Voice of Eastern India

ଆଲୋଚନା ପାଇଁ ଇରାନର ପ୍ରତିରକ୍ଷା ମୁଖ୍ୟଙ୍କୁ ପତ୍ର ଲେଖିଲେ ଆମେରିକାର ଉପରାଷ୍ଟ୍ରପତି


ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏହାକୁ ପ୍ରଶମିତ କରିବା ଲାଗି ବିଭିନ୍ନ ସମୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଏହାରି ମଧ୍ୟରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଇରାନ୍‌ ପ୍ରତିରକ୍ଷା ମଖ୍ୟଙ୍କୁ ପତ୍ର ଲେଖି ଆଲୋଚନା ପୁଣି ଥରେ ଆରମ୍ଭ କରିବାକୁ ନିବେଦନ କରିଛନ୍ତି । କିନ୍ତୁ ଇରାନର ‘ତସନିମ୍’ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁସାରେ, ତେହେରାନ୍ ଏପର୍ଯ୍ୟନ୍ତ ଏହି ଚିଠିର କୌଣସି ଉତ୍ତର ଦେଇନାହିଁ।

‘ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣଲ୍’ର ରିପୋର୍ଟ ଅନୁସାରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଭାନ୍ସ ଇରାନର ପ୍ରତିରକ୍ଷା ମୁଖ୍ୟ ମୋହସିନ ରେଜାଇଙ୍କ ନିକଟକୁ ଏହି ପତ୍ର ପଠାଇଛନ୍ତି। ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଠିକ୍ କିଛି ଦିନ ପୂର୍ବରୁ ଜେଡି ଭାନ୍ସଙ୍କ ପତ୍ର ଚର୍ଚ୍ଚା ବଢ଼ାଇଛି । ଅନ୍ୟପଟେ, ଟ୍ରମ୍ପ ନିରନ୍ତର ଭାବରେ ଇରାନ ବିରୋଧରେ ପୁଣି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଉଛନ୍ତି।

ଆମେରିକୀୟ ଅଧିକାରୀଙ୍କ ଅନୁସାରେ, ଯଦି ସାମରିକ ଆକ୍ରମଣ ହୁଏ, ତେବେ ତାହା ଆଗାମୀ କିଛି ସପ୍ତାହ ମଧ୍ୟରେ ଏକ ଭୟଙ୍କର ରୂପ ନେଇପାରେ । ଇରାନ ସହ କୌଣସି ଆଲୋଚନା ଚାଲିନାହିଁ ବୋଲି ଟ୍ରମ୍ପ ସାର୍ବଜନୀନ ଭାବରେ କହିବାର କିଛି ଦିନ ମଧ୍ୟରେ ହିଁ ଭାନ୍ସଙ୍କର ଏହି ଗୁପ୍ତ ଚିଠି ବିଷୟରେ ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ଇରାନ ପକ୍ଷରୁ ଏହି ଚିଠିକୁ ସକାରାତ୍ମକ ଭାବରେ ଗ୍ରହଣ କରାଯାଇଛି । କିନ୍ତୁ ଉତ୍ତର ଦେବାରେ ବିଳମ୍ବ ହେଉଥିବାରୁ ଆଗାମୀ କୂଟନୈତିକ ଆଲୋଚନାକୁ ନେଇ ଅନିଶ୍ଚିତତା ଲାଗିରହିଛି।

‘ଦି ନ୍ୟୁୟର୍କ ଟାଇମ୍ସ’ ଅନୁସାରେ, ଭାନ୍ସଙ୍କ ଏହି ଚିଠିରେ ଆମେରିକା ଏବଂ ଇରାନର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ଶୀଘ୍ର ବୈଠକ କରିବାକୁ ପ୍ରସ୍ତାବ ଦିଆଯାଇଛି। ଗତ ଜୁନ୍ ମାସରେ ହୋଇଥିବା ଆଲୋଚନା ଭଳି ଏହି ନୂତନ ବୈଠକରେ ମଧ୍ୟ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ନିଜେ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇପାରନ୍ତି। 



Source link

Leave A Reply

Your email address will not be published.