ଅଭିନେତା ଶରଦ କପୁର। ଯିଏକି ଦିନେ ଶାହାରୁଖ ଖାନ ଓ ହ୍ରିତିକ ରୋଶନଙ୍କ ପରି ଅଭିନେତାଙ୍କ ସହ ଫିଲ୍ମରେ କାମ କରି ଥିଲେ । ବର୍ତ୍ତମାନ ଏକ ଦୁଃଖଦ ସ୍ଥିତି ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ଏକ ଭାବପ୍ରବଣ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଅଭିନେତା ଜଣକ ତାଙ୍କର ଚାରୋଟି ପୋଷା କୁକୁର ଠାରୁ ବିଦାୟ ନେଉ ଥିବାର ନଜର ଆସୁଛନ୍ତି । ଏହାକୁ ଦେଖି ତାଙ୍କର ଫ୍ୟାନ୍ସମାନେ ତାଙ୍କର ବ୍ୟକ୍ତିଗତ ପରିସ୍ଥିତି ଏବଂ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି । ଭିଡିଓରେ ଶରଦ କପୁର ବହୁତ ଭାବପ୍ରବଣ ନଜର ଆସୁଛନ୍ତି ଏବଂ ନିଜର ଲୁହକୁ ରୋକିବାକୁ ଚେଷ୍ଟା କରୁଛନ୍ତି। ଯେତେବେଳେ କି ତାଙ୍କର ପ୍ରିୟ କୁକୁରମାନଙ୍କୁ ଏକ ଆନିମଲ ୱେଲଫେୟାର ସେଣ୍ଟରକୁ ନିଆଯାଉଛି।
ଆନିମଲ ୱେଲଫେୟାର ଅନୁଯାୟୀ, ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଇ ଥିଲା ,କାରଣ ଅଭିନେତା ଏବଂ ତାଙ୍କ ପରିବାର ଏହି ସମୟରେ କିଛି ସମସ୍ୟାର ସମ୍ମୁଖନ ହେଉଛନ୍ତି । ଏହା ଏକ ଅସ୍ଥାୟୀ ବ୍ୟବସ୍ଥା , କୁକୁରମାନଙ୍କୁ ସବୁଦିନ ପାଇଁ ଛାଡ଼ି ଦେବାର ମାମଲା ନୁହେଁ । ଯେଉଁ ଫ୍ୟାନ୍ସମାନେ ଶରତଙ୍କୁ ଜୋସ୍ ପରି ଫିଲ୍ମରୁ ମନେ ରଖିଛନ୍ତି, ସେମାନଙ୍କ ପାଇଁ ତାଙ୍କର ଏହି ନୂତନ ରୂପ ଖୁବ ଆଶ୍ଚର୍ଯ୍ୟଜନକ ମନେହେବ । ଯେଉଁ ଅଭିନେତା କେବେ ଦିନେ ନିଜର ଲୁକ୍ ଏବଂ ଫିଟନେସ୍ ପାଇଁ ଚର୍ଚ୍ଚାରେ ରହୁଥିଲେ, ସେ ଏହି ଭାଇରାଲ ଭିଡିଓରେ ଖୁବ୍ ଅଲଗା ଦେଖା ଯାଉଛନ୍ତି । ତାଙ୍କର ପରିବର୍ତ୍ତିତ ରୂପ ଏବଂ ଭାବପ୍ରବଣ ଅବସ୍ଥାକୁ ଦେଖି ସୋସିଆଲ ମିଡିଆରେ ଅନେକ ଲୋକ ତାଙ୍କ ପାଇଁ ଚିନ୍ତା କରୁଛନ୍ତି ।
🚨 Shoking News🚨 एक वक्त था जब शाहरुख खान के साथ फिल्म ‘जोश’ में नजर आए शरद कपूर अपनी हैंडसम पर्सनैलिटी और शानदार फिटनेस के लिए चर्चा में रहते थे। उस दौर में उनकी फिटनेस देखकर हर कोई प्रभावित होता था। लेकिन वक्त के साथ उनकी जिंदगी में काफी बदलाव आ गया है। आज शरद कपूर की तबीयत ठीक नहीं है और उनकी हालत काफी खराब है। इसी वजह से उन्हें अपने प्यारे पालतू कुत्तों को एनिमल वेलफेयर सेंटर भेजने का फैसला लेना पड़ा। अपने पालतू कुत्तों से बिछड़ते वक्त शरद कपूर काफी भावुक हो गए। कभी पर्दे पर अपनी शानदार मौजूदगी से लोगों का दिल जीतने वाले अभिनेता का यह भावुक पल वाकई दिल छू लेने वाला है। #sharadkapoor #Actor #Health #NGO #Bollywood #ChildrensDay #NehruJayanti https://t.co/3Ofw33HlZm
