Voice of Eastern India

ବଦଳିବ ରାହୁ-କେତୁଙ୍କ ଚଳନ, ମହାଗୋଚରରେ ପ୍ରଭାବିତ ହେବ ଏହି ରାଶିଙ୍କ ଭାଗ୍ୟଫଳ


ଭୁବନେଶ୍ୱର : ଜ୍ୟୋତିଷ ଶାସ୍ତ୍ରରେ ରାହୁ ଓ କେତୁଙ୍କ ଗୋଚରକୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ । ଶାସ୍ତ୍ର ଅନୁସାରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ କୁହାଯାଏ। ପ୍ରାୟ ୧୮ ମାସ ପରେ ଡିସେମ୍ବର ୫ ତାରିଖରେ ରାଶି ପରିବର୍ତ୍ତନ କରିବେ ଏହି ଦୁଇ ଛାୟା ଗ୍ରହ। ରାହୁ କୁମ୍ଭ ଛାଡ଼ି ମକରକୁ ଯିବେ, ଆଉ କେତୁ ସିଂହ ଛାଡ଼ି କର୍କଟ ରାଶିରେ ପ୍ରବେଶ କରିବେ। ଏହି ଗୋଚରର ପ୍ରଭାବରେ କାହାର ଭାଗ୍ୟ ଚମକିବ, କାହାକୁ ମିଳିବ କର୍ମକ୍ଷେତ୍ରରେ ସଫଳତା? କେଉଁ ରାଶି ପାଇଁ ଖୋଲିବ ଧନଲାଭର ସୁଯୋଗ ? ଆସନ୍ତୁ ଜାଣିବା, ୧୨ଟି ରାଶି ଉପରେ କେମିତି ରହିବ ରାହୁ-କେତୁଙ୍କ ମହାଗୋଚରର ପ୍ରଭାବ।

୧୮ ମାସ ପରେ ବଦଳିବ ରାହୁ-କେତୁଙ୍କ ଚଳନ। ଡିସେମ୍ବର ୫ରେ ଏହି ଦୁଇ ଛାୟା ଗ୍ରହଙ୍କ ରାଶି ପରିବର୍ତ୍ତନକୁ ନେଇ ଜ୍ୟୋତିବିଦ୍ୟଙ୍କ ରହିଛି ବିଶେଷ ପରାମର୍ଶ । ଏଥିରେ ରାହୁ ମକର ରାଶିକୁ ଓ କେତୁ କର୍କଟ ରାଶିକୁ ଗୋଚର କରିବେ। ଏହାର ପ୍ରଭାବରେ ୧୨ଟି ରାଶିର ଜୀବନରେ ଆଣିବ ନୂଆ ମୋଡ଼। କାହା ପାଇଁ ଖୋଲିବ ଉନ୍ନତିର ରାସ୍ତା, ତ ଆଉ କାହାକୁ ରହିବାକୁ ପଡ଼ିବ ସତର୍କ?ତେବେ ରାହୁ ଓ କେତୁଙ୍କ ଗୋଚରରେ ମେଷ ରାଶି ପାଇଁ କର୍ମକ୍ଷେତ୍ରରେ ଆସିପାରେ ନୂଆ ସୁଯୋଗ । ଚାକିରିରେ ପଦୋନ୍ନତି ଓ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ସେଭଳି ବୃଷ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଭାଗ୍ୟର ସାଥ୍ ମିଳିପାରେ। ଉଚ୍ଚଶିକ୍ଷା, ବିଦେଶ ଯାତ୍ରା ଓ ନୂଆ କାର୍ଯ୍ୟରେ ସଫଳତାର ଆଶା ରହିଛି। ମିଥୁନ ରାଶିଙ୍କୁ ଆର୍ଥିକ କାରବାରରେ ସତର୍କ ରହିବାକୁ ପଡ଼ିବ। ଅନାବଶ୍ୟକ ଖର୍ଚ୍ଚ ଓ ନିବେଶ କ୍ଷେତ୍ରରେ ଭାବିଚିନ୍ତି ପଦକ୍ଷେପ ନେବାକୁ ହେବ । କର୍କଟ ରାଶିଙ୍କ ପାଇଁ ସମ୍ପର୍କ ଓ ବୈବାହିକ ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ସାଥୀଙ୍କ ସହ ଭଲ ବୁଝାମଣା ରଖିବା ଜରୁରୀ ।

