ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତିଙ୍କ ବାସଭବନ ହ୍ୱାଇଟ୍ ହାଉସ୍ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଏଥର ହ୍ୱାଇଟ୍ ହାଉସ୍ ଖବରକୁ ଆସିବାର କାରଣ ହେଉଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାତୁଣୀ କାଇ ଟ୍ରମ୍ପଙ୍କର ଏକ ବ୍ଲଗ୍ । କାଇ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଭିତରେ ଏକ ଭିଡିଓ କରିଛନ୍ତି ଏବଂ ଘରର ଟୁର୍ କରିଛନ୍ତି । ଏଥିରେ ଘରର ସେହି ସବୁ ସ୍ଥାନକୁ ବି ଦେଖାଇଛନ୍ତି, ଯାହାର ଫଟୋ ଖୁବ କମ୍ ସାମ୍ନାକୁ ଆସିଥାଏ । ସେ ଜିମଠାରୁ ଆରମ୍ଭ କରି ଓଭାଲ୍ ହାଉସ୍ ପର୍ଯ୍ୟନ୍ତ ହ୍ୱାଇଟ୍ ହାଉସ୍ର ଅନେକ ଅଦେଖା ରୁମ୍ ଦେଖାଇଛନ୍ତି । ଏବେ ଏହି ବ୍ଲଗ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି ।
କାଇ ନିଜ ବ୍ଲଗରେ ସେହି ସବୁ ସ୍ଥାନକୁ ମଧ୍ୟ ଦେଖାଇ ଦେଇଛନ୍ତି, ଯାହା ସାଧାରଣତଃ ଟୁରରେ ସାମିଲ୍ ହୋଇନଥାଏ । ସେ କ୍ୟାମେରାରେ ବୋଲିଂ ଏଲି, ଗଲ୍ଫ ସିମୁଲେଟର ରୁମ୍, ଜିମ୍ ଏବଂ ପ୍ରାଇଭେଟ୍ ଡ୍ରେସିଂ ରୁମ୍ ସବୁ ଦେଖାଇଛନ୍ତି । ତାଙ୍କ ଭିଡିଓରେ ହ୍ୱାଇଟ୍ ହାଉସର ସେହି ଐତିହାସିକ ରୁମ୍ରେ ମଧ୍ୟ ରହିନ୍ତି, ଯାହାକୁ ଲିଙ୍କନ ବେଡରୁମ୍ କୁହାଯାଏ ।
ହ୍ୱାଇଟ୍ ହାଉସର ଅଲଗା ଅଂଶ ଦେଖାଇବା ସହ ‘ରେଡ୍ ରୁମ୍’କୁ ଯାଉଛନ୍ତି, ଯେଉଁଠିକାର କାନ୍ଥଗୁଡ଼ିକ ଲାଲ୍ ରଙ୍ଗର । ତା’ପରେ ତା’ ଆଗକୁ ଏକ ‘ବ୍ଲୁ ରୁମ୍’ ଦେଖାଉଛନ୍ତି, ଯେଉଁଠି ଚାରିଆଡ଼େ ନୀଳ ରଙ୍ଗ ଦେଖାଯାଉଛି । ଏହା ସହିତ କାଇ ‘ଓଭାଲ୍ ଅଫିସ୍’ ମଧ୍ୟ ଦେଖାଉଛନ୍ତି, ଯେଉଁଠି ଚାରିଆଡ଼େ ଗୋଲ୍ଡ କଲର୍ ଦେଖାଯାଉଛି । ଆଉ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାହା ସବୁ ପ୍ରକୃତ ସୁନା । ଭିଡିଓରେ କାଇ କହୁଛନ୍ତି, ଏଠାରେ ସବୁକିଛି ସୁନାର ଏବଂ ତାଙ୍କ ଜେଜେବାପାଙ୍କୁ ସୁନା ବହୁତ ପସନ୍ଦ । ଏଥିପାଇଁ ସେ ସେଥିରେ ଅନେକ ସୁନା ଲଗାଇଛନ୍ତି ।
କାନ୍ଥଠାରୁ ଆରମ୍ଭ କରି ସେଠାରେ ରଖାଯାଇଥିବା ସବୁ ସାମଗ୍ରୀ ମଧ୍ୟ ସୁନାର । ଏହାପରେ ସେ ଟ୍ରମ୍ପଙ୍କ ଡେସ୍କ ମଧ୍ୟ ଦେଖାଉଛନ୍ତି, ଯେଉଁଠି ଏକ ସୁନାର ଟ୍ରେ ରଖାଯାଇଛି ଏବଂ ସେଥିରେ ଅନେକ ଗୁଡ଼ିଏ ପେନ୍ ଅଛି । ସାଙ୍ଗରେ ଗୋଲ୍ଡେନ୍ କୋଷ୍ଟର ମଧ୍ୟ ରଖାଯାଇଛି । ଏବେ ଏହି ଭିଡିଓ ସାମନାକୁ ଆସିବା ପରେ ସବୁଠି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
