Voice of Eastern India

Horoscope Today : ଅଗଷ୍ଟ ୨୦ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


ମେଷ– କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ, ଧୈର୍ଯ୍ୟ ରଖି କାମ କଲେ ଭଲ ଫଳ ମିଳିବ। ଅର୍ଥ ସମ୍ବନ୍ଧୀୟ କାମରେ ଅତି ଶୀଘ୍ର ନିଷ୍ପତ୍ତି ନନିଅନ୍ତୁ। ପରିବାରରେ କାହାରୋ ସହଯୋଗ ମିଳିବ। ସହକର୍ମୀଙ୍କ ସହଯୋଗରେ ଜଟିଳ କାମ ସହଜ ହୋଇପାରେ। ଦୂରଯାତ୍ରା କରିବାକୁ ଥିଲେ ଯୋଜନା କରି ଯାଆନ୍ତୁ।

ବୃଷ– ଅଟକିଥିବା କୌଣସି କାମ ଆଗକୁ ବଢ଼ିପାରେ। ବ୍ୟବସାୟୀମାନେ ନୂଆ ସୁଯୋଗ ପାଇପାରନ୍ତି। ଖର୍ଚ୍ଚ ବଢ଼ିବାରୁ ଆର୍ଥିକ ଯୋଜନା ଠିକ୍ ରଖନ୍ତୁ। ସମ୍ପର୍କରେ ମଧୁରତା ରହିବ। ପୁରୁଣା ନିବେଶରୁ ଲାଭର ସମ୍ଭାବନା ରହିଛି।

ମିଥୁନ– କାର୍ଯ୍ୟକ୍ଷେତ୍ରରେ ନିଜ ଦକ୍ଷତା ଦେଖାଇବାର ସୁଯୋଗ ମିଳିବ। ନୂଆ ଲୋକଙ୍କ ସହ ଯୋଗାଯୋଗ ଲାଭଦାୟକ ହୋଇପାରେ। ଟଙ୍କା ପଇସାରେ ସାବଧାନ ରୁହନ୍ତୁ। ଅଧିକାରୀଙ୍କ ନିକଟରୁ ପ୍ରଶଂସା ମିଳିପାରେ। ଶିକ୍ଷା ଓ ପ୍ରତିଯୋଗିତାମୂଳକ କାମରେ ମନୋଯୋଗ ବଢ଼ିବ।

କର୍କଟ– ମନରେ ଥିବା କିଛି ଚିନ୍ତା କମିପାରେ। ଚାକିରିରେ ଉନ୍ନତି ପାଇଁ ଭଲ ଖବର ମିଳିପାରେ। ପରିବାର ସହିତ ସମୟ କାଟିବା ମନକୁ ଶାନ୍ତି ଦେବ। ଆର୍ଥିକ ଦିଗରେ ଧୀରେ ଧୀରେ ସ୍ଥିରତା ଆସିବ। ପୁରୁଣା ମିତ୍ରଙ୍କ ସହ ଯୋଗାଯୋଗ ହୋଇପାରେ।

ସିଂହ– କାର୍ଯ୍ୟକ୍ଷେତ୍ରରେ କିଛି ଚାପ ରହିପାରେ, ତେଣୁ ଅନ୍ୟମାନଙ୍କ କଥାରେ ଅତି ଶୀଘ୍ର ପ୍ରତିକ୍ରିୟା ଦିଅନ୍ତୁ ନାହିଁ। ଆର୍ଥିକ ଦିଗରେ ସାଧାରଣ ଦିନ ରହିବ। ବ୍ୟବସାୟରେ ଧୈର୍ଯ୍ୟ ରଖିଲେ ଲାଭ ମିଳିବ। ପରିବାରର କୌଣସି ବିଷୟରେ ଆପଣଙ୍କ ମତକୁ ଗୁରୁତ୍ୱ ମିଳିବ। ନୂଆ ଯୋଜନାକୁ ତୁରନ୍ତ ଆରମ୍ଭ ନକରି ଭଲଭାବେ ବିଚାର କରନ୍ତୁ।

କନ୍ୟା– ନୂଆ କାମ ଆରମ୍ଭ କରିବାର ଭଲ ସୁଯୋଗ ଆସିପାରେ। ଚାକିରି କ୍ଷେତ୍ରରେ ଅଧିକ ଦାୟିତ୍ୱ ମିଳିପାରେ। ଆର୍ଥିକ ଲାଭ ପାଇଁ ଦିନଟି ଭଲ ରହିବ। ଅଟକିଥିବା ଟଙ୍କା ମିଳିବାର ଆଶା ରହିପାରେ। ନିଜ ଦକ୍ଷତା ଦ୍ୱାରା ଅନ୍ୟମାନଙ୍କ ଭରସା ଜିତିପାରିବେ।

