Voice of Eastern India

Real TMC Battle: ଋତବ୍ରତ ଏବଂ ମମତା ବାନାର୍ଜୀଙ୍କ ଗୋଷ୍ଠୀକୁ ଇସିଙ୍କ ନୋଟିସ୍‌


କୋଲକାତା: କିଏ ପ୍ରକୃତ ଟିଏମସି, ଋତବ୍ରତ ନା ମମତାଙ୍କ ଗୋଷ୍ଠୀ ସେନଇେ ଫଇସଲା ହେବାକୁ ଯାଉଛି । ଏହି ମାମଲାରେ ଭାରତୀୟ ନିର୍ବାଚନ ଆୟୋଗ ଉଭୟ ଗୋଷ୍ଠୀଙ୍କୁ ନୋଟିସ ପଠାଇଛ । ଦୁଇ ଗୋଷ୍ଠୀ ସୋମବାର ସୁଦ୍ଧା ନିର୍ବାଚନ ଆୟୋଗଙ୍କୁ ଜବାବ ଦେବେ । ନିର୍ବାଚନ କମିଶନ ଉଭୟ ଗୋଷ୍ଠୀକୁ ନିଜ ନିଜର ପକ୍ଷ ରଖିବା ପାଇଁ କହିଛନ୍ତି। କମିଶନ ଏହି ମାମଲାରେ ଆସନ୍ତା ସୋମବାର ସୁଦ୍ଧା ଲିଖିତ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ପକ୍ଷରୁ ମିଳିବାକୁ ଥିବା ଉତ୍ତର ଆଧାରରେ ହିଁ ନିର୍ବାଚନ କମିଶନ ସ୍ଥିର କରିବେ ଯେ, ପ୍ରକୃତରେ କେଉଁ ଗୋଷ୍ଠୀ ହେଉଛି ‘ଅସଲି ଟିଏମ୍‌ସି’।

ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଥିବା ବିଦ୍ରୋହୀ ଗୋଷ୍ଠୀ ଦାବି କରିଛି ଯେ, ଦଳର ସଂଖ୍ୟାଧିକ ବିଧାୟକ, ସାଂସଦ ଏବଂ କର୍ମକର୍ତ୍ତା ସେମାନଙ୍କ ସହ ଅଛନ୍ତି, ତେଣୁ ସେମାନଙ୍କୁ ଦଳର ନାମ ଓ ଚିହ୍ନ ମିଳିବା ଉଚିତ। ଅନ୍ୟପଟେ, ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ମୂଳ ସଂଗଠନ ଏହି ବିଦ୍ରୋହକୁ ଅବୈଧ ବୋଲି କହିବା ସହ ଦଳର ପ୍ରତିଷ୍ଠାତା ଭାବେ ସେମାନଙ୍କର ହିଁ ସର୍ବମାନ୍ୟ ଅଧିକାର ରହିଛି ବୋଲି ଦାବି କରିଛି । ଭାରତରେ ଦଳୀୟ ପ୍ରତୀକ ସହ ଜଡ଼ିତ ବିବାଦ ସମାଧାନ କରିବା ପାଇଁ ନିର୍ବାଚନ କମିଶନଙ୍କ ପାଖରେ ସ୍ୱତନ୍ତ୍ର କ୍ଷମତା ରହିଛି।

ଜୁଲାଇ ୬ ତାରିଖ ସୁଦ୍ଧା ଉଭୟ ଗୋଷ୍ଠୀକୁ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦାଖଲ କରିବାକୁ ହେବ। ଯଦି କୌଣସି ପକ୍ଷ ସ୍ପଷ୍ଟ ପ୍ରମାଣ ଦେଇ ନପାରନ୍ତି, ତେବେ ନିର୍ବାଚନ କମିଶନ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଟିଏମ୍‌ସିର ଦଳୀୟ ପ୍ରତୀକ ବାତିଲ ମଧ୍ୟ କରିପାରନ୍ତି ଏବଂ ଦୁଇ ଗୋଷ୍ଠୀକୁ ଅଲଗା ଅଲଗା ନୂଆ ନାମ ଓ ଚିହ୍ନ ବ୍ୟବହାର କରିବାକୁ କହିପାରନ୍ତି । ଯେପରି ପୂର୍ବରୁ ଶିବସେନା ଏବଂ ଏନ୍‌ସିପି କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ଏହି ବିବାଦ ପଶ୍ଚିମବଙ୍ଗର ଆଗାମୀ ରାଜନୈତିକ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେବାର ସମ୍ଭାବନା ସୃଷ୍ଟି କରିଛି।


 



Source link

Leave A Reply

Your email address will not be published.