Voice of Eastern India

IRCTCର ନୂଆ ବିଟା ଓ୍ବେବସାଇଟ୍ ଲଞ୍ଚ୍, ୨୨ ବର୍ଷରେ ପରେ ହେଲା ବଡ଼ ପରିବର୍ତ୍ତନ; ଜାଣନ୍ତୁ କ’ଣ ରହିଛି ଖାସ୍ ଫିଚର୍ସ…


ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଟ୍ରେନ୍ ଟିକେଟ୍ ବୁକିଂ ପ୍ରକ୍ରିୟାକୁ ଅଧିକ ସହଜ ଏବଂ ସୁବିଧାଜନକ କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ IRCTC ୱେବସାଇଟ୍ର ଏକ ସ୍ବତନ୍ତ୍ର ‘ବିଟା ଭର୍ସନ’ ଲଞ୍ଚ୍ କରାଯାଇଛି। ପ୍ରାୟ ଦୁଇ ଦଶନ୍ଧି ପରେ ୱେବସାଇଟରେ ଏଭଳି ଏକ ବଡ଼ ପରିବର୍ତ୍ତନ କରାଯାଇଛି। ନୂଆ ପୋର୍ଟାଲର ଲିଙ୍କ୍ (https://www.irctc.co.in/eticket/) ମାଧ୍ୟମରେ କିମ୍ବା ବର୍ତ୍ତମାନର ହୋମପେଜକୁ ଯାଇ ଯାତ୍ରୀମାନେ ଏହି ସେବାର ଟ୍ରାଏଲ୍ କରିପାରିବେ ଏବଂ ନିଜର ମତାମତ ଦେଇପାରିବେ।

ବୁକିଂରେ ଆସିଛି ୪ଟି ବଡ଼ ପରିବର୍ତ୍ତନ:

ଏହି ନୂଆ ଅପଗ୍ରେଡ୍ ଯୋଗୁ ଯାତ୍ରୀଙ୍କ ଟିକେଟ ବୁକିଂ ସମୟ ବଞ୍ଚିବ। ବିଶେଷ କରି ଏଥିରେ ୪ଟି ମୁଖ୍ୟ ଟେକ୍ନିକାଲ୍ ସୁଧାର କରାଯାଇଛି:

କ୍ୟାପ୍ଚା ମୁକ୍ତ ଲଗ୍ଇନ୍: ଟିକେଟ୍ ବୁକ୍ କଲାବେଳେ ବାରମ୍ବାର କ୍ୟାପ୍ଚା (Captcha) ଭରିବାକୁ ପଡ଼ିବ ନାହିଁ। ଅଦରକାରୀ ପପ୍-ଅପ୍ କିମ୍ବା ବାରମ୍ବାର ଆସୁଥିବା ବିଜ୍ଞାପନ ମଧ୍ୟ ସ୍କ୍ରିନରେ ଦେଖାଯିବ ନାହିଁ।

ସିଟ୍ ଉପଲବ୍ଧତା: ସ୍ଲିପର୍ ହେଉ କିମ୍ବା ଏସି, ସବୁ କ୍ଲାସ୍‌ର ସିଟ୍ ସ୍ଥିତି ଏବେ ଗୋଟିଏ ସ୍କ୍ରିନରେ ସ୍ପଷ୍ଟ ଦେଖିବାକୁ ମିଳିବ।

ଫାଷ୍ଟ ଚେକ୍ଆଉଟ୍: ବୁକିଂର ଲମ୍ବା ପ୍ରକ୍ରିୟାକୁ ଛୋଟ କରାଯାଇଛି। ଯାହାଦ୍ୱାରା ଖୁବ୍ କମ୍ ଷ୍ଟେପ୍ସରେ ଟିକେଟ୍ କନଫର୍ମ ହୋଇଯିବ।

ରିପିଟ୍ ବୁକିଂ: ଯାତ୍ରୀଙ୍କ ସୂଚନା ଏଠାରେ ସୁରକ୍ଷିତ ରହିବ। ଯାହାଫଳରେ ପରବର୍ତ୍ତୀ ଯାତ୍ରା ସମୟରେ ବାରମ୍ବାର ନାମ କିମ୍ବା ବୟସ ଭରିବାକୁ ପଡ଼ିବ ନାହିଁ।

