Voice of Eastern India

ବ୍ରାହ୍ମଣୀରେ ଆସିବ ବନ୍ୟା ! ଖୋଲିଲା ମନ୍ଦିରା ଡ୍ୟାମର ୬ ଗେଟ୍


ରାଉରକେଲା,୦୯/୦୮: ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଜିଲ୍ଲା କଂସବାହାଲ ସ୍ଥିତ ଶଙ୍ଖ ନଦୀ ଉପରେ ନିର୍ମିତ ମନ୍ଦିରା ଡ୍ୟାମର ୧୧ଟି ଗେଟ୍ ମଧ୍ୟରୁ ୬ଟି ଗେଟ୍ ଖୋଲା ଯାଇଛି। ଗେଟ୍ ଖୋଲିବା ପରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଉରକେଲାରେ ସର୍ବାଧିକ ୬୮.୨ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ଶ୍ରାବଣ ମାସ ଚାଲୁଥିବାରୁ ପ୍ରଶାସନ ପକ୍ଷରୁ ବଢୁଥିବା ବର୍ଷାର ମାତ୍ରାକୁ ଦୃଷ୍ଟିରେ ରଖି ବେଦବ୍ୟାସ ପୀଠରେ କାଉଡ଼ିଆମାନଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Also Read :- ୧୩ ତାରିଖରୁ ଭୟଙ୍କର ବର୍ଷା, ଡବଲ ଲଘୁଚାପ ପାଇଁ ଚିନ୍ତା : ଏହି ସବୁ ଜିଲ୍ଲାବାସୀ ରୁହନ୍ତୁ ସାବଧାନ !

ମିଳିଥିବା ତଥ୍ୟ ଅନୁସାରେ,ଶୁକ୍ରବାର ସକାଳ ୬ଟାରୁ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ଅର୍ଥାତ୍ ଗତ ୨୪ ଘଣ୍ଟା ମଧ୍ୟରେ ରାଉରକେଲାରେ ୬୮.୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ହେମଗିରରେ ୪୩,କୁଆଁରମୁଣ୍ଡାରେ ୩୯.୪,ଟାଙ୍ଗରପାଲିରେ ୧୦.୪,ସୁନ୍ଦରଗଡ଼ରେ ୪.୪,ସବଡ଼େଗରେ ୨୪.୧,ବଡ଼ଗାଁରେ ୨୪.୬,କୁତ୍ରାରେ ୧୩.୪,ରାଜଗାଙ୍ଗପୁରରେ ୩.୬,ଲାଠିକଟାରେ ୮,ବଣାଇଁରେ ୧୧, ଲହୁଣିପଡ଼ାରେ ୧୩.୪,ଗୁରୁଣ୍ଡିଆରେ ୬ ଓ କୋଇଡ଼ାରେ ୮ ମିମି ବର୍ଷା ହୋଇଛି। ତେବେ ଶଙ୍ଖ ନଦୀରେ ୬ ମିମି ବର୍ଷା ରେକର୍ଡ ହୋଇଛିIମନ୍ଦିରା ଡ୍ୟାମର ଜଳସ୍ତର କ୍ଷମତା ୬୯୦ ଫୁଟ୍ ରହିଥିବା ବେଳେ ଶନିବାର ସୁଦ୍ଧା ୬୭୮.୯ ଫୁଟ ରହିଛି। ଡ୍ୟାମକୁ ୧୫୧୨୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଛଡ଼ା ଯାଉଛି ୧୩୭୧୦ କ୍ୟୁସେକ ଜଳ। ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି।

୧୦ତାରିଖ ଶ୍ରାବଣ ମାସର ଦ୍ଵିତୀୟ ସୋମବାର ଥିବାରୁ ବେଦବ୍ୟାସର ତ୍ରିବେଣୀ ସଙ୍ଗମରୁ ଜଳ ନେବା ଲାଗି ରବିବାର ସନ୍ଧ୍ୟାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିପଦସଙ୍କୁଳ ସ୍ଥାନକୁ ବାରିକେଡ୍ କରାଯାଇଛି ଓ ସେଠାରେ ପୁଲିସ୍ ଜଗି ରହିଛି।



Source link

Leave A Reply

Your email address will not be published.