ସେପଟେ ସିଂହ ରାଶିଙ୍କ ପାଇଁ ଶତ୍ରୁ ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତାର ସୁଯୋଗ ରହିପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ। କନ୍ୟା ରାଶିଙ୍କ ପାଇଁ ପ୍ରେମ, ସନ୍ତାନ ଓ ଶିକ୍ଷା କ୍ଷେତ୍ରରେ ମିଶ୍ରିତ ଫଳ ମିଳିପାରେ। ନିଷ୍ପତ୍ତି ନେବା ସମୟରେ ଧୈର୍ଯ୍ୟ ରଖିବା ଜରୁରୀ। ତୁଳା ରାଶିଙ୍କ ପାଇଁ ପାରିବାରିକ ଜୀବନ ଓ ଘରୋଇ ସମ୍ପତ୍ତି ସମ୍ପର୍କିତ ବିଷୟ ଗୁରୁତ୍ୱ ଦେବାକୁ ପଡିବ । ଘର କିଣିବା ବା ଯାନବାହନ କ୍ରୟ ପାଇଁ ଯୋଜନା କରିପାରନ୍ତି। ଏହି ଗୋଚର ପ୍ରଭାବରେ ବିଛା ରାଶିଙ୍କ ପାଇଁ ସାହସ ଓ ଆତ୍ମବିଶ୍ୱାସ ବଢ଼ିପାରେ। ନୂଆ କାମ ଆରମ୍ଭ କରିବା ସହ ବ୍ୟବସାୟରେ ନୂଆ ସୁଯୋଗ ମିଳିବାର ଆଶା ମଧ୍ୟ ରହିଛି।

ସେହିଭଳି ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଧନ ଓ ପାରିବାରିକ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଆୟ ବଢ଼ିବାର ସୁଯୋଗ ଥିଲେ ମଧ୍ୟ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ । ମକର ରାଶିଙ୍କ ପାଇଁ ଏହି ଗୋଚର ନୂଆ ପରିଚୟ ଓ ନୂଆ ଆରମ୍ଭର ସଙ୍କେତ ଦେଇପାରେ। କ୍ୟାରିୟରରେ ଆଗକୁ ବଢ଼ିବାର ଅବସର ମିଳିପାରେ। କୁମ୍ଭ ରାଶିଙ୍କୁ ଖର୍ଚ୍ଚ ଓ ବିଦେଶ ସମ୍ପର୍କିତ କାର୍ଯ୍ୟରେ ସତର୍କ ରହିବାକୁ ପଡ଼ିପାରେ। ମାନସିକ ଶାନ୍ତି ପାଇଁ ନିଜକୁ ସମୟ ଦେବା ଆବଶ୍ୟକ। ମୀନ ରାଶିଙ୍କ ପାଇଁ ଲାଭ ଓ ଆୟର ନୂଆ ସମ୍ଭାବନା ସୃଷ୍ଟି ହୋଇପାରେ। ବନ୍ଧୁ ଓ ସହଯୋଗୀଙ୍କ ସହାୟତାରେ ଅଟକିଥିବା କାମ ଆଗକୁ ବଢ଼ିପାରେ। ତେବେ ରାହୁ-କେତୁ ମହାଗୋଚରରେ କେତେକ ରାଶିଙ୍କ ପାଇଁ ଉନ୍ନତିର ସୁଯୋଗ ଥିବାବେଳେ ଆଉ କେତେକ ରାଶିଙ୍କୁ ଧୈର୍ଯ୍ୟ ଓ ସତର୍କତାର ସହ ଜୀବନରେ ଆଗକୁ ବଢ଼ିବାକୁ ପଡ଼ିପାରେ। ତେବେ ମନେ ରଖନ୍ତୁ, କେବଳ ରାଶି ନୁହେଁ, ବ୍ୟକ୍ତିଙ୍କ ଜନ୍ମକୁଣ୍ଡଳୀ, ଗ୍ରହର ସ୍ଥିତି ଓ ଦଶା ଅନୁସାରେ ଫଳାଫଳ ଭିନ୍ନ ହୋଇଥାଏ ।



Source link

Leave A Reply

Your email address will not be published.