Voice of Eastern India

Sourav Ganguly Biopic: ଆସୁଛି ସୌରଭ ଗାଙ୍ଗୁଲିଙ୍କ ବାୟୋପିକ, ଫିଲ୍ମରୁ କେତେ ଟଙ୍କା ପାଇବେ ଦାଦା ? ଗାଙ୍ଗୁଲିଙ୍କ ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ


ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ‘ଦାଦା: ଦ ସୌରଭ ଗାଙ୍ଗୁଲି ଷ୍ଟୋରି’ର ରିଲିଜ୍ ତାରିଖ ସାମ୍ନାକୁ ଆସି ସାରିଛି। ଗାଙ୍ଗୁଲିଙ୍କ ଜନ୍ମଦିନ ଅବସରରେ ଜୁଲାଇ ୮ ତାରିଖରେ ଅଭିନେତା ରାଜକୁମାର ରାଓ ସୋସିଆଲ ମିଡିଆରେ ଫିଲ୍ମର ପ୍ରଥମ ଲୁକ୍ ଶେୟାର କରିଥିଲେ। ଏହି ଫିଲ୍ମ ୨୦୨୭ ମେ ୧୪ ତାରିଖରେ ଦେଶବ୍ୟାପୀ ସିନେମାହଲ୍ଗୁଡ଼ିକରେ ମୁକ୍ତିଲାଭ କରିବ। ସୌରଭ ଗଙ୍ଗୁଲି ମଧ୍ୟ ରାଜକୁମାର ରାଓଙ୍କର ଏହି ପୋଷ୍ଟକୁଟିକୁ ଶେୟାର କରିଥିଲେ। ଏବଂ ଖୁସୀ ବ୍ୟକ୍ତ କରିଥିଲେ।

ତେବେ ଗାଙ୍ଗୁଲିଙ୍କ ଜୀବନ ଉପରେ ଆଧାରିତ ସିନେମା ମୁକ୍ତିଲାଭ କରିବାକୁ ଆଉ ପାଖାପାଖି ବର୍ଷେ ସମୟ ବାକି ରହିଛି। ହେଲେ ତା ପୂର୍ବରୁ ଦାଦାଙ୍କୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଦାଦା କେଉଁଠି ରୁହନ୍ତି ? ତାଙ୍କ ସମ୍ପତ୍ତି କେତେ ? ଏହି ବାୟୋପିକ ସିନେମାରୁ ତାଙ୍କୁ କେତେ ମିଳିବ ଆଦି, ଏଭଳି ଅନେକ ଆଲୋଚନା ଚାଲିଛି। ଆମେ ଆପଣଙ୍କୁ ଏହି ସବୁ ପ୍ରଶ୍ନରଉ ଉତ୍ତର ଦେବୁ।

Also read- ବୈଭବ ସୂର୍ଯ୍ୟବଂଶୀଙ୍କ ବିରୁଦ୍ଧରେ ଜାଣିଶୁଣି ପ୍ଲାନ କରାଯାଇଛି: ଚିନ୍ତା ବ୍ୟକ୍ତ କଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର

ହେଲେ ତା ପୂର୍ବରୁ ଆପଣଙ୍କୁ କହି ରଖୁଛୁ ଯେ ସୌରଭ ଗାଙ୍ଗୁଲି ୨୦୦୮ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ତା’ପରେ ସେ ୨୦୧୨ ମସିହାରେ ଆଇପିଏଲ ଛାଡି ଦେଇଥିଲେ। ଗାଙ୍ଗୁଲି କ୍ରିକେଟରୁ ଅବସର ନେବାର ୧୪ ବର୍ଷ ବିତିଗଲାଣି। ଅବସର ପରେ ତାଙ୍କର ଆୟର ଉତ୍ସ ମଧ୍ୟ ବଦଳି ଯାଇଛି। ଉଦାହରଣ ସ୍ୱରୂପ, ସେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡର ସଭାପତି ଭାବରେ କାର୍ଯ୍ୟ କରିଥିଲେ। ସେ ବର୍ତ୍ତମାନ ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି। ତା ଛଡ଼ା ପଶ୍ଚିମବଙ୍ଗରେ ଅନେକ ଟିଭି ଶୋ, ବିଜ୍ଞାପନ ମାଧ୍ୟମରେ ମଧ୍ୟ ସୌରଭ ଗାଙ୍ଗୁଲି ଖୁବ ରୋଜଗାର କରନ୍ତି। ତେଣୁ, ଆସନ୍ତୁ ଜାଣିବା ଗାଙ୍ଗୁଲିଙ୍କ ବର୍ତ୍ତମାନର ସମ୍ପତ୍ତି ମୂଲ୍ୟ କେତେ।

ସୌରଭ ଗାଙ୍ଗୁଲିଙ୍କ ନେଟ୍ ୱର୍ଥ କେତେ?

ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା ସୌରଭ ଗାଙ୍ଗୁଲିଙ୍କ ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୭୦୦ କୋଟି ଟଙ୍କା। କୋଲକାତା ବ୍ୟତୀତ ଲଣ୍ଡନ ଏବଂ ଭାରତର ଅନ୍ୟାନ୍ୟ ସହରରେ ମଧ୍ୟ ତାଙ୍କର ସମ୍ପତ୍ତି ରହିଥିବା ରିପୋର୍ଟରେ କୁହାଯାଇଛି। କୋଲକାତାରେ ତାଙ୍କର ଏକ ବିଳାସପୂର୍ଣ୍ଣ ବାସଭବନ ରହିଛି, ଯାହାର ମୂଲ୍ୟ ପ୍ରାୟ ୭ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଏହାସହ ଲଣ୍ଡନରେ ତାଙ୍କର ଏକ ୨BHK ଫ୍ଲାଟ୍ ରହିଛି, ଯାହାର ବଜାର ମୂଲ୍ୟ ସାର୍ବଜନୀନ ହୋଇ ନାହିଁ। ଗାଙ୍ଗୁଲି ବିଭିନ୍ନ ବ୍ୟବସାୟରେ ନିବେଶ କରିଥିବା ବେଳେ ତାଙ୍କ ପାଖରେ BMW ଓ Mercedes-Benz ପରି ଦାମୀ କାର୍ ମଧ୍ୟ ରହିଛି।

ବାୟୋପିକ୍ ପାଇଁ କେତେ ପାରିଶ୍ରମିକ ପାଇଛନ୍ତି?

ସାଧାରଣତଃ କୌଣସି ଖେଳାଳି, ଅଭିନେତା କିମ୍ବା ପ୍ରସିଦ୍ଧ ବ୍ୟକ୍ତିଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ହେଲେ, ସେମାନଙ୍କ କାହାଣୀ ବ୍ୟବହାର ପାଇଁ ଚୁକ୍ତି ଅନୁଯାୟୀ ପାରିଶ୍ରମିକ ଦିଆଯାଏ। ତେବେ ସୌରଭ ଗାଙ୍ଗୁଲି ଏହି ବାୟୋପିକ୍ ପାଇଁ କେତେ ଟଙ୍କା ନେଇଛନ୍ତି, ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା କିମ୍ବା ପୁଷ୍ଟି ମିଳିନାହିଁ। ତେବେ ସିନେମାରେ ତାଙ୍କୁ ମୋଟା ଅଙ୍କର ଟଙ୍କା ମିଳିଥାଇପାରେ ବୋଲି ଆଲୋଚନା ହେଉଛି। କିଛି ଆଲୋଚନା କରୁଛନ୍ତି ଯେ ସିନେମାରୁ ଯାହା ଆୟ ହେବ ସେହି ଅନୁସାରେ ଦାଦାଙ୍କୁ ଶେୟାର ମିଳିବ। ତେବେ ଏନେଇ ଏପର୍ଯ୍ୟନ୍ତ ନାଁ ରାଜକୁମାର ରାଓ ନାଁ ଫିଲ୍ମ ପ୍ରଡକ୍ସସନ ସଂସ୍ଥା ନା ସୌରଭ ଗାଙ୍ଗୁଲିଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇଛି।

Also Read- ନିଜ ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ଅଭିନବ ଉପହାର, ICC ହଲ୍ ଅଫ୍ ଫେମରେ ଏଣ୍ଟ୍ରି ମାରିଲେ ଦାଦା

କ୍ରିକେଟରୁ ଅବସର ପରେ କ’ଣ କରୁଛନ୍ତି ଗାଙ୍ଗୁଲି?

ସୌରଭ ଗାଙ୍ଗୁଲି ୨୦୦୮ ମସିହାରେ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିବା ପରେ ୨୦୧୨ରେ ଆଇପିଏଲ୍କୁ ମଧ୍ୟ ବିଦାୟ ନେଇଥିଲେ। ଅବସର ପରେ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ସଭାପତି ଭାବେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ସେ ବେଙ୍ଗଲ କ୍ରିକେଟ ଆସୋସିଏସନ (CAB) ର ସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି। ପଶ୍ଚିମବଙ୍ଗରେ ଏକାଧିକ ଟିଭି ଶୋରେ ମଧ୍ୟ ଆଙ୍କରିଂ କରୁଥିବାର ଗାଙ୍ଗୁଲିଙ୍କୁ ଦେଖାଯାଏ।

ଆନ୍ତର୍ଜାତୀୟ କ୍ୟାରିୟର

ସୌରଭ ଗାଙ୍ଗୁଲି ଭାରତ ପାଇଁ ୧୧୩ଟି ଟେଷ୍ଟ ଓ ୩୧୧ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟରେ ସେ ୭,୨୧୨ ରନ୍ ସଂଗ୍ରହ କରିବା ସହ ୩୨ଟି ୱିକେଟ୍ ନେଇଛନ୍ତି। ସେହିପରି ଦିନିକିଆ କ୍ରିକେଟରେ ୧୧,୩୬୩ ରନ୍ କରିଥିବା ବେଳେ ୧୦୦ଟି ୱିକେଟ୍ ମଧ୍ୟ ହାସଲ କରିଥିଲେ। ବାମହାତୀ ବ୍ୟାଟର ଓ ସଫଳ ଅଧିନାୟକ ଭାବେ ସେ ଭାରତୀୟ କ୍ରିକେଟ ଇତିହାସର ଅନ୍ୟତମ ସର୍ବଶ୍ରେଷ୍ଠ ଖେଳାଳି ଭାବେ ପରିଚିତ।



Source link

Leave A Reply

Your email address will not be published.