Voice of Eastern India

ସାଉଦି ଆରବରେ  ସୁରକ୍ଷା ସଙ୍କଟ ! ୨୭ ଲକ୍ଷ ଭାରତୀୟଙ୍କ ପାଇଁ ହାଇଆଲର୍ଟ ଜାରି


ନୂଆଦିଲ୍ଲୀ: ସାଉଦି ଆରବରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ପକ୍ଷରୁ ସେଠାରେ ରହୁଥିବା ୨୭ ଲକ୍ଷରୁ ଅଧିକ ଭାରତୀୟଙ୍କ ପାଇଁ ହାଇଆଲର୍ଟ ଜାରି କରାଯାଇଛି । ସମସ୍ତ ଭାରତୀୟଙ୍କୁ ସତର୍କ ଓ ସଚେତନ ରହିବାକୁ କୁହାଯାଇଛି । ଘରେ ରହିବା ସହ ସୋସିଆଲ ମିଡିଆରେ କୌଣସି ଭିଡିଓ କିମ୍ବା ଖବର ପୋଷ୍ଟ କରିବାକୁ ବାରଣ କରିଛି ଭାରତୀୟ ଦୂତାବାସ । 

ହୁତି ବିଦ୍ରୋହୀ ରିୟାଦରେ