ନୂଆଦିଲ୍ଲୀ, ୩୦/୧୦ : ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଝଟକା । ଆହତ ଜନିତ ସମସ୍ୟାରେ ଟିମ୍ । ସିରିଜରୁ ଷ୍ଟାର୍ ବୋଲର ବାଦ୍ । ଟି୨୦ ସିରିଜ୍ ବିଜୟ ପରେ ଦିନିକିଆ ସିରିଜ ବିଜୟ ଲକ୍ଷ୍ୟରେ ଥିବା ଭାରତୀୟ ଦଳକୁ ଶକ୍ତ ଝଟକା ଲାଗିଛି ।
ରିପୋର୍ଟ ଅନୁସାରେ, ଭାରତୀୟ ଦଳର ଷ୍ଟାର୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଆହତ ହୋଇଛନ୍ତି । ତାଙ୍କୁ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ବାଦ୍ ଦିଆଯାଇଛି । ଏନେଇ ଶୁକ୍ରବାର ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତ ଅନେକ ଦିନ ହେଲା ଅନ୍ତର୍ଜାତୀୟ ମୁକାବିଲାରୁ ସେ ଦୂରରେ ରହିଛନ୍ତି । ଓ୍ୱେଷ୍ଟ୍ ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ତାଙ୍କୁ ଜାଗା ମିଳିଥିଲା । ହେଲେ ସେ ଆହତ ହୋଇ ଅଧାରୁ ବାଦ୍ ପଡିଥିଲେ । ତେବେ ଆଗକୁ ସେ ଅଭ୍ୟାସ ଜାରି ରଖିବେ ଏବଂ କମ୍ ବ୍ୟାକ୍ କରିବେ ବୋଲି ବିସିସିଆଇ କହିଛି ।
Also Read ;-Sania Mirza: ସାନିଆ ମିର୍ଜାଙ୍କ ଏକାଡେମୀ ଜମିରେ ମସଜିଦ ନିର୍ମାଣ ଖବର ସମ୍ପୂର୍ଣ୍ଣ ମିଛ, ବାପା ଇମ୍ରାନ କଲେ ବଡ଼ ଖୁଲାସା
ଏମିତି ବି ପ୍ରସିଦ୍ଧଙ୍କୁ ନେଇ ଚର୍ଚ୍ଚା ଚାଲିଥିଲା । ତାଙ୍କୁ ଫିଟନେଶ୍ ପାଇଁ କ୍ଲିଅରାନ୍ସ ମିଳିବ ନା ନାହିଁ ସେନେଇ ଖବର ଆସୁଥିଲା । ଏବେ କିନ୍ତୁ ସେ ବାଦ୍ ପଡିଛନ୍ତି । କିଛି ଦିନ ତଳେ ସେ ଆଉ ଏକ ଆଘାତରୁ ସୁସ୍ଥ ହୋଇଥିଲେ । କିନ୍ତୁ ଏବେ ତାଙ୍କୁ ଆହୁରି ଅତିରିକ୍ତ ବିଶ୍ରାମ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି ।
ତେବେ ସେ ଭାରତୀୟ-ଏ ଦଳରେ ପ୍ରସିଦ୍ଧ ସାମିଲ ହେବେ । ଏହି ଦଳ ଏବେ ନ୍ୟୁଜିଲାଣ୍ଡ ଏ ସହ ମ୍ୟାଚ୍ ଖେଳୁଛି । ଏଥିରେ ପ୍ରସିଦ୍ଧ ଖେଳିବାକୁ ସୁଯୋଗ ପାଇଲେ ନିଜକୁ ପ୍ରମାଣିତ କରିପାରିବେ । ତାଙ୍କ ବ୍ୟତୀତ ମହମ୍ମଦ ସିରାଜ ମଧ୍ୟ ନ୍ୟୁଜିଲାଣ୍ଡ-ଏ ଟିମ୍ ବିପକ୍ଷ ମୁକାବିଲା ଖେଳିବା ନେଇ ସ୍ଥିର ହୋଇଛି ।
