Voice of Eastern India

୨୮ ଛକା, ୭ ଚୌକା… ବେବି ବସ ବୈଭବଙ୍କ ରେକର୍ଡ ବ୍ୟାଟିଂ: ୫୨ ବଲ୍‌ରେ ଡବଲ ସେଞ୍ଚୁରି.. ଭାଙ୍ଗିଲା ଏକାଧିକ ବିଶ୍ୱ ରେକର୍ଡ


ନୂଆଦିଲ୍ଲୀ: କ୍ରିକେଟ ବେବି ବସ୍ ବୈଭବ ସୂର୍ଯ୍ୟବଂଶୀ ମଙ୍ଗଳବାର ଏକ ନୂଆ ଇତିହାସ ଲେଖିଛନ୍ତି। ଦିନିକଆ ଫର୍ମାଟରେ ଦ୍ରୁତ ଦ୍ୱିତକ, ସର୍ବାଧିକ ଛକ୍କା, ଲିଷ୍ଟ ଏ କ୍ରିକେଟରେ ଦ୍ରୁତ ଦ୍ୱିଶତକ ଭଳି ଏକାଧିକ ରେକର୍ଡ କରିଛନ୍ତି।

ଏସିସି ମେନ୍ସ ଏସିଆ କପ ରାଇଜିଂ ଷ୍ଟାର ୨୦୨୬ରେ ମଙ୍ଗଳବାର ‘ଇଣ୍ଡିଆ ଏ’ ର ଟକ୍କର ସଂଯୁକ୍ତ ଆରବ ଏମିରେଟ୍ସ(ୟଏଇ) ସହିତ ହୋଇଥିଲା। ଦୋହାର ୟୁନିଭର୍ସିଟି ଅଫ୍ ଦୋହା ସାଇନ୍ସ ଏଣ୍ଡ ଟେକ୍ନୋଲୋଜୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ୧୫ ବର୍ଷୀୟ ବୈଭବ ଏମିତି ତାଣ୍ଡବ କରିଛନ୍ତି, ଯେଉଁଥିରେ କ୍ରିକେଟର ବଡ଼ ବଡ଼ ମହାରଥିଙ୍କ କିର୍ତ୍ତୀ ଭାଙ୍ଗିରୁଜି ଚୁରମାର ହୋଇଯାଇଛି।

ସବୁଠାରୁ ବଡ଼ କଥା ହେଲା ଆଜିର ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରି ବୈଭବ ମାତ୍ର ୫୨ ବଲରେ ଦ୍ୱିଶତକ ହାସଲ କରିଛନ୍ତି। ଲିଷ୍ଟ-ଏ କ୍ରିକେଟ ଇତିହାସରେ ଏହା ସବୁଠାରୁ ଦ୍ରୁତ ଦ୍ୱିଶତକ। ନିଜ ଇନିଂସରେ ବୈଭବ ମୋଟ ୫୩ ବଲ୍ରେ ୨୦୪ ରନ୍ କରିଛନ୍ତି। ଯେଉଁଥିରେ ସେ ୨୮ ଟି ଛକ୍କା ଓ ୭ ଟି ଚୌକା ମାରିଛନ୍ତି। କୌଣସି ପ୍ରଫେସନାଲ କ୍ରିକେଟର ପ୍ରଥମ ଥର ଜଣେ ବ୍ୟାଟର ଏତେମାତ୍ରାରେ ଛକ୍କା ମାରିଛନ୍ତି। ତେବେ ଆଜିର ମ୍ୟାଚ୍ରେ ବାସିଲ ହମିଦ ବୈଭଙ୍କୁ ଆଉଟ୍ କରିଥିଲେ। ତେବେ ଆଉଟ ହେବା ପୂର୍ବରୁ ବୈଭବ ଯେଉଁ ରେକର୍ଡ ଗୁଡ଼ିକ କରିଛନ୍ତି ଆସନ୍ତୁ ଜାଣି ନେବା।

ଲିଷ୍ଟ ଏ କ୍ରିକେଟରେ ସବୁଠାରୁ ଦ୍ରୁତ ଦ୍ୱିଶତକ(ବଲ ହିସାବରେ)

୫୨ ବୈଭବ ସୂର୍ଯ୍ୟବଂଶୀ ଇଣ୍ଡିଆ ଏ ବନାମ ୟୁଏଇ (୨୦୨୬)

