କାମାକ୍ଷାନଗର: କ୍ରିକେଟ୍ ଖେଳିବା ସମୟରେ ବଜ୍ରପାତ। ଚାଲିଗଲା ଜଣଙ୍କ ଜୀବନ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଅଢାପଲି ଗ୍ରାମ ଖେଳ ପଡିଆରେ କ୍ରିକେଟ ଖେଳୁଥିବା ବେଳେ ବଜ୍ରାପାତ ଘଟି ଚାଲିଗଲା ଜଣେ ଯୁବକଙ୍କର ଜୀବନ।
ମୃତ ଯୁବକ ଜଣଙ୍କ ଅଢାପଲି ଗାଁର ୧୮ ବର୍ଷୀୟ ଯୁବକ ପ୍ରିୟବ୍ରତ ମହାନ୍ତ। ପ୍ରିୟବ୍ରତ ନିଜ ସାଙ୍ଗମାନଙ୍କ ସହିତ ଗାଁ ପଡ଼ିଆରେ କ୍ରିକେଟ ଖେଳୁଥିବା ବେଳେ ବଜ୍ରପାତରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପଡିଆରେ ପ୍ରାୟ ୨୦ ଜଣ ପିଲା କ୍ରିକେଟ ଖେଳୁଥିଲେ। ଏ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
Also Read: ଭଉଣୀ ଘରକୁ ଭାର ନେଇ ଯିବାବେଳେ ଦୁର୍ଘଟଣା, ବାଇକ୍ ଆରୋହୀଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଗଲା
