Voice of Eastern India

Horoscope Today : ଅଗଷ୍ଟ ୦୯ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


ମେଷ– କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ ଏବଂ ଅଟକିଥିବା କାମ ଆଗକୁ ବଢ଼ିବ। ଆର୍ଥିକ ଦିଗରେ ଲାଭର ସମ୍ଭାବନା ରହିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ବ୍ୟବସାୟୀମାନେ ନୂଆ ଗ୍ରାହକ ପାଇପାରନ୍ତି। ପରିବାରରେ ଶାନ୍ତି ରହିବ। ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ମାନସିକ ଚାପ କମାନ୍ତୁ।

ବୃଷ– ଆତ୍ମବିଶ୍ୱାସ ବଢ଼ିବ ଏବଂ ଗୁରୁତ୍ୱପୂର୍ଣ୍ଣ କାମରେ ସଫଳତା ମିଳିପାରେ। ଧନଲାଭର ଭଲ ଯୋଗ ରହିଛି ଏବଂ ପୂର୍ବରୁ ଅଟକିଥିବା ଟଙ୍କା ମିଳିବାର ଆଶା ରହିବ। ବ୍ୟବସାୟରେ ନୂଆ ଯୋଜନା କରିପାରିବେ। ପ୍ରେମ ସମ୍ପର୍କରେ ନିକଟତା ବଢ଼ିବ। ଘରୋଇ ପରିବେଶ ସୁଖଦ ରହିବ।

ମିଥୁନ– ଚନ୍ଦ୍ରଙ୍କ ପ୍ରଭାବରୁ ଆପଣଙ୍କ ଚିନ୍ତାଧାରା ଅଧିକ ସକ୍ରିୟ ରହିବ। ଚାକିରିରେ ନୂଆ ଦାୟିତ୍ୱ କିମ୍ବା ନୂଆ ସୁଯୋଗ ମିଳିପାରେ। ବ୍ୟବସାୟରେ ଯୋଗାଯୋଗ ମାଧ୍ୟମରେ ଲାଭ ହେବ। ଆର୍ଥିକ ଦିଗରେ ସ୍ଥିତି ସୁଧୁରିବ। କାହାକୁ ତୁରନ୍ତ ପ୍ରତିଶ୍ରୁତି ଦେବା ପୂର୍ବରୁ ଭଲଭାବେ ଭାବନ୍ତୁ।

କର୍କଟ– କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଅନୁସାରେ ଫଳ ମିଳିବ। ଅଫିସରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ପାଇପାରନ୍ତି। ଧନ ସମ୍ପର୍କିତ ନିଷ୍ପତ୍ତିରେ ସତର୍କ ରହିବା ଭଲ। ପରିବାରର କୌଣସି ସଦସ୍ୟଙ୍କୁ ନେଇ ଚିନ୍ତା ହୋଇପାରେ। ଦାମ୍ପତ୍ୟ ଜୀବନରେ ଭୁଲ ବୁଝାବୁଝିକୁ ଆଲୋଚନା ମାଧ୍ୟମରେ ସମାଧାନ କରନ୍ତୁ।

ସିଂହ– ଭାଗ୍ୟର ସମର୍ଥନ ମିଳିବ ଏବଂ ଦୀର୍ଘଦିନର କୌଣସି ଯୋଜନା ଆଗକୁ ବଢ଼ିପାରେ। ବ୍ୟବସାୟରେ ଲାଭର ନୂଆ ରାସ୍ତା ଖୋଲିପାରେ। ଚାକିରିରେ ନିଜ ଦକ୍ଷତା ଦେଖାଇବାର ସୁଯୋଗ ମିଳିବ। ଧନ ଆସିବା ସହିତ ଖର୍ଚ୍ଚ ମଧ୍ୟ ବଢ଼ିପାରେ। ସମ୍ପର୍କରେ ଅହଂକାର ଛାଡ଼ି କଥା ହେବା ଭଲ।

କନ୍ୟା– ପରିଶ୍ରମର ଭଲ ଫଳ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଅଟକିଥିବା କାମ ସମାପ୍ତ ହେବ। ବ୍ୟବସାୟୀମାନେ ନୂଆ ଡିଲ୍ କରିବା ପୂର୍ବରୁ ସମସ୍ତ ତଥ୍ୟ ଯାଞ୍ଚ କରନ୍ତୁ। ଆର୍ଥିକ ସ୍ଥିତି ଧୀରେ ଧୀରେ ଭଲ ହେବ। ପ୍ରେମ ଓ ପରିବାର ଜୀବନରେ ଭଲ ସମୟ କଟିବ।