୧୦୩ ଚାଡ୍ ବୋଉସ୍ କ୍ୟାଣ୍ଟରବେରୀ ବନାମ ଓଟାଗୋ, ଖ୍ରୀଷ୍ଟଚର୍ଚ ୨୦୨୪

୧୨୪ ଏନ ଜଗଦୀଶନ ତାମିଲନାଡୁ ବନାମ ଅରୁଣାଚଳ, ବେଙ୍ଗାଲୁରୁ ୨୦୨୨

୧୧୪ ହ୍ୟାରି ବ୍ରକୁ ଇଂଲଣ୍ଡ ବନାମ ଶ୍ରୀଲଙ୍କା, ରାୱଲପିଣ୍ଡି ୨୦୨୬

ପ୍ରଫେସନାଲ କ୍ରିକେଟର ଗୋଟିଏ ଇନିଂସରେ ସର୍ବାଧିକ ଛକା

୨୮ ବୈଭବ ସୂର୍ଯ୍ୟବଂଶୀ, ଭାରତ ଏ ବନାମ ୟୁଏଇ (୨୦୨୬)

୨୬ ତନ୍ମୟ ଅଗ୍ରୱାଲ, ହାଇଦ୍ରାବାଦ ବନାମ ଅରୁଣାଚଳ, ହାଇଦ୍ରାବାଦ ୨୦୨୪ (ରାଞ୍ଜି)

୨୩ କଲିନ୍ ମୁନରୋ, ଅକଲ୍ୟାଣ୍ଡ ବନାମ ସେଣ୍ଟ୍ରାଲ୍ ଡିଷ୍ଟ୍ରିକ୍ଟ, ନାପିଅର ୨୦୧୫ (ପ୍ଲଙ୍କେଟ୍ ସିଲ୍ଡ)

୨୩ ଡାର୍ସି ସର୍ଟ, ପଶ୍ଚିମ ଅଷ୍ଟ୍ରେଲିଆ ବନାମ କୁଇନ୍ସଲ୍ୟାଣ୍ଡ, ସିଡନୀ ୨୦୧୮ (ୱାନି ଡେ କପ୍)

ଲିଷ୍ଟ ଏ ଇନିଂସରେ ସର୍ବାଧିକ ଛକା

୨୮ ବୈଭବ ସୂର୍ଯ୍ୟବଂଶୀ ଭାରତ ଏ ବନାମ ୟୁଏଇ (୨୦୨୬)

୨୩ ଡାର୍ସି ସର୍ଟ ପଶ୍ଚିମ ଅଷ୍ଟ୍ରେଲିଆ ବନାମ କ୍ୱିନ୍ସଲ୍ୟାଣ୍ଡ, ସିଡନୀ (୨୦୧୮)

୨୧ ବେଭନ୍ ଜ୍ୟାକବ୍ସ ଅକଲ୍ୟାଣ୍ଡ ବନାମ ଓଟାଗୋ, ଅକଲ୍ୟାଣ୍ଡ (୨୦୨୬)

ଏହି ମୁକାବିଲାରେ ବୈଭବ ସୂର୍ଯ୍ୟବଂଶୀ ୧୪ ଛକା ଓ ୪ଟି ଚୌକା ସାହାଯ୍ୟରେ ମାତ୍ର ୨୮ ବଲରେ ଶତକ ପୂରା କରିଥିଲେ। ଯାହା ଲିଷ୍ଟ ଏ କ୍ରିକେଟ ଇତିହାସରେ ସବୁଠାରୁ ଦ୍ରୁତ ଶତକ ଭାବେ ରେକର୍ଡ କରାଯାଇଛି। ଏହି ବିସ୍ଫୋରକ ବ୍ୟାଟିଂ କରି ବୈଭବ ଅଷ୍ଟ୍ରେଲିଆ ବ୍ୟାଟର ଜ୍ୟାକ୍ ଫ୍ରେଜର-ମ୍ୟାକଗର୍କଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ମ୍ୟାକଗର୍କ ୨୦୨୩ରେ ସାଉଥ ଅଷ୍ଟ୍ରେଲିଆ ପକ୍ଷରୁ ଖେଳି ତସମାନିଆ ବିପକ୍ଷରେ ୨୯ ବଲରେ ଶତକ ହାସଲ କରିଥିଲେ।

