Hardik and Mahieka : ମଥାରେ ବିନ୍ଦି, ସିନ୍ଥିରେ ସିନ୍ଦୂର ; କଣ ଲୁଚିଛପି ବିବାହ କଲେ ମାହିକା-ହାର୍ଦ୍ଦିକ ? ଫଟୋ ଭାଇରାଲ…
ନୂଆଦିଲ୍ଲୀ ୨୭।୦୬; ମାହିକା ଶର୍ମା ଜନେ ମଡେଲ ଏବଂ ଅଭିନେତ୍ରୀ । ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଡେଟ୍ କରୁଥିବାର ଖବର ମିଳିଛି। ଏହି କପଲଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି। ଯାହାକୁ ଦେଖି ସମସ୍ତେ ନା ନା କଳ୍ପନା ଜଳ୍ପନା କରୁଛନ୍ତି। ମାହିକା ଏବଂ ହାର୍ଦ୍ଦିକ ସିକ୍ରେଟଲି ବିବାହ କରିଛନ୍ତି ବୋଲି ଅନୁମାନ କରାଯାଉଛି।
କଣ ସତରେ ମାହିକା ଏବଂ ହାର୍ଦ୍ଦିକ ବିବାହ କରିଛନ୍ତି ?
ଭାଇରାଲ ଫଟୋରେ, ମାହିକା ଶର୍ମା ତାଙ୍କ ମଥାରେ ସିନ୍ଦୁର ଏବଂ କପାଳରେ ଲାଲ ବିନ୍ଦି ପିନ୍ଧିଥିବା ଦେଖାଯାଇଛି, ଦୁହେଁ ମାହିକାଙ୍କ ମାଆଙ୍କ ସହିତ ପୋଜ୍ ଦେଉଥିବାର ନଜର ଆସିଛନ୍ତି। ଏହି ଫଟୋ ପରେ, ଗୁଜବ ଚାଲିଛି ଯେ ଏହି କପଲ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ କରିଛନ୍ତି। ହେଲେ ହାର୍ଦ୍ଦିକ କିମ୍ବା ମାହିକା ବିବାହ ଖବରକୁ ନିଶ୍ଚିତ କରିନାହାଁନ୍ତି। ସୂଚନାଯୋଗ୍ୟ ଯେ ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବରୁ ନତାସା ଷ୍ଟାନକୋଭିକଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କ ଅଗସ୍ତ୍ୟ ନାମକ ଏକ ପୁଅ ଅଛି। କିନ୍ତୁ ୨୦୨୪ରେ ସେମାନଙ୍କର ଛାଡପତ୍ର ହୋଇଥିଲା। ପରବର୍ତ୍ତୀ ସମୟରେ, ହାର୍ଦ୍ଦିକଙ୍କ ନାମ ଜାସମିନ୍ ୱାଲିଆଙ୍କ ଯୋଡା ହୋଇଥିଲା, କିନ୍ତୁ ଅଲ୍ପ ସମୟରେ ସେମାନଙ୍କର ସମ୍ପର୍କ ଭାଙ୍ଗିଗଲା, ଏବଂ ଅଭିନେତ୍ରୀ ତଥା ଫିଟନେସ୍ ମଡେଲ ମାହିକା ଶର୍ମା କ୍ରିକେଟରଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ। ଦୁହେଁ ପ୍ରାୟତଃ ଏକାଠି ଦେଖାଯାଆନ୍ତି।
Hardik Pandya officially married 2nd time 💍-
– Undoubtedly he is a great player, but he can never be a good man, a good father and husband. I don’t know what will he tell his Son when his son will asked him why did you done this to my mother 💔.
– One more time sorry Natasha,… pic.twitter.com/MOuKMwGcD3
— Mahi Shankar (@Itz_Ms7) June 26, 2026
ମାହିକା ଶର୍ମା କିଏ?
୨୪ ବର୍ଷୀୟା ମାହିକା ଶର୍ମା ଜଣେ ଅଭିନେତ୍ରୀ ଏବଂ ମଡେଲ। ଯିଏ ଭାରତୀୟ ଫ୍ୟାଶନ୍ ଏବଂ ମନୋରଞ୍ଜନ ଶିଳ୍ପରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିଛନ୍ତି। କଲେଜରେ ଇକୋନୋମିକ୍ସ ଏବଂ ଫାଇନାନ୍ସରେ ଅଧ୍ୟୟନ ସହିତ ମଡେଲିଂ ଏବଂ ଅଭିନୟରେ କ୍ୟାରିଅର ଗଢ଼ିଥିଲେ। ସେ ଶିକ୍ଷାଗତ ଭାବରେ ଚମତ୍କାର ଥିଲେ। ତାଙ୍କ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏକ ସଂପୂର୍ଣ୍ଣ ୧୦ CGPA ହାସଲ କରିଥିଲେ। ପରେ, ସେ ମଡେଲିଂ ଉପରେ ଧ୍ୟାନ ଦେଇଥିଲେ, ଯେଉଁଠାରେ ସେ ଶୀଘ୍ର ନେମ୍ ଫେମ୍ ହାସଲ କରିଥିଲେ।
ଫ୍ୟାଶନ୍ ଜଗତରେ, ସେ ପୂର୍ବରୁ ଅନେକ ପ୍ରମୁଖ ବ୍ରାଣ୍ଡ ସହିତ କାମ କରିଛନ୍ତି। ସେ ମନୀଷ ମାଲହୋତ୍ରା, ଅନିତା ଡୋଙ୍ଗରେ, ତରୁଣ ତାହିଲିଆନି ଏବଂ ଅମିତ ଅଗ୍ରୱାଲଙ୍କ ଓ ସବ୍ୟସାଚୀ ଭଳି ପ୍ରସିଦ୍ଧ ଡିଜାଇନରଙ୍କ ପାଇଁ ରାମ୍ପରେ ଚାଲିଛନ୍ତି। ତାଙ୍କର ବୃଦ୍ଧି ପାଉଥିବା ସଫଳତା ୨୦୨୪ ମସିହାରେ ଭାରତୀୟ ଫ୍ୟାଶନ୍ ପୁରସ୍କାରରେ ‘ମଡେଲ୍ ଅଫ୍ ଦି ଇୟର’ ପୁରସ୍କାର ପାଇ ସ୍ୱୀକୃତି ପାଇଥିଲା। ସେ ମ୍ୟୁଜିକ ଭିଡିଓ, ସଟ୍ ଫିଲ୍ମ ଏବଂ ଫଟୋଗ୍ରାଫି ପ୍ରୋଜେକ୍ଟରେ ମଧ୍ୟ କାମ କରିଛନ୍ତି।
