Voice of Eastern India

ହର ହର ମହାଦେବ ଧ୍ୱନିରେ କମ୍ପିଲା ଧବଳେଶ୍ୱର ପୀଠ, ବଡ଼ସିଂହାର ବେଶରେ ମହାଦେବ


ଆଠଗଡ଼ ୦୯।୧୧ : ଆଜି କାର୍ତ୍ତିକ ମାସର ୨ୟ ସୋମବାର । କାର୍ତ୍ତିକ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ହୋଇଉଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିର। ଭୋରରୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ଆଜି ବଡ଼ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାଦେବ। ଏହି ପବିତ୍ର ଅବସରରେ ଅନେକ ଶ୍ରଦ୍ଧାଳୁ ଓ ବ୍ରତଧାରୀ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି।

ପୂଜକ ସମିତି ପକ୍ଷରୁ ଭୋର ୪ଟାରୁ ମନ୍ଦିରର ପହଡ଼ ଖୋଲାଯାଇଥିଲା। ଏହାପରେ ବାବାଙ୍କୁ ୧୦୮ ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ପରେ ମଙ୍ଗଳ ଆଳତି, ମାଇଲମ୍, ବାଳଭୋଗ ସମେତ ସମସ୍ତ ନୀତିକାନ୍ତି ଯଥାବିଧି ସମ୍ପନ୍ନ ହୋଇଥିଲା । କାର୍ତ୍ତିକ ମାସର ଏହି ପବିତ୍ର ସୋମବାରରେ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ବାବାଙ୍କ ମନୋରମ ବଡ଼ସିଂହାର ବେଶ ଦର୍ଶନ କରି ଭକ୍ତି ଓ ଆଧ୍ୟାତ୍ମିକ ଭାବନାରେ ଭାବବିହ୍ୱଳ ହୋଇପଡ଼ିଛନ୍ତି ଭକ୍ତମାନେ।

Also Read:-Diwali Bonus: ଦୀପାବଳିରେ କର୍ମଚାରୀଙ୍କୁ ମାଲିକଙ୍କ ବଡ଼ ଉପହାର, ଜଣ ପିଛା ଦେଲେ ୧ ଲକ୍ଷରୁ ଅଧିକ ବୋନସ୍

ଅନ୍ୟପକ୍ଷରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ମନ୍ଦିରର ନୀତିକାନ୍ତି ସୁଚାରୁରୂପେ ସମ୍ପାଦନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । କାର୍ତ୍ତିକ ସୋମବାରରେ ବାବା ଧବଳେଶ୍ୱରଙ୍କ ଦର୍ଶନ କରି ଧନ୍ୟ ହେଉଛନ୍ତି ଶ୍ରଦ୍ଧାଳୁ ।



Source link

Leave A Reply

Your email address will not be published.