ସବୁଠାରୁ ଦ୍ରୁତ ଲିଷ୍ଟ- ଏ ଶତକ(ବଲ ହିସାବରେ)

୨୮ ବୈଭବ ସୂର୍ଯ୍ୟବଂଶୀ ଇଣ୍ଡିଆ ଏ ବନାମ ୟୁଏଇ ୨୦୨୬

୨୯ ଜେକ୍ ଫ୍ରେଜର-ମ୍ୟାକଗର୍କ, ଦକ୍ଷିଣ ଅଷ୍ଟ୍ରେଲିଆ ବନାମ ତସମାନିଆ, ଆଡିଲେଡ୍ ୨୦୨୩

୩୧ ଏବି ଡି ଭିଲିୟର୍ସ, ଦକ୍ଷିଣ ଅଷ୍ଟ୍ରେଲିଆ ବନାମ ୱେଷ୍ଟଇଣ୍ଡିଜ୍, ଜୋହାନ୍ସବର୍ଗ ୨୦୧୫

୩୧ ସାକିବୁଲ ଗାନି, ବିହାର ବନାମ ଅରୁଣାଚଳ, ରାଞ୍ଚି ୨୦୨୫

୩୩ ଇଶାନ୍ କିଶାନ୍, ଝାଡଖଣ୍ଡ ବନାମ କର୍ଣ୍ଣାଟକ, ଅହମ୍ମଦାବାଦ ୨୦୨୫

ଆଜିର ମ୍ୟାଚ୍ରେ ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିବା ୟୁଏଇର ଜାହିଦ ଅଲୀଙ୍କୁ ଲଗାତର ୩ଟି ଛକା ମାରିଥିଲେ ବୈଭବ। ପୁଣି ପରବର୍ତ୍ତି ଓଭରରେ ଇବରାର ଅହମଦଙ୍କୁ ଦୁଇଟି ୬ ଓ ଗୋଟିଏ ଚୌକା ମାରିଥିଲେ। ତୃତୀୟ ଓଭର କରିବାକୁ ଆସିଥିବା ବାସିଲ ହମିଦଙ୍କୁ ବି ଲଗାତର ୩ ଟି ଛକା ମାରି ଅର୍ଦ୍ଧଶତକ ପୂରା କରିଥିଲେ ବେବି ବସ ବୈଭବ। ସେ ୮ଟି ଛକା ଓ ଗୋଟିଏ ଚୌକା ସାହାଯ୍ୟରେ ୧୬ ବଲ୍ରେ ଅର୍ଦ୍ଧଶତକ ପୂରା କରିଥିଲେ। ଏତିକିରେ ବି ଶାନ୍ତ ପଡ଼ି ନଥିଲା ବୈଭଙ୍କ ବ୍ୟାଟ୍, ଲାଗତର ବିସ୍ଫୋରକ ଇନିଂସ କରି ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଦେଲେ ସୂର୍ଯ୍ୟବଂଶୀ।

ପ୍ରଫେସନାଲ କ୍ରିକେଟରେ ଶତକ ପୂରା କରିବାକୁ ବୈଭବ ଖେଳିଥିବା ବଲ୍ ସଂଖ୍ୟା

୨୮ ଭାରତ ଏ ବନାମ ୟୁଏଇ ଦୋହା ୨୦୨୬ (ଲିଷ୍ଟ ଏ )

୩୨ ଭାରତ ଏ ବନାମ ୟୁଏଇ ଦୋହା ୨୦୨୫ (ଟି-୨୦)

୩୫ ରାଜସ୍ଥାନ ରୟାଲ୍ସ ବନାମ ଗୁଜରାଟ ଟାଇଟାନ୍ସ ଜୟପୁର ୨୦୨୫ (ଟି-୨୦)

୩୬ ବିହାର ବନାମ ଅରୁଣାଚଳ ପ୍ରଦେଶ ରାଞ୍ଚି ୨୦୨୫ (ଲିଷ୍ଟ-ଏ)

୩୬ ରାଜସ୍ଥାନ ରୟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ଜୟପୁର ୨୦୨୬ (ଟି-୨୦)

୫୮ ବିହାର ବନାମ ମହାରାଷ୍ଟ୍ର କୋଲକାତା ୨୦୨୫ (ଟି-୨୦)



Source link

Leave A Reply

Your email address will not be published.