ


ମାନିଲା,|୦୬:ସାରା ବିଶ୍ୱରେ ପଡୁଛି ଏଲ୍-ନିନୋର ପ୍ରଭାବ । ଭାରତରେ ମୌସୁମୀ ପ୍ରଭାବିତ ହେଉଛି । ଯେତିକି ବର୍ଷା ହେବା କଥା ତାଠାରୁ କମ୍ ବର୍ଷା ହେଉଛି । ଖାଲି ଭାରତ ନୁହେଁ ବିଶ୍ୱର ଅନେକ ଦେଶ ଉପରେ ଏହାର ପ୍ରଭାବ ପଡୁଛି । ଯାହା ଫଳରେ ସମୁଦ୍ରର ତାପମାତ୍ରା ବଢିବା ସହ ବାତ୍ୟା ଆଶଙ୍କା ମଧ୍ୟ ଦେଖାଦେଲାଣି ।

ରିପୋର୍ଟ ଅନୁସାରେ, ଆସନ୍ତା ସପ୍ତାହରେ ବାତ୍ୟା ଆସିବାର ସମ୍ଭାବନା ରହିଛି । ତେବେ ଏହା ଭାରତ ନୁହେଁ ବରଂ ଫିଲିପାଇନ୍ସରେ ତାଣ୍ଡବ ରଚିପାରେ । ଯେଉଁଥିପାଇଁ ସେଠାକାର ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ଗତବର୍ଷ ଫିଲିପାଇନ୍ସରେ ବାତ୍ୟାର ଭୟଙ୍କର ପ୍ରକୋପ ଦେଖିବାକୁ ମିଳିଥିଲା । ଏଥର ମଧ୍ୟ କିଛି ଏପରି ଆଶଙ୍କା କରି ଜନତା ଭୟବୀତ ଅବସ୍ଥାରେ ଅଛନ୍ତି ।

ଫିଲିପାଇନ୍ସ ପାଣିପାଗ ବିଭାଗର କହିବାନୁସାରେ, ଶନିବାର ଫିଲିପାଇନ୍ସ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଯାହା ଆସନ୍ତା ସପ୍ତାହରେ ଅବପାତର ରୂପ ନେଇ ପ୍ରଭାବ ପକାଇବା ଆରମ୍ଭ କରିବ । ଏହା ଏବେ ଦେଶର ଉତ୍ତରପୂର୍ବରେ ଥିବା ମିଣ୍ଡାନୋଠୁ ୯୬୫ କିଲୋମିଟର ଦୂରରେ ରହିଛି । ଯାହା ଫଳରେ ଦେଶର ପୂର୍ବ ବିଷୟସ, ଉତ୍ତର ମିଣ୍ଡାନାଓ, କାରାଗା ଏବଂ ଡାଭାଓ ଅଞ୍ଚଳରେ ବର୍ଷା ଏବଂ ପବନର ପ୍ରକୋପ ବଢିବା ନେଇ ଆଶଙ୍କା କରାଯାଉଛି ।

ସ୍ଥାନୀୟ ପାଣିପାଗ ବିଭାଗର କହିବାନୁସାରେ, ଏବେ ଲଘୁଚାପ କ୍ଷେତ୍ର ଏବଂ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ବାତ୍ୟାର ରୂପ ନେବାର ଆଶଙ୍କାକୁ ଏଡାଇ ଦେଇହେବ ନାହିଁ । ବାତ୍ୟା ପାଇଁ କମ୍ ସମ୍ଭାବନା ଥିଲେ ବି ଏବେଠୁ କିଛି କହିବା ମୁସ୍କିଲ । ଏହା କେବଳ ଲଘୁଚାପ କିମ୍ବା ଅବପାତ ହୋଇ ରହିପାରେ ।

ପାଣିପାଗବିତ୍ ଡାନିଏଲ୍ ଭିଲାମିଲ୍ କହିଛନ୍ତି ଯେ, ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ବାତ୍ୟାର ରୂପ ନେବ ନା ନାହିଁ କହିହେବ ନାହିଁ । ଏହା ଆଗାମୀ ଦିନରେ ଫିଲିପାଇନ୍ସର ଉତ୍ତର ପଶ୍ଚିମ ଦିଗ ଆଡେ ଗତି କରିବ । ଦକ୍ଷିଣ ଲୁଜୋନ୍ ଏବଂ ବିଷୟସ୍ ଅଞ୍ଚଳ ଆଡକୁ ମଧ୍ୟ ଅବପାତ ମୁହାଁଇପାରେ ବୋଲି ସେ କହିଛନ୍ତି ।



Source link

Leave A Reply

Your email address will not be published.