Voice of Eastern India

Drugs Department raid: ଲାଇସେନ୍ସ ନଥାଇ ଚାଲିଥିଲା ଔଷଧ ବିକ୍ରି, ୨୨୦ ଦୋକାନରେ ଡ୍ରଗ୍ସ ବିଭାଗର ରେଡ୍


ଭୁବନେଶ୍ୱର ୮।୧୦: ରାଜ୍ୟରେ ବେଆଇନ ଔଷଧ ବିକ୍ରି ବିରୋଧରେ ଭେଷଜ ନିୟନ୍ତ୍ରଣ ନିର୍ଦ୍ଦେଶାଳୟର ବଡ଼ ଧରଣର ଚଢ଼ାଉ । ପ୍ରାୟ ୨୨୦ଟି ଔଷଧ ଦୋକାନରେ ଚଢ଼ାଉ କରାଯାଇଥିବା ବେଳେ ୧୩୭ଟି ଦୋକାନ ବିରୋଧରେ ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ସ ଆଇନ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି । ଖୋଲିଛି ମାଳ ମାଳ ଔଷଧ ଦୋକାନ । ଲୋକଙ୍କୁ ବି ବିକ୍ରି କରାଯାଉଛି ଔଷଧ । ହେଲେ ସେମାନଙ୍କ ପାଖରେ ନାହିଁ ଲାଇସେନ୍ସ କି ବୈଧ କାଗଜପତ୍ର । ବର୍ଷ ବର୍ଷ ଧରି ପ୍ରାଶାସନର ନଜର ଆଢୁଆଳରେ ବେଆଇନ ଭାବେ ଚାଲିଛି ବ୍ୟବସାୟ ।

ନିଶାମୁକ୍ତ ଅଭିଯାନ ପାଇଁ ଚଳିତ ମାସ ୧ ତାରିଖରୁ ନିର୍ଦ୍ଦେଶାଳୟର ଅଧିକାରୀ ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଔଷଧ ଓ ଦୋକାନରେ ଚଢ଼ାଉ କରୁଛନ୍ତି । ଏହି ଅଭିଯାନରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରାଲର ଏବଂ ଡ୍ରଗ୍ ଇନ୍ସପେକ୍ଟରମାନେ ହୋଲସେଲ ଓ ଖୁଚୁରା ଔଷଧ ବିକ୍ରୟ ପ୍ରତିଷ୍ଠାନରେ ବିକ୍ରି ହେଉଥିବା ଔଷଧର ଗୁଣବତ୍ତା ସହ ଏହାର ବିକ୍ରି ନିୟମ ଯାଞ୍ଚ କରାଯାଉଛି ।

Also Read:- ବ୍ୟାସନଗର କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା, ଏକାଧିକ ସ୍ଥାନରେ ବୋମାମାଡ଼

ଚଢ଼ାଉ ସମୟରେ ଆଜୋଲାମ୍, ନାଇଟ୍ରାଜେପାମ୍, ପେଣ୍ଟାଜୋସିନ୍, ଟ୍ରାମଡୋଲ୍ ଇତ୍ୟାଦି ସାଇକୋଟ୍ରୋପିକ୍ ଔଷଧର କ୍ରୟ ଏବଂ ପଞ୍ଜୀକୃତ ଚିକିତ୍ସକଙ୍କ ବୈଧ ପ୍ରେସକ୍ରିପ୍ସନ୍ ଆଧାରରେ ଏହାର ବିକ୍ରୟ କରାଯାଇଛି କି ନାହିଁ, ତାକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୧୦୦ ଆମ୍ପୁଲ୍ ପେଣ୍ଟଜୋସିନ୍ ଇଞ୍ଜେକ୍ସନ୍ ସମେତ ଅନ୍ୟାନ୍ୟ ଔଷଧ ଓ ମେଡିକାଲ୍ ଡିଭାଇସ୍ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ୭୦ ହଜାର ଟଙ୍କା ହେବ । ପୁରୀ ଜିଲ୍ଲାର ଅସ୍ତରଙ୍ଗ, ନୂଆପଡ଼ା ଜିଲ୍ଲାର ଜୋଙ୍କ ଏବଂ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଇସେନ୍ସ ବିହୀନ ପ୍ରତିଷ୍ଠାନରୁ ପ୍ରାୟ ୧ ଲକ୍ଷ ୯୨ ହଜାର ଟଙ୍କା ମୂଲ୍ୟର ଔଷଧ ଜବତ କରାଯାଇଛି । ଏହି ଘଟଣାଗୁଡ଼ିକରେ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ବିଭାଗ ସୂଚନା ଦେଇଛି ।

Watch Video:

 



Source link

Leave A Reply

Your email address will not be published.