ଗୋଟିଏ ମିନିଟରେ ହୋଇପାରିବ ୧.୫ ଲକ୍ଷ ଟିକେଟ୍ ବୁକ୍:

ପୁରୁଣା ୱେବସାଇଟରେ ପ୍ରତି ମିନିଟରେ କେବଳ ୩୨,୦୦୦ ଟିକେଟ୍ ବୁକ୍ ହୋଇପାରୁଥିଲା। କିନ୍ତୁ ଏହି ନୂଆ ସିଷ୍ଟମର ସର୍ଭର କ୍ଷମତା ଏତେ ଶକ୍ତିଶାଳୀ ଯେ, ଏହା ମିନିଟ୍ ପ୍ରତି ୧.୫ ଲକ୍ଷ ଟିକେଟ୍ ବୁକିଂ ସମ୍ଭାଳି ପାରିବ । ଏହା ସହିତ ପ୍ରତି ମିନିଟରେ ୪୦ ଲକ୍ଷରୁ ଅଧିକ PNR ଏବଂ ସିଟ୍ ସନ୍ଧାନ ସମ୍ବନ୍ଧୀୟ ସେବା ମଧ୍ୟ ବିନା କୌଣସି କ୍ରାସ୍ କିମ୍ବା ହ୍ୟାଙ୍ଗ୍‌ରେ କାମ କରିବ।

Also Read: LPG ସିଲିଣ୍ଡର ମାତ୍ର ୧୦ ମିନିଟ୍ରେ ! ଇନଷ୍ଟାମାର୍ଟ ସହ ହାତ ମିଳାଇଲା HP, ବିନା କନେକ୍ସନରେ ଘରେ ପହଞ୍ଚିବ ସିଲିଣ୍ଡର

ମନପସନ୍ଦ ସିଟ୍ ସହ ଆଞ୍ଚଳିକ ଭାଷାର ସୁବିଧା:

ଏହି ସାଇଟ୍ରେ ବିଭିନ୍ନ ତାରିଖର ଭଡ଼ା (Fare Calendar) ତୁଳନା କରିବାର ସୁବିଧା ରହିଛି। ବୁକିଂ ସମୟରେ ହିଁ ଯାତ୍ରୀ ନିଜ ପସନ୍ଦର ବର୍ଥ ବା ସିଟ୍ ବାଛିପାରିବେ। ସବୁଠାରୁ ବଡ଼ କଥା ହେଉଛି କେବଳ ହିନ୍ଦୀ ଏବଂ ଇଂରାଜୀ ନୁହେଁ ବରଂ ଦେଶର ଅନେକ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ୱେବସାଇଟ୍ ବ୍ୟବହାର କରାଯାଇପାରିବ।

ଛାତ୍ରମାନଙ୍କ ଚିନ୍ତାଧାରା ଆଣିଲା ପରିବର୍ତ୍ତନ:

ମାଲଭୀୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MNIT)ର ଛାତ୍ରମାନେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା ବେଳେ ଏହି ସମସ୍ୟାଗୁଡ଼ିକ ବିଷୟରେ ଜଣାଇଥିଲେ। ରେଳ ମନ୍ତ୍ରଣାଳୟ ଛାତ୍ରମାନଙ୍କର ଏହି ପରାମର୍ଶକୁ ଗମ୍ଭୀରତାର ସହ ନେଇ ମାତ୍ର କିଛି ଦିନ ମଧ୍ୟରେ ଏହି ୟୁଜର୍-ଫ୍ରେଣ୍ଡଲି ଇଣ୍ଟରଫେସ୍ ପ୍ରସ୍ତୁତ କରିଛି।

ସୂଚନାଯୋଗ୍ୟ, ଦେଶରେ ଦୈନିକ ହାରାହାରି ୧୪.୫ ଲକ୍ଷରୁ ଅଧିକ ଟ୍ରେନ୍ ଟିକେଟ୍ IRCTC ମାଧ୍ୟମରେ ବୁକ୍ ହେଉଛି। ଏହି ନୂଆ ଅପଡେଟ୍ ଆସିବା ପରେ କୋଟି କୋଟି ରେଳ ଯାତ୍ରୀଙ୍କୁ, ବିଶେଷ କରି ତତ୍କାଳ ଟିକେଟ୍ ବୁକିଂ ସମୟରେ ବଡ଼ ଆଶ୍ୱସ୍ତି ମିଳିବ।



Source link

Leave A Reply

Your email address will not be published.