Voice of Eastern India

ବଲିଉଡର ସେହି ଆକ୍ଟର ଗୋଟିଏ ଦିନରେ ସାଇନ୍ କରିଥିଲେ ୪୭ ଫିଲ୍ମ, ପ୍ରଥମ ଫିଲ୍ମ ୬ ମାସ ପର୍ଯ୍ୟନ୍ତ ଥିଲା ହାଉସଫୁଲ୍


ମୁମ୍ବାଇ: ବଲିଉଡରେ ଏମିତି ଅନେକ କଳାକାର ଅଛନ୍ତି, ଯେଉଁମାନେ ନିଜ କ୍ୟାରିୟରରେ ଅପାର ସଫଳତା ଦେଖିଛନ୍ତି। ମାତ୍ର ସମୟ କ୍ରମେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି। ଆଜି ଆମେ ଏମିତି ଜଣେ କଳାକାରଙ୍କ କାହାଣୀ କହିବୁ ଯିଏ ନିଜ କ୍ୟାରିୟରରେ ବହୁତ ସଫଳତା ପାଇଛନ୍ତି, ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ କଳାକାରଙ୍କ ଷ୍ଟାରଡମ ସଂପୂର୍ଣ୍ଣ ଗାଏବ ହୋଇଗଲା। ଆମେ ଯେଉଁ କଳାକାରଙ୍କ ଆଲୋଚନା କରୁଛନ୍ତି ସେ ଦିନ ଥିଲା ଗୋଟିଏ ଦିନରେ ୪୭ ଫିଲ୍ମ ସାଇନ୍ କରିଥିଲେ।

ଯେଉଁ କଳାକାରଙ୍କ ବିଷୟରେ ଆମେ କଥା ହେଉଛନ୍ତି, ସେ ଆଶିକି ବୟ ନାମରେ ପରିଚିତ। ଏହି ଅଭିନେତାଙ୍କ ନାଁ ହେଉଛି ରାହୁଲ ରୟ। ରାହୁଲ ରୟ ନିକଟରେ ‘ଲାଫ୍ଟର ସେଫ୍ସର’ ଏକ ଏପିସୋଡରେ ନଜର ଆସିଥିଲେ। ଏହି ଏପିସୋଡରେ କରଣ କୁନ୍ଦ୍ରା ରାହୁଲଙ୍କୁ ପ୍ରଶ୍ନ କରିଥିଲେ ଯେ, କଣ ଏହା ସତ କି, ଆପଣ ଗୋଟିଏ ଦିନରେ ୧୫୦ ଫିଲ୍ମ ସାଇନ୍ କରିଥିଲେ। ସେ କହିଛନ୍ତି ୧୫୦ ନୁହେଁ ବରଂ ୪୭ ଫିଲ୍ମ ସାଇନ୍ କରିଥିଲେ। କରଣ କୁନ୍ଦ୍ରା ଏବଂ ବାକି ପ୍ରତିଯୋଗୀ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ ଯେ, କେମିତି ସେ ଗୋଟିଏ ଦିନରେ ୪୭ ଫିଲ୍ମ ସାଇନ କରି ଦେଲେ।

Also Read: ସୁଶାନ୍ତଙ୍କ ପ୍ଲାଟରେ କାହିଁକି ବିନା ଫର୍ଣ୍ଣିଚରରେ ରହୁଛନ୍ତି ଅଦା ଶର୍ମା ? କଲେ ଖୁଲାସା

କାହିଁକି ଆଶିକି ବୟ ନାମରେ ପ୍ରସିଦ୍ଧ ପାଇଲେ ରାହୁଲ

ରାହୁଲ ରୟଙ୍କୁ ଆଶିକି ବୟର ନାଁ ଏମିତି ମିଳିଲା କାରଣ ସେ ଏହି ନାଁରେ ଏକ ଫିଲ୍ମ କରିଥିଲେ। ଏହା ରାହୁଲ ରୟଙ୍କ ପ୍ରଥମ ଫିଲ୍ମ ଥିଲା। ଏହି ଫିଲ୍ମକୁ ଦର୍ଶକ ଏତେ ପସନ୍ଦ କରିଥିଲେ ଯେ, ରାହୁଲ ରୟଙ୍କୁ ଆଶିକି ବୟନ ନାଁରେ ସ୍ଵତନ୍ତ୍ର ପରିଚୟ ମିଳିଥିଲା। ଆଶିକି ବଲିଉଡରେ ସୁପର ହିଟ୍ ହୋଇଥିଲା। ଏହି ଫିଲ୍ମରେ ରାହୁଲ ରୟଙ୍କ ସହିତ ଅଭିନେତ୍ରୀ ଭାବେ ଅନୁ ଅଗ୍ରଓ୍ଵାଲ ଅଭିନୟ କରିଥିଲେ। ରାହୁଲ ରୟ ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କ ଫିଲ୍ମ ଆଶିକି ସିନେମାଘରେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ହାଉସଫୁଲ ରହିଥିଲା।

ନିର୍ମାତାଙ୍କୁ ଫେରାଇବାକୁ ପଡ଼ିଥିଲା ଟଙ୍କା

ରାହୁଲ ରୟଙ୍କୁ ଆଶିକି ଫିଲ୍ମ ରାତାରାତି ଷ୍ଟାର କରି ଦେଇଥିଲା। ରାହୁଲ ରୟଙ୍କ ପାଖକୁ ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର ଆସିବାକୁ ଲାଗିଲା। ସେ ଗୋଟିଏ ଦିନରେ ୪୭ ଫିଲ୍ମ ସାଇନ କରିଥିଲେ। କିନ୍ତୁ ରାହୁଲ ଏକ ପୁରୁଣା ସାକ୍ଷାତକାରରେ କହିଥିଲେ ଯେ, ତାଙ୍କ ପାଖରେ ଏତେ ଫିଲ୍ମରେ କାମ କରିବା ପାଇଁ ସମୟ ନ ଥିଲା। ତେଣୁ ସେ ଅତି କମରେ ୨୧ ଜଣ ନିର୍ମାତାଙ୍କୁ ଟଙ୍କା ଫେରାଇବାକୁ ପଡ଼ିଥିଲା।

Also Read: ପୂର୍ବତନ ସ୍ୱାମୀଙ୍କ ମୃତ୍ୟୁକୁ ପୂରିଲା ୧ ବର୍ଷ, ମନେ ପକାଇ ଭାବପ୍ରବଣ ହେଲେ କରିସ୍ମା କପୂର …



Source link

Leave A Reply

Your email address will not be published.