ଭଦ୍ରକ ୧୨।୮: ମୃତଦେହ ନେଇ ଯାଉଥିବା ସ୍ବର୍ଗ ରଥ । ବାଟରେ ହରାଇଲା ଭାରସାମ୍ୟ । ରାସ୍ତା କଡ଼କୁ ଓଲଟି ପଡ଼ିଲା । ଦୁର୍ଘଟଣାରେ ୩ ଜଣ ଆହତ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପାଳଦା ବାଙ୍କ ନିକଟରେ ଘଟିଛି ଦୁର୍ଘଟଣା ।
ସୋର ଅଞ୍ଚଳରୁ ଏକ ମୃତଦେହ ନେଇ ସ୍ୱର୍ଗଦ୍ୱାର ଯାଉଥିଲା ସ୍ବର୍ଗ ରଥ । ଏହି ସମୟରେ ୧୬ ନମ୍ୱର ଜାତୀୟ ରାଜପଥରେ ଭାରସାମ୍ୟ ହରାଇଲା ଗାଡ଼ି । ଫଳରେ ରାଜପଥ କଡକୁ ଓଲଟି ପଡ଼ିଥିଲା ସ୍ବର୍ଗ ରଥ । ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଓ ଅନ୍ୟମାନେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ । ବର୍ତ୍ତମାନ ଆହତ ମାନଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି ।
ଦୁର୍ଘଟଣାରେ ମୃତଦେହ ନେଇ ଯାଉଥିବା ଗାଡ଼ିଟି କ୍ଷତିଗ୍ରସ୍ତ ହେବା ପରେ ମୃତଦେହକୁ ଅନ୍ୟ ଏକ ଗାଡ଼ିରେ ପୁରୀ ସ୍ବର୍ଗଦ୍ବାରକୁ ପଠାଯାଇଥିବା ଜଣାପଡି଼ଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
Watch Video:
