Voice of Eastern India

ପୁଣି ନିରାଶ ଏନ୍. ଭାସ୍କର ରାଓ, ଜାମିନ ଆବେଦନ ଖାରଜ କଲେ ଜିଲ୍ଲା ଦୌରାଜଜ୍


ରାୟଗଡ଼ା: ପୁଣି ନିରାଶ ହେଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ। ଜାମିନ ଆବେଦନ ଖାରଜ କଲେ ରାୟଗଡ଼ା ଜିଲ୍ଲା ଦୌରାଜଜ୍। ବହୁଚର୍ଚ୍ଚିତ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗୀ ହତ୍ୟା ମାମଲାରେ ଜେଲରେ ଥିବା ଭାସ୍କର ରାଓଙ୍କୁ ପୁଣି ଝଟକା ଲାଗିଛି। ଗତ ୯ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ ଭାସ୍କର ରାଓ। ଏହାପରେ ଜାମିନ ପାଇଁ ଜିଲ୍ଲା ଦୌରାଜଜ୍ କୋର୍ଟରେ ଆବେଦନ କରିଥିଲେ। ହେଲେ ଆଜି ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି।

୨୦୧୦ ଡିସେମ୍ବର ୨୩ ରେ ରାୟଗଡ଼ା ଥାନାରେ ରୁଜୁ ହୋଇଥିବା ଏହି ହତ୍ୟା ମାମଲାରେ ହାଇକୋର୍ଟଙ୍କ ଜାମିନ ଆଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ। ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ଦେଇଥିଲେ ନିର୍ଦ୍ଦେଶ। ମାମଲାରେ ମୋଟ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଆତ୍ମସମର୍ପଣ କରିଥିଲେ। ତେବେ ଭାସ୍କର ରାଓଙ୍କ ଜାମିନ ଆବେଦନ ଖାରଜ ପରେ ତାଙ୍କ ଅଡୁଆ ପୁଣି ବଢ଼ିଛି। ଏନେଇ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Also Read: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଗଣ ଦୁଷ୍କର୍ମ ପୀଡ଼ିତା ଆଦିବାସୀ ମହିଳା



Source link

Leave A Reply

Your email address will not be published.