ଚେନ୍ନାଇ: ସୀମା ପୁନଃନିର୍ଦ୍ଧାରଣ ବିଧେୟକକୁ ନେଇ ଜାରି ରାଜନୈତିକ ଟଣାଓଟରା ମଧ୍ୟରେ ଚେନ୍ନାଇରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ବିଜେପିକୁ ଚିନ୍ତାରେ ପକାଇପାରେ। ଆଜି କଂଗ୍ରେସର ବଡ଼ ନେତା ଓ ଇଣ୍ଡି ମେଣ୍ଟର ଅନ୍ୟ ସଦସ୍ୟଙ୍କ ଡିଏମକେ ଅଧ୍ୟକ୍ଷ ଏମକେ ଷ୍ଟାଲିନଙ୍କ ସହ ଗୁରୁତ୍ଵପୂର୍ଣ୍ଣ ସାକ୍ଷାତ ହୋଇଛି। ସାକ୍ଷାତ ସମୟରେ ରାହୁଲ ଗାନ୍ଧୀ ଓ ଏମକେ ଷ୍ଟାଲିନ ଆଲିଙ୍ଗନ କରି ପରସ୍ପରର ହାତ ମିଳାଇଛନ୍ତି। ଦୁଇ ନେତାଙ୍କ ଏମିତି ଘନିଷ୍ଠତାର ସହ ମିଶିବାର ଫଟୋ ସଂପ୍ରତି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି।
ସୂଚନାଯୋଗ୍ୟ, କଂଗ୍ରେସ ସଂସଦୀୟ ପାର୍ଟିର ଅଧ୍ୟକ୍ଷ ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହିତ ଇଣ୍ଡି ମେଣ୍ଟର ଅନେକ ବଡ଼ ନେତା ରବିବାର ଷ୍ଟାଲିନଙ୍କ ଘରେ ପହଞ୍ଚିଛନ୍ତି। ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ବୈଠକରେ ସୀମା ପୁନଃନିର୍ଦ୍ଧାରଣ ବିଧେୟକ ଉପରେ ଆଲୋଚନା ହୋଇଛି। ଏହି ବିଧେୟକୁ ସମର୍ଥନ ନ ଦେବାକୁ ବୈଠକରେ ଷ୍ଟାଲିନଙ୍କୁ ନେତାମାନେ ଅନୁରୋଧ କରିଛନ୍ତି।
Also Read: ଭାରତରେ ୨୬ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରତିନିଧିତ୍ୱ କରନ୍ତି ଜଣେ ସାଂସଦ ! ଆମେରିକା ତୁଳନାରେ ୩.୩ ଗୁଣ ଅଧିକ
କଣ ଥିଲା ବୈଠକର ଉଦ୍ଦେଶ୍ୟ
ଇଣ୍ଡି ମେଣ୍ଟର ନେତା ଚାହାନ୍ତି ସୀମା ପୁନଃ ନିର୍ଦ୍ଧାରଣ ବିଧେୟକ ପ୍ରସଙ୍ଗରେ ଡିଏମକେ ନିଜର ଆଭିମୁଖ୍ୟ ବଦଳାଉ। ସଂପ୍ରତି ଡିଏମକେ ଏହି ସମ୍ବିଧାନ ସଂଶୋଧନ ବିଧେୟକ ପ୍ରସ୍ତାବକୁ ସମର୍ଥନ ଦେବ ବୋଲି କହି ଆସୁଛି। କଂଗ୍ରେସର କହିବା କଥା ଯଦି ବର୍ତ୍ତମାନର ଜନସଂଖ୍ୟା ଆଧାରରେ ସିଟ୍ ବଢାଯାଏ ତେବେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଲୋକସଭା ଆସନ ହ୍ରାସ ପାଇବ। ଏହା ସହ ରାଜ୍ୟଗୁଡ଼ିକର ରାଜନୈକ ଶକ୍ତି କମିଯିବ।
ଷ୍ଟାଲିନ ଓ ଡିଏମକେ ଦୀର୍ଘ ସମୟରୁ ଏହି ଆଲୋଚନା ଚଳାଇଛନ୍ତି ଯେ, ଜନସଂଖ୍ୟା ଆଧାରରେ ସିଟ୍ ବଣ୍ଟନ ହେଲେ ସେହି ରାଜ୍ୟଗୁଡ଼ିକର କ୍ଷତି ଘଟିବ ଯେଉଁମାନେ ପରିବାର ନିୟୋଜନ ଉପରେ ଭଲ କାମ କରିଛନ୍ତି। ତାମିଲନାଡ଼ୁ ସମେତ ଦକ୍ଷିଣ ରାଜ୍ୟଗୁଡ଼ିକ ଏହାକୁ ନେଇ ଚିନ୍ତାରେ। ଏହି କାରଣରୁ କଂଗ୍ରେସ ଚାହୁଁଛି ଡିଏମକେ ଏହି ବିଧେୟକକୁ ସମର୍ଥନ ନ କରୁ ଏବଂ ନିଜ ନିଷ୍ପତ୍ତି ଉପରେ ପୁନଃ ବିଚାର କରୁ।
Also Read: ଓମ ବିର୍ଲାଙ୍କୁ ଅଭିଷେକ ବାନାର୍ଜୀଙ୍କ ପତ୍ର, ୨୦ ବିଦ୍ରୋହୀ ଟିଏମସି ସାଂସଦଙ୍କ ଭୋଟ୍ ଅଧିକାର ରଦ୍ଦ ପାଇଁ କଲେ ଅନୁରୋଧ
ବୈଠକରେ କଣ ଘଟିଲା
ମେଣ୍ଡି ମେଣ୍ଟ ଦୃଷ୍ଟିରୁ ଏହି ବୈଠକ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ଯଦି ଏହି ବୈଠକ ପରେ ଡିଏମକେ ନିଜର ଆଭିମୁଖ୍ୟ ବଦଳାଏ ଏବଂ କଂଗ୍ରେସ ସହ ମିଶି ସୀମା ପୁନଃନିର୍ଦ୍ଧାରଣ ବିଧେୟକକୁ ବିରୋଧ କରେ ତେବେ କେନ୍ଦ୍ର ସରକାରଙ୍କ ମୁସ୍କିଲ ବଢିପାରେ। ଅନ୍ୟପଟେ ଯଦି ଷ୍ଟାଲିନ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତି ତେବେ ମେଣ୍ଟରେ ଫାଟ ପଡ଼ିବାର ସମ୍ଭାବନା ବଢିଯିବ। ତେବେ ଏ ପର୍ଯ୍ୟନ୍ତ ବୈଠକରେ କଣ ଘଟିଲା ଏବଂ ଡିଏମକେ କଣ ନିଷ୍ପତ୍ତି ନେଲା, ଏହା ଉପରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ଏବେ ସଭିଙ୍କ ନଜର ଡିଏମକେର ନିଷ୍ପତ୍ତି ଉପରେ।
