ଗଜପତି: ପବିତ୍ର ରଥଯାତ୍ରାର ପ୍ରଥମ ଦିନରେ ପାରଳାଖେମୁଣ୍ଡିରେ ଘଟିଛି ଏକ ଅଘଟଣ। ରଥଯାତ୍ରା ଉପଲକ୍ଷେ ସହରରେ ଆୟୋଜିତ ମୀନା ବଜାର ପରିସରରେ ବିଦ୍ୟୁତ ଆଘାତରେ ଜଣେ ୧୫ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ଘଟଣା ପରେ ଉତ୍ସବମୁଖର ପରିବେଶ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମୃତ କିଶୋର ହେଲେ ପାରଳାଖେମୁଣ୍ଡି ଫ୍ରେଣ୍ଡ୍ସ କଲୋନୀ ତୃତୀୟ ଗଳିର ବିନୋଦ ବେହେରା।
ସୂଚନା ଅନୁଯାୟୀ, ରଥଯାତ୍ରା ଅବସରରେ ଲାଗିଥିବା ମୀନା ବଜାରକୁ ବିନୋଦ ଯାଇଥିବା ବେଳେ ହଠାତ୍ ସେଠାରେ କୌଣସି କାରଣରୁ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Also Read: ବୁଲା କୁକୁରଙ୍କ ଭୟରେ ଛୁ ମାରିଲେ ଚୋର ! CCTVରେ କଏଦ ଚୋରି ବେଳର ଦୃଶ୍ୟ
ସେପଟେ ଘଟଣା ପରେ ମୀନା ବଜାର ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। କେଉଁ ପରିସ୍ଥିତିରେ ବିଦ୍ୟୁତ ଆଘାତ ଲାଗିଲା ଏବଂ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି ନାହିଁ ? ସେନେଇ ପୁଲିସ ଓ ସମ୍ପୃକ୍ତ ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ରିପୋର୍ଟ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
