Voice of Eastern India

ଫିଲ୍ମ ଷ୍ଟାଇଲରେ ଖଣ୍ଡା ବୁଲାଇ ଆତଙ୍କ ! ତିନି ଯୁବକଙ୍କୁ କାବୁ କରି ଥାନାରେ ଦେଲେ ଗାଁ ଲୋକେ


କଣାସ: ଫିଲ୍ମ ଷ୍ଟାଇଲରେ ଖଣ୍ଡା ବୁଲାଇ ଆତଙ୍କ ! ଦିନ ଦ୍ୱିପ୍ରହରରେ ଖଣ୍ଡା ଧରି ଗାଁରେ ପଶିଲେ ୩ ଯୁବକ। ବୁଲେଟରେ ଆସି ଫିଲ୍ମି ଷ୍ଟାଇଲରେ ଖଣ୍ଡା ବୁଲାଇବା ସହ ଗ୍ରାମବାସୀଙ୍କୁ ଗାଳିଗୁଲଜ ଏବଂ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ବେଣାଗାଁ ଗ୍ରାମରେ ଆଜି ଦିନ ଦ୍ୱିପ୍ରହରରେ ଘଟିଛି ଏଭଳି ଘଟଣା।

ସୂଚନା ମୁତାବକ ତିନି ଜଣ ଯୁବକ ଏକ ବୁଲେଟ୍ ମୋଟରସାଇକେଲରେ ଗ୍ରାମକୁ ଆସି ହାତରେ ଖଣ୍ଡା ଧରି ଫିଲ୍ମି ଷ୍ଟାଇଲରେ ବୁଲାଇବା ସହ ଗ୍ରାମବାସୀଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ମାରିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।ଏହାପରେ ଗ୍ରାମବାସୀ ଏକାଠି ହୋଇ ତିନି ଯୁବକଙ୍କୁ କାବୁ କରିବା ସହ କଣାସ ଥାନାକୁ ଖବର ଦେଇଥିଲେ। ଖବର ପାଇ କଣାସ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନି ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଖଣ୍ଡା ଓ ବ୍ୟବହୃତ ବୁଲେଟ୍ ମୋଟରସାଇକେଲ ଜବତ କରିଛି।

Also Read: ବାପାଙ୍କୁ ମାଡ଼ ମାରିଲେ ଦୋକାନ କର୍ମଚାରୀ, ଶୁଣିଲାନି ପୁଲିସ; ପ୍ରତିଶୋଧ ନେଲେ ଦୁଇ ଝିଅ

ପୁଲିସ ସୂତ୍ରରୁ ପ୍ରକାଶ, ଉକ୍ତ ଯୁବକମାନେ କଲେଜକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ନିୟମିତ ଅଶାଳୀନ ମନ୍ତବ୍ୟ ଦେବା ସହ ଜୋରଜବରଦସ୍ତ ବଟି ଆଦାୟ କରୁଥିବା ଅଭିଯୋଗ ରହିଛି। ଏହି ଘଟଣାକୁ ନେଇ କଣାସ ଥାନାରେ କେସ୍ ନଂ ୩୦୨/୨୬ରେ ମାମଲା ରୁଜୁ ହୋଇଛି। ତେବେ ଦିନ ଦ୍ୱିପ୍ରହରରେ ଗାଁ ଭିତରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।



Source link

Leave A Reply

Your email address will not be published.