Voice of Eastern India

Rath Yatra 2026 : ପହଣ୍ଡି ସମୟରେ ଅଧା ବାଟରୁ ଖୋଲିଗଲା ମହାପ୍ରଭୁଙ୍କ ଟାହିଆ, ଇଏ କ’ଣ କେଉଁ ଅଘଟଣର ସୂଚନା?


ପୁରୀ : ଜଗା ରୁଷିଛି କି…ଅଭିମାନ କରିଛି କି? ସେ ତ ମନୁଆ ଠାକୁର, କିଏ ବା ବୁଝିବତା ଲୀଳା କିଏବୁଝିବ ତା ଇଚ୍ଛା ? ଜଗତର ନାଥ…କାଳିଆ ସାଆନ୍ତ… କୋଟି ଓଡ଼ିଆଙ୍କ ପ୍ରାଣ । ବ୍ରହ୍ମାଣ୍ଡ ଠାକୁର ସେ । ତା ପାଇଁ ଉଠୁଛି ପଡ଼ୁଛି ବଡ଼ଦାଣ୍ଡ। ଜନତା ଦେବତା ସଭିଏଁ ଆତୁର , ରତ୍ନ ସିଂହାସନରୁ ଓହ୍ଲାଇ ରଥରେ ବିଜେ କରିଛନ୍ତି ଠାକୁର । କିନ୍ତୁ ସେ ଆସିବାରେ ଡେରି କରିଛି। ଆସିଛି କିନ୍ତୁ ଅଭିମାନ ବେଶରେ, ତା ପୁଣି ବିନା ଟାହିଆରେ । କିନ୍ତୁ ମହାପ୍ରଭୁଙ୍କୁ ବିନା ଟାହିଆରେ ଦେଖି ନିରାଶ ଭକ୍ତ। 

ପବିତ୍ର ଘୋଷଯାତ୍ରା ଅବସରରେ ଲୋକାରଣ୍ୟ ଶ୍ରୀକ୍ଷେତ୍ର । ବର୍ଷା ହୋଇନି ବାଧକ , ଥମିନି ଭକ୍ତଙ୍କ ପ୍ରାର୍ଥନା, ଘଣ୍ଟ ଘଣ୍ଟା, ବାଜା ଆଉ ନୃତ୍ୟରେ କମ୍ପୁଛି ସିଂହ ଦ୍ବାରୁ ବଡ ଦାଣ୍ଡ । ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ପରେ ଶେଷରେ କୋଟି କୈବଲ୍ୟନାଥ । ଭାଇ ଭଉଣୀ ପହଣ୍ଡିରେ ଆସିଲେ , ତାପରେ ଝୁଲି ଝୁଲି ବାହାରିଲେ ପ୍ରଭୁ ଶ୍ରୀ ଜଗନ୍ନାଥ । କିନ୍ତୁ ମହାବାହୁଙ୍କ ପହଣ୍ଡି ବିଜେ ବେଳେଘଟିଛି ବ୍ୟତିକ୍ରମ । ପହଣ୍ଡି ସମୟରେ ଅଧା ବାଟରୁ ଖୋଲିଗଲା ମହାପ୍ରଭୁଙ୍କ ଟାହିଆ। କିଏ କହିଲା ଅଘଟଣ , କିଏ ଭାବିଲେ ଅଶୁଭ । ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ଦୁଃଖରେ ଚିନ୍ତିତ । ମହାପ୍ରଭୁଙ୍କ ମସ୍ତକରେ ଟାହିଆ ନଥିବା ଦେଖି ହେଲେ ନିରାଶ ଭକ୍ତ । କାରଣ ଶ୍ରୀଜଗନ୍ନାଥଙ୍କ ପହଣ୍ଡି କଥା ଉଠିଲେ ସର୍ବପ୍ରଥମେ ମନକୁ ଆସେ ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଉଥିବା ପବିତ୍ରଟାହିଆ। ଏହା କେବଳ ଏକ ଅଳଙ୍କାର ନୁହେଁ,ବରଂ ଶତାବ୍ଦୀ ପୁରୁଣା ପରମ୍ପରା,ଆସ୍ଥା ଓ ଓଡ଼ିଆ ଅସ୍ମିତାର ଏକ ପ୍ରତୀକ। ଆଜିର ରଥଯାତ୍ରାରେ ମହାପ୍ରଭୁଙ୍କୁ ଟାହିଆ ବିନା ପହଣ୍ଡି କରାଯିବା ଦୃଶ୍ୟ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ବ୍ୟଥିତ କରିଛି। ଏହା କେବଳ ଏକ ତ୍ରୁଟି ନୁହେଁ,ବରଂ ମହାପ୍ରଭୁଙ୍କ ପ୍ରାଚୀନ ପରମ୍ପରା ପ୍ରତି ଗୁରୁତର ଅବହେଳା ବୋଲି ଅନୁଭବ ହେଉଛି।ସେପଟେ ବରିଷ୍ଠ ସେବାୟତ କହିଲେ ଆଗକୁ ଘଟିବାକୁ ଯାଉଛି ବଡ଼ ଅଘଟଣ । ସେ ଏହାକୁ ମହାପ୍ରଭୁ ଦେଉଥିବା କିଛି ସଙ୍କେତ ବୋଲି କହିଛନ୍ତି।

Also Read-ଅନନ୍ୟ ଏକ ରଥଯାତ୍ରା, କାଙ୍କଣ ଶିଖରୀ ଧାମରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ଲୀଳା

ପବିତ୍ର ଘୋଷଯାତ୍ରାରେ ମୂଷଳ ଧାରାରେ ବର୍ଷା। ଭକ୍ତିର ଭାବରେ ଭିଜୁଛନ୍ତି ଭକ୍ତ।ବଡଦାଣ୍ଡରେ ଭକ୍ତ, ଭଗବାନଙ୍କ ଏହି ମିଳନର ଅପରୂପ ଦୃଶ୍ୟ । ବର୍ଷା ଯେ ବାଧକ ନୁହେଁ, ଇନ୍ଦ୍ର ଦେବଙ୍କ ସ୍ବାଗତର ଧାରା । ସେବା, ସ୍ରଦ୍ଧା, ଭକ୍ତିରେ ବା ବାଧକ ହୋଇପାରେ କେହି । ଶ୍ରୀକ୍ଷେତ୍ରେ ପ୍ରଭୁଙ୍କ ଏହି ଦୁର୍ଲଭ ଦର୍ଶନଯେ, କୋଟି ଜନ୍ମର ପୂଣ୍ୟ । ସେଥି ଲାଗି ଭକ୍ତମାନେ ଛୁଟି ଆସିଛନ୍ତି ବିଶ୍ବର କୋଣ ଅନୁକୋଣରୁ । ଜୟ ଜଗନ୍ନାଥ ଆଉ ଜୟ ଜୟ କାର ଶବ୍ଦ ହୁଏ ପ୍ରକମ୍ପିତ ।ଘଟଣା ହେଉ କି ଅଘଟଣ, ସବୁ ତ ତାରି ଲୀଳା, ତାରି ଇଚ୍ଛା।

 



Source link

Leave A Reply

Your email address will not be published.