India T20I Squad Announcement : ଇଂଲଣ୍ଡ ଏବଂ ଆୟରଲ୍ୟାଣ୍ଡ ବିପକ୍ଷରେ ଶ୍ରେୟସ ନୂଆ କ୍ୟାପ୍ଟେନ୍ , ଦଳରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ
ମୁମ୍ବାଇ,୦୬|୦୬: କ୍ୟାପ୍ଟେନ୍ ହେଲେ ଶ୍ରେୟସ ଆୟର । ଟିମ୍ ଇଣ୍ଡିଆରେ ସ୍ଥାନ ପାଇଲେ ବୈଭବ ସୂର୍ଯ୍ୟବଂଶୀ । ଶନିବାର ଆୟାରଲ୍ୟାଣ୍ଡ୍ ଏବଂ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳର ଟି୨୦ ଟିମ୍ ଘୋଷଣା କରାଯାଇଛି । ଏଥିରେ ଶ୍ରେୟସ ଆୟରଙ୍କୁ ଅଧିନାୟକ ପଦ ମିଳିଛି । ସେହିପରି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସାମିଲ କରାଯାଇଛି ।
ଶନିବାର ବିସିସିଆଇ ସୋସିଆଲ ମିଡିଆ ପେଜ୍ ଏକ୍ସ ଯୋଗେ ଦଳ ଘୋଷଣା ନେଇ ତଥ୍ୟ ରଖିଛି । ବିସିସିଆଇ ଅନୁସାରେ, ଉଭୟ ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ବିପକ୍ଷ ଟି୨୦ ସିରିଜ୍ ପାଇଁ ଶ୍ରେୟସ ଆୟରଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ତିଲକ ବର୍ମା ଉପ ଅଧିନାୟକ ହୋଇଛନ୍ତି । ସବୁଠାରୁ ବଡ କଥା ହେଲା ଯେ ଉଭୟ ସିରିଜରୁ ସୂର୍ଯ୍ୟ କୁମାର ଯାଦବଙ୍କୁ ବାଦ୍ ଦିଆଯାଇଛି ।
ତେବେ ଦୀର୍ଘଦିନ ହେବ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସାମିଲ କରିବା ନେଇ ଦାବି ହେଉଥିଲା । ଶେଷରେ ବିସିସିଆଇ ତାଙ୍କୁ ସିରିଜ୍ ପାଇଁ ସାମିଲ କରିଛି । ଅର୍ଥାତ ସେ ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବେ । ଅର୍ଥାତ ସଚିନ ତେନ୍ଦୁଲକରଙ୍କ ସବୁଠୁ କମ୍ ବୟସରେ ପଦାର୍ପଣର ରେକର୍ଡ ଭାଙ୍ଗିବାକୁ ସେ ଯାଉଛନ୍ତି ।
ଆୟରଲ୍ୟାଣ୍ଡ୍ ପାଇଁ ଦଳ-
ଶ୍ରେୟସ ଆୟର(ଅଧିନାୟକ), ତିଲକ ବର୍ମା(ଉପ ଅଧିନାୟକ), ରବି ବିଷ୍ଣୋଇ, ଅଭିଷେକ ଶର୍ମା, ନୀତିଶ କୁମାର ରେଡ୍ଡି, ମହମ୍ମଦ ସିରାଜ, ସଞ୍ଜୁ ସାମସନ, ଅକ୍ଷର ପଟେଲ, ହର୍ଷିତ ରାଣା, ଇଶାନ କିଷାନ, ଓ୍ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ, ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ, ବୈଭବ ସୂର୍ଯ୍ୟବଂଶୀ
ଇଂଲଣ୍ଡ ପାଇଁ ଦଳ-