ତୁଳା– କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ପରିବର୍ତ୍ତନ ଆସିପାରେ। ଧନ ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ବ୍ୟବସାୟରେ ଲାଭ ମିଳିବ, କିନ୍ତୁ ଭାଗୀଦାରଙ୍କ ସହ ସ୍ପଷ୍ଟ ଆଲୋଚନା ଆବଶ୍ୟକ। ପରିବାରରେ ଖୁସିର ପରିବେଶ ରହିବ। ପୁରୁଣା ବନ୍ଧୁଙ୍କ ସହ ଯୋଗାଯୋଗ ହୋଇପାରେ।

ବିଛା– କାମରେ ଚାପ ରହିପାରେ, ତେଣୁ ଧୈର୍ଯ୍ୟ ଧରି କାମ କରନ୍ତୁ। ଆର୍ଥିକ ଦିଗରେ ମିଶ୍ର ଫଳ ମିଳିବ ଏବଂ ଅପ୍ରତ୍ୟାଶିତ ଖର୍ଚ୍ଚ ହୋଇପାରେ। ବ୍ୟବସାୟରେ ବଡ଼ ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। ପ୍ରେମ ସମ୍ପର୍କରେ ସନ୍ଦେହକୁ ଦୂର କରିବା ଆବଶ୍ୟକ। ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ଧନୁ– ଭାଗ୍ୟ ସାଥ୍ ଦେବ ଏବଂ ନୂଆ କାମରେ ସଫଳତା ମିଳିପାରେ। ଚାକିରିରେ ପ୍ରଶଂସା ଓ ଦାୟିତ୍ୱ ବଢ଼ିବାର ଯୋଗ ରହିଛି। ବ୍ୟବସାୟରେ ଦୂରସ୍ଥ ସ୍ଥାନରୁ ଲାଭ ମିଳିପାରେ। ଆର୍ଥିକ ସ୍ଥିତି ସାଧାରଣଠାରୁ ଭଲ ରହିବ। ପରିବାରରେ କୌଣସି ଶୁଭ ଖବର ମିଳିପାରେ।

ମକର– ଚାକିରିରେ ଅଧିକ ଦାୟିତ୍ୱ ଆସିପାରେ, କିନ୍ତୁ ଏହା ଭବିଷ୍ୟତରେ ଲାଭଦାୟକ ହେବ। ବ୍ୟବସାୟରେ ପୁରୁଣା ଗ୍ରାହକଙ୍କ ଠାରୁ ଲାଭ ମିଳିବ। ଟଙ୍କା ଧାର ଦେବାରେ ସତର୍କ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

କୁମ୍ଭ– ନୂଆ ଯୋଜନା କରିବା ପାଇଁ ଦିନଟି ଭଲ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ସୁଯୋଗ ମିଳିପାରେ। ବ୍ୟବସାୟରେ ନୂଆ ଯୋଗାଯୋଗ ଲାଭଦାୟକ ହେବ। ଆର୍ଥିକ ଦିଗରେ ଅଟକିଥିବା କାମ ଧୀରେ ଧୀରେ ଆଗକୁ ବଢ଼ିବ। ସାଙ୍ଗସାଥୀଙ୍କ ସହ ଭଲ ସମୟ କଟିବ।

ମୀନ– ମାନସିକ ଭାବେ ଶାନ୍ତ ରହି କାମ କଲେ ଭଲ ଫଳ ପାଇବେ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ ଏବଂ ଅଧିକାରୀଙ୍କ ସମର୍ଥନ ମିଳିବ। ବ୍ୟବସାୟରେ ଲାଭ ହେବାର ସୁଯୋଗ ରହିଛି। ଅତୀତର କୌଣସି ଆର୍ଥିକ ସମସ୍ୟାର ସମାଧାନର ରାସ୍ତା ମିଳିପାରେ। ପ୍ରେମ ଓ ପରିବାର ଜୀବନରେ ସୁଖଦ ପରିବେଶ ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682



Source link

Leave A Reply

Your email address will not be published.