ତୁଳା– ଅର୍ଥ ସମ୍ବନ୍ଧୀୟ କୌଣସି ଭଲ ଖବର ମିଳିପାରେ। ପୁରୁଣା ପରିଚୟ ମାଧ୍ୟମରେ ନୂଆ ସୁଯୋଗ ଆସିପାରେ। ପରିବାରରେ ଶାନ୍ତି ରହିବ। ବ୍ୟବସାୟରେ ଗ୍ରାହକଙ୍କ ସଂଖ୍ୟା ବଢ଼ିପାରେ। ପ୍ରିୟଜନଙ୍କ ସହ ଭୁଲ ବୁଝାମଣା ଦୂର ହେବ।

ବିଛା– ଚନ୍ଦ୍ର ନିଜ ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢ଼ିବ। ଅଟକିଥିବା କାମ ପୁଣି ଗତି ପାଇପାରେ। ବ୍ୟବସାୟ ଓ ଚାକିରିରେ ନିଜ ଯୋଜନା ଅନୁସାରେ ଆଗକୁ ବଢ଼ନ୍ତୁ। ନୂଆ ଦାୟିତ୍ୱ ନେବାର ସୁଯୋଗ ମିଳିପାରେ। ମନର କଥା ସବୁଙ୍କ ସହିତ ନକହି ଗୋପନୀୟତା ରଖନ୍ତୁ।

ଧନୁ– କାମରେ କିଛି ବିଳମ୍ବ ହେଲେ ମଧ୍ୟ ଶେଷରେ ସଫଳତା ମିଳିପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପ୍ରିୟଜନଙ୍କ ସହ ଭଲ ସମୟ କାଟିବେ। ଦୂରସ୍ଥ ସ୍ଥାନରୁ କୌଣସି ଖବର ମିଳିପାରେ। ନିଜ ଯୋଜନାରେ ପରିବର୍ତ୍ତନ କରିବା ପୂର୍ବରୁ ଭଲଭାବେ ଭାବନ୍ତୁ।

ମକର– କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ବ୍ୟବସାୟରେ ନୂଆ ଯୋଗାଯୋଗ ଭବିଷ୍ୟତରେ ଲାଭ ଦେଇପାରେ। ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଧୁରିବ। ସହକର୍ମୀଙ୍କ ସହଯୋଗରେ ଅଟକିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ। ଘରୋଇ କାମରେ ମଧ୍ୟ ଭଲ ଅଗ୍ରଗତି ହେବ।

କୁମ୍ଭ– ଚାକିରି ଓ ବ୍ୟବସାୟରେ ନିଜ ପ୍ରୟାସର ଫଳ ମିଳିବ। ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିପାରେ। ଟଙ୍କା ଧାର ଦେବା ସମୟରେ ସାବଧାନ ରୁହନ୍ତୁ। ନୂଆ କାର୍ଯ୍ୟ ସୁଯୋଗ ସମ୍ପର୍କରେ ଆଲୋଚନା ହୋଇପାରେ। ଆପଣଙ୍କ ନିଷ୍ପତ୍ତିକୁ ପରିବାରର ସମର୍ଥନ ମିଳିବ।

ମୀନ– ମାନସିକ ଭାବେ କିଛି ଅସ୍ଥିରତା ରହିପାରେ, କିନ୍ତୁ କାମ ଉପରେ ଧ୍ୟାନ ଦେଲେ ସଫଳତା ମିଳିବ। ଅର୍ଥ ଆସିବାର ନୂଆ ରାସ୍ତା ଖୋଲିପାରେ। ପରିବାରର ସମର୍ଥନ ମିଳିବ। ନୂଆ କାମ ପାଇଁ କାହାର ପରାମର୍ଶ ଲାଭଦାୟକ ହୋଇପାରେ। ଦୂରଯାତ୍ରା କିମ୍ବା ବାହାର ସ୍ଥାନ ସହିତ ଜଡ଼ିତ କାମରେ ସୁଯୋଗ ମିଳିପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682



Source link

Leave A Reply

Your email address will not be published.