— Ajay Sharma Inc (@AJAY_Sharma_012) November 14, 2026
ଖବର ଅନୁଯାୟୀ, ଘରର ପରିସ୍ଥିତି ଏପରି ହୋଇଯାଇଛି ଯେ, ଶରଦଙ୍କ ପାଇଁ ଚାରୋଟି କୁକୁରଙ୍କ ଯତ୍ନ ନେବା କଷ୍ଟକର ହୋଇ ପଡ଼ିଛି । କୁହାଯାଉଛି ଅଭିନେତା ଜଣକ ନିଜେ କିଛି ଶାରୀରିକ ସ୍ୱାସ୍ଥ୍ୟ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ଏବଂ ତାଙ୍କୁ ମଧ୍ୟ ଆରାମ ଓ ଯତ୍ନର ଆବଶ୍ୟକତା ରହିଛି । ତାଙ୍କ ପରିବାରରେ ଏକ ନବଜାତ ଶିଶୁ ମଧ୍ୟ ଅଛି, ଯେଉଁଥିପାଇଁ ଦାୟିତ୍ୱ ଗୁଡ଼ିକ ଆହୁରି ବଢ଼ି ଯାଇଛି । ଘରେ କୌଣସି ନିୟମିତ ଯତ୍ନ ନେଉଥିବା ବ୍ୟକ୍ତି (କେୟାରଟେକର) ନଥିବାରୁ, ଘରର ଅନ୍ୟାନ୍ୟ ଦାୟିତ୍ୱ ସହ ଚାରୋଟି ପୋଷା ଜନ୍ତୁଙ୍କ ଆବଶ୍ୟକତାକୁ ସମ୍ଭାଳିବା ଆହୁରି କଷ୍ଟକର ହୋଇ ପଡ଼ିଛି ।
ଭିଡିଓରେ ସବୁଠାରୁ ଭାବପ୍ରବଣର କ୍ଷଣ ନଜର ଆସୁଛି , ଯେତେବେଳେ ଶରଦ ତାଙ୍କର ଚାରୋଟି କୁକୁରଙ୍କ ସହ ନିଜର ଭାବନାତ୍ମକ ସମ୍ପର୍କ ବିଷୟରେ କଥା ହେଉଛନ୍ତି । ସେ ଏହା କହିବା ସମୟରେ କାନ୍ଦି ପକାଉଛନ୍ତି ଯେ ସେମାନଙ୍କ ଠାରୁ ଅଲଗା ହେବା କେତେ କଷ୍ଟକର । ତାଙ୍କର ଏଭଳି ସ୍ଥିତି ସାମ୍ନାକୁ ଆସିବା ପରେ ସହାୟତା ପାଇଁ ଆଗେଇ ଆସିଛନ୍ତି ଅଭିନେତ୍ରୀ ଜୟା ଭଟ୍ଟାଚାର୍ଯ୍ୟ । ଶରଦଙ୍କୁ ଭେଟିବା ପରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ବଲିଉଡର ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ତାଙ୍କୁ କାମ ଦେବାକୁ ନିବେଦନ କରିଛନ୍ତି ।
ଜୟା କହିଛନ୍ତି, ୨୦୦୧ ମସିହାରେ ତାଙ୍କର ଶରଦଙ୍କ ସହ ପ୍ରଥମ ସାକ୍ଷାତ ହୋଇଥିଲା । ଏବେ ପୁଣି ତାଙ୍କୁ ଭେଟିବା ପରେ ଶରଦ ଯେଉଁ ସହଯୋଗ ଚାହୁଁଛନ୍ତି, ସେଥିପାଇଁ ସେ ମନୋରଞ୍ଜନ ଜଗତକୁ ଅନୁରୋଧ କରିଛନ୍ତି । ନୂଆ ଫିଲ୍ମ ଓ ଟିଭି ଶୋ’ ପାଇଁ କଳାକାର ଚୟନ କରୁଥିବା ନିର୍ମାତାମାନେ ଶରଦଙ୍କୁ ନିଜ ଚରିତ୍ର ପାଇଁ ଉପଯୁକ୍ତ ମନେ କରୁଛନ୍ତି କି ନାହିଁ, ତାହା ବିଚାର କରନ୍ତୁ ବୋଲି ସେ କହିଛନ୍ତି । ତାଙ୍କ ମତରେ, ଅଳ୍ପ ସହଯୋଗ ମଧ୍ୟ ଜଣେ କଳାକାରଙ୍କ ପାଇଁ ବଡ଼ ସାହାଯ୍ୟ ହୋଇପାରେ ।
