Voice of Eastern India

India vs West Indies T20I: ୨୫୦ ରନର ବିଶାଳ ଟାର୍ଗେଟ୍ ଡିଫେଣ୍ଡ କରିପାରିଲାନି ଇଣ୍ଡିଆ, ରାଞ୍ଚିରେ ସିରିଜ୍ ବରାବର କଲା ୱେଷ୍ଟଇଣ୍ଡିଜ୍


ରାଞ୍ଚି: ରାଞ୍ଚିରେ ୱେଷ୍ଟଇଣ୍ଡିଜର ଧୂଆଁଦାର ବିଜୟ। ୨୫୦ ରନର ବିଶାଳ ଟାର୍ଗେଟ୍ ଦେଇ ବି ହାରିଲା ଇଣ୍ଡିଆ। ଶୁକ୍ରବାର ରାଞ୍ଚିର ଜେଏସସିଏ ଆନ୍ତର୍ଜାତୀୟ ଷ୍ଟାଡିୟମ କମ୍ପ୍ଲେକ୍ସରେ ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମୁକାବିଲା ଖେଳାଯାଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ ୨୪୯ ରନର ବଡ଼ ସ୍କୋର ଛିଡ଼ା କରିଥିଲା। ହେଲେ ୱେଷ୍ଟଇଣ୍ଡିଜ୍ ଏହି ଏହି ଟାର୍ଗେଟ୍କୁ ମାତ୍ର ୧୮.୩ ଓଭରରେ ପୂରା କରି ନେଇଛି।

ଦଳ ପକ୍ଷରୁ କ୍ୟାପ୍ଟେନ ଷାଇ ହୋପ୍ ସର୍ବାଧିକ ୧୦୨ ରନ୍ କରିଥିବା ବେଳେ ଶେରରାନ ରଦରଫୋର୍ଡ ୮୪ ରନ୍ କରିଥିଲେ। ଶାଇ ହୋପ୍ ତାଙ୍କ ଇନିଂସରେ ୪୫ ବଲ୍ ଖେଳିଥିଲେ। ଯେଉଁଥିରେ ୯ ଛକା ଓ ୬ ଚୌକା ଥିଲା ସେହିପରି ଶେରଫେନ ରଦରଫୋର୍ଡ ୩୭ ବଲ୍ ଖେଳିଥିବା ବେଳେ ୭ ଲେଖାଏ ଛକା ଓ ଚୌକା ମାରିଥିଲେ।

ରନ ଚେଜ୍ରେ ୱେଷ୍ଟଇଣ୍ଡିଜର ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା। ଦ୍ରୁତ ବୋଲର ମୟଙ୍କ ଯାଦବ ପ୍ରଥମ ଓଭରରେ କାମିଲ୍ ପୁରନ୍ (୪ ରନ୍) ଏବଂ ଶିମରୋନ୍ ହେଟମାୟର୍ (୦ ରନ୍)ଙ୍କୁ ଆଉଟ୍ କରିଥିଲେ। ମୟଙ୍କ୍ ତା’ପରେ ବିସ୍ଫୋରକ ରୋଭମ୍ୟାନ୍ ପାୱେଲ୍ଙ୍କୁ ଆଉଟ୍ କରିଥିଲେ। ପାୱେଲଙ୍କ ଆଉଟ୍ ହେବା ମାତ୍ରେ ୱେଷ୍ଟଇଣ୍ଡିଜ୍ର ସ୍କୋର ୫୮/୩ ଥିଲା। ଏହାପରେ ଭାରତ ପକ୍ଷ ମଜଭୁତ ହୋଇଯାଇଥିଲା। ଲାଗୁଥିଲା ଭାରତ ମୁକାବିଲାକୁ ଜିତି ସିରିଜ୍ କବ୍ଜା କରି ନେବ।

ହେଲେ ଶେରଫେନ୍ ରଦରଫୋର୍ଡ ଏବଂ ଅଧିନାୟକ ଶାଇ ହୋପ୍ ୫୪ ବଲ୍ରେ ଚତୁର୍ଥ ୱିକେଟ୍ ପାଇଁ ୧୨୦ ରନ୍ର ପାର୍ଟନରସିପ୍ କରି ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲେ।

ହେଲେ ୧୪.୧ ଓଭର ଖେଳ ବେଳେ ରଦଫୋର୍ଡଙ୍କୁ ୮୪ ରନ୍ର ବ୍ୟକ୍ତିଗତ ସ୍କୋରରେ ଆଉଟ କରି ପାର୍ଟନର୍ସିପ୍ ଭାଙ୍ଗିଥିଲେ ଭାରତୀୟ ବୋଲର କୁଲଦୀପ ଯାଦବ। ହେଲେ ଶାଇ ହୋପ୍ ରୋମାରିଓ ସେଫର୍ଡ(୩୪*)ଙ୍କ ସହ ମିଶି ଶେଷ ପର୍ଯ୍ୟନ୍ତ ଲଢ଼େଇ କରି ଦଳକୁ ବିଜୟୀ କରାଇଥିଲେ। ଚତୁର୍ଥ ୱିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ୭୪ ରନ୍ର ପାର୍ଟନର୍ସିପ୍ ହୋଇଥିଲା। ଏହି ବିଜୟ ସହ ୱେଷ୍ଟ ଇଣ୍ଡିଜ୍ ୧-୧ରେ ସିରିଜ ବରାବର କରିଛି।



Source link

Leave A Reply

Your email address will not be published.