ଆନନ୍ଦପୁର: ବୁଧବାର ନିଶ୍ଚିତକୋଇଲିରେ ଘଟିଥିବା ହୃଦୟବିଦାରକ ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ଘଟଣା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ, ପୋଲିସର ତଦନ୍ତ ଜାରି ରହିଛି। ଏସବୁ ଭିତରେ ପ୍ରଶ୍ନ ଉଠିଛି ଏହି ଘଟଣାକୁ ଏଡ଼ାଇ ଦିଆଯାଇପାରିଥାନ୍ତା କି ? ଖାଲି ଏହି ଘଟଣା ନୁହେଁ ଏଭଳି ଭୟଙ୍କର ଘଟଣା ବିଷୟରେ ଠିକ୍ ସମୟରେ ପୋଲିସକୁ ଖବର ମିଳିପାରିଲେ ହୁଏତ ଏଭଳି ଘଟଣାକୁ ରୋକି ହୁଅନ୍ତା।
ଏମିତିରେ ଏଭଳି ଭୟଙ୍କର ବିପଦକୁ ଏଡ଼ାଇବା ଦିଗରେ ଏକ ଭଲ ଉଦ୍ୟମ କରିଛନ୍ତି ଘଷିପୁରା ବ୍ଲକ୍ ଅଙ୍ଗାରୁଆ ଗାଁର ସୁଭଜିତ କର। ସୁରକ୍ଷା ପାଇଁ ତିଆରି କରିଛନ୍ତି ଏକ ନୂଆ ଆପ୍ ‘ସେଫ୍ଟି ଭାରତ’। ବିଟେକ୍ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ବିଭାଗର ପ୍ରଥମ ବର୍ଷର ଛାତ୍ର ସୁଭଜିତ କୁହନ୍ତି, ବିପଦ କେଉଁଠି କେତେବେଳେ ବି ଆସିପାରେ। କେବଳ ମହିଳା ହିଁ ନୁହେଁ, ବାହାରେ ରହୁଥିବା କେହି ପରିଜନ ବି ଅସୁବିଧାରେ ପଡ଼ିପାରନ୍ତି। ଆଉ ସଙ୍କଟ ସମୟରେ ସେମାନଙ୍କୁ ଯଥାଶୀଘ୍ର ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇଛି ଏହି ଆପ୍।
Also Read: ଧାନ ବିଲରେ ତ୍ରିରଙ୍ଗା ଉଡ଼ାଇ ଚାଷ ଆରମ୍ଭ କଲେ ଚାଷୀ, କ୍ଷେତରେ ଖେଳିଗଲା ଖୁସିର ଲହରୀ
ସୁଭଜିତ ତିଆରି କରିଥିବା ଏହି ଆପ୍ ବିପଦ ସମୟରେ କେବଳ ଭଏସ କମାଣ୍ଡ୍ ଦ୍ବାରା ଆକ୍ଟିଭ ହୋଇଯିବ। ଆଉ ବିପଦ ସଂପର୍କରେ ଆପଣଙ୍କୁ ଦୁଇ ପରିଜନଙ୍କୁ ତତକ୍ଷଣାତ ଆଲର୍ଟ କରିବ। କେବଳ ଆଲର୍ଟ ନୁହେଁ, ବିପଦରେ ପଡ଼ିଥିବା ବ୍ୟକ୍ତିଙ୍କ ଲାଇଭ୍ ଲୋକେସନ ମଧ୍ୟ ସେହି ଦୁଇ ଜଣକ ନମ୍ବର ପଠାଇଦେବ। ଯାହାଦ୍ବାରା ବିପଦରେ ପଡ଼ିଥିବା ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ମିଳିପାରିବ।
