ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ । ବୁଦ୍ଧନଗର କଦଳୀ ଗୋଦାମ ଅଞ୍ଚଳରେ ୨୫ରୁ ଅଧିକ ଦୁର୍ବୃତ୍ତଙ୍କ ଗୋଷ୍ଠୀବଦ୍ଧ ଆକ୍ରମଣ । ବାଇକରେ ଆସି ଦୀର୍ଘ ଅଧଘଣ୍ଟା ଧରି ଖଣ୍ଡାରେ ଆତଙ୍କ ଖେଳାଇଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୩ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
କେବଳ ଲୋକଙ୍କୁ ନୁହେଁ, ଗାଡ଼ି ଓ ଦୋକାନକୁ ମଧ୍ୟ ଟାର୍ଗେଟ କରିଥିଲେ ଦୁର୍ବୃତ୍ତମାନେ । ୪ଟି ଅଟୋ ଏବଂ ୨ଟି ବାଇକକୁ ଖଣ୍ଡାରେ ହାଣି ଭାଙ୍ଗିବା ସହ ଦୋକାନ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ଦୋକାନରେ ଥିବା ଜିନିଷପତ୍ର ଫିଙ୍ଗାଫୋପଡ଼ା କରି ଚାଲିଥିଲା ଉନ୍ମତ୍ତ କାଣ୍ଡ । ସୂଚନା ଅନୁସାରେ, ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆସିଥିଲେ ଦୁର୍ବୃତ୍ତ । ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନପାଇ ଯାହାକୁ ପାରିଲେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏଭଳି ଆତଙ୍କରାଦକୁନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।
