Voice of Eastern India

କଟକରେ ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର


କଟକ: କଟକ କେଡିଏ ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଛାତ୍ର ହେଉଛନ୍ତି ଶେଖ୍ ଫୟାଜ୍। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଏନେଇ ମର୍କତ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଶନିବାର ଦିନ ପ୍ରାୟ ୧୨ଟା ସମୟରେ ଫୟାଜ୍ କଲେଜର ତିନି ମହଲାରୁ ତଳକୁ ଆସିଥିଲେ। ଏହାର କିଛି ସମୟ ପରେ କଲେଜ ପରିସରରେ ତଳେ ତାଙ୍କର ମୃତଦେହ ମିଳିଥିଲା। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ।

ଏହି ଘଟଣାକୁ ନେଇ ମୃତ ଛାତ୍ରଙ୍କ ପରିବାର ଲୋକେ କଲେଜ କର୍ତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ପରିବାରର ଅଭିଯୋଗ ଅନୁସାରେ, ଘଟଣାଟି କଲେଜ ପରିସରରେ ଘଟିଛି। ଫୟାଜଙ୍କୁ ହତ୍ୟା କରାଯାଇଥାଇପାରେ କିମ୍ବା ମାନସିକ ଚାପ ପ୍ରୟୋଗ କରି ଏଭଳି ପଦକ୍ଷେପ ନେବାକୁ ବାଧ୍ୟ କରାଯାଇଥାଇପାରେ ବୋଲି ସେମାନେ ଅଭିଯୋଗ କରିଛନ୍ତି।

Also Read: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ୩ ଆହତ

ଏନେଇ ପରିବାର ପକ୍ଷରୁ ମର୍କତ ନଗର ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ଘଟଣାର ପ୍ରକୃତ କାରଣ କ’ଣ ଏବଂ ଏଥିରେ କାହାର ସମ୍ପୃକ୍ତି ରହିଛି କି ନାହିଁ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।



Source link

Leave A Reply

Your email address will not be published.