Voice of Eastern India

Aamir Khan Married: ତୃତୀୟ ଥର ବାହା ହେଲେ ଅମୀର-ଗୌରୀ, ବିବାହରେ ସାମିଲ ହେଲେ ନାମୀଦାମୀ ସେଲିବ୍ରେଟି


ନୂଆଦିଲ୍ଲୀ ୦୫।୦୭; ଶେଷରେ ଅମୀର ଖାନ ଏବଂ ଗୌରୀ ସ୍ପ୍ରେଟ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ଦମ୍ପତି ଜୁଲାଇ ୫ ତାରିଖରେ ଅଭିନେତାଙ୍କ ପାଲି ହିଲ୍ ବାସଭବନରେ ସାତଫେରା ନେଇଛନ୍ତି। ଅମୀର ଏବଂ ଗୌରୀ ଗ୍ରାଣ୍ଡ ୱିଡିଂ ନୁହେଁ ଘରେ ରେଜିଷ୍ଟ୍ରେସନ ମ୍ୟାରେଜ କରିଛନ୍ତି । ବିବାହ ପାଇଁ ପ୍ରସ୍ତୁତି ବହୁତ ଦିନ ଧରି ଚାଲିଥିଲା। ୬୧ ବର୍ଷୀୟ ଅଭିନେତା ପ୍ରକାଶ କରିଥିଲେ ଯେ ସେ ଏବଂ ଗୌରୀ ଘରେ ବିବାହ କରୁଛନ୍ତି, କେବଳ ପରିବାର ସଦସ୍ୟ ଏବଂ ନିକଟତର ବନ୍ଧୁମାନେ ଉପସ୍ଥିତ ରହିବେ। ବିବାହ ପୂର୍ବରୁ ଆମିରଙ୍କ ଘର ଫୁଲ ଓ ଲାଇଟରେ ସଜା ହୋଇଥିଲା।

ଯେତେବେଳେ ତାଙ୍କ ପାଲି ହିଲ୍ ବାସଭବନରେ ବିବାହ ହେଉଥିଲା, ସେଲିବ୍ରିଟିମାନେ ଉତ୍ସବରେ ଯୋଗଦେବା ପାଇଁ ପହଞ୍ଚିଥିଲେ। ତାଙ୍କ ଝିଅ ଇରା ତାଙ୍କ ସ୍ୱାମୀଙ୍କ ସହିତ ପହଞ୍ଚିଥିଲେ,। ଏହା ସହ ତାଙ୍କ ପୁଅ ଜୁନୈଦ ମଧ୍ୟ ଆମିର ଖାନଙ୍କ ତୃତୀୟ ବିବାହର ସାମିଲ ହୋଇଥିଲେ।

 

ପ୍ରାୟ ୧୦୦ ରୁ ୧୫୦ ଜଣ ଅତିଥି ଅମୀର ଖାନ ଏବଂ ଗୌରୀ ସ୍ପ୍ରେଟ୍‌ ବିବାହରେ ଯୋଗ ଦେଇଥିଲେ। ଇରା ଏବଂ ଜୁନୈଦଙ୍କ ବ୍ୟତୀତ, ଅଭିନେତାଙ୍କ ଭଉଣୀ ମଧ୍ୟ ଘରେ ପହଞ୍ଚିଥିଲେ। ଶନିବାର, ୪ ଜୁଲାଇରେ ଭିଜୁଆଲ୍ ପ୍ରକାଶ ପାଇଥିଲା, ଯେଉଁଥିରେ ଲୋକମାନେ ଅମୀରଙ୍କ ଘରେ ଫର୍ଣ୍ଣିଚର ଏବଂ ଚେୟାର ଆଣୁଥିବା ନଜର ଆସିଥିଲେ। ମୁମ୍ବାଇରେ ପ୍ରବଳ ବର୍ଷା ଏବଂ ‘ରେଡ୍ ଆଲର୍ଟ’ ସତ୍ତ୍ୱେ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ଦେଖାଯାଇଥିଲା।

ସବୁଠାରୁ ବଡ କଥା ବିବାହରେ ଯୋଗଦେବା ପାଇଁ ଅମ୍ବାନୀ ପରିବାର ଅମୀରଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ପ୍ରବଳ ବର୍ଷା ମଧ୍ୟରେ ଘର ସାମ୍ନାରେ ଏକ ବଡ଼ ଗଛ ପଡ଼ିଯାଇଥିଲା, ଯାହା ଫଳରେ ଅମ୍ବାନୀ ପରିବାରର ଗାଡି କିଛି ସମୟ ପାଇଁ ଅଟକି ଯାଇଥିଲା।

 

ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ମଧ୍ୟ ଅମୀର ଏବଂ ଗୌରୀଙ୍କ ବିବାହରେ ଯୋଗଦେବା ପାଇଁ ତାଙ୍କ ପତ୍ନୀଙ୍କ ସହିତ ପହଞ୍ଚିଥିଲେ। ରାଜ ଠାକରେ ମଧ୍ୟ ତାଙ୍କ ବନ୍ଧୁ ଅମୀର ଖାନଙ୍କ ବିବାହରେ ଅଂଶଗ୍ରହଣ କରିବାକୁ ଆସିଥିଲେ।

କହିବାକୁ ଗଲେ ଗୌରୀ ସ୍ପ୍ରେଟଙ୍କ ପୂର୍ବରୁ, ଅମୀର ଖାନ ଦୁଇଥର ବିବାହ କରିଥିଲେ। ସେ ୧୯୮୬ ମସିହାରେ ରୀନା ଦତ୍ତଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ଜୁନୈଦ ଏବଂ ଇରା ଥିଲେ; କିନ୍ତୁ, ୧୬ ବର୍ଷ ପରେ ୨୦୦୨ ମସିହାରେ ସେମାନଙ୍କର ଛାଡପତ୍ର ହୋଇଗଲା। ପରେ ଅମୀର ଲଗାନ ସେଟରେ କିରଣ ରାଓଙ୍କୁ ଭେଟିଥିଲେ ଏବଂ ପ୍ରେମରେ ପଡ଼ିଥିଲେ। ସେ ୨୦୦୫ ମସିହାରେ କିରଣଙ୍କୁ ବିବାହ କରିଥିଲେ ଏବଂ ସେମାନେ ଏକ ପୁଅ ଆଜାଦର ପିତାମାତା ହୋଇଥିଲେ। ୨୦୨୧ରେ ଛାଡପତ୍ର ନେଇଥିଲେ। ଛାଡପତ୍ର ସତ୍ତ୍ୱେ, ଅମୀର ତାଙ୍କର ଉଭୟ ପୂର୍ବତନ ପତ୍ନୀଙ୍କ ସହିତ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରଖିଛନ୍ତି ଏବଂ ପ୍ରାୟତଃ ସେମାନଙ୍କ ସହିତ ଦେଖାଯାଆନ୍ତି।





Source link

Leave A Reply

Your email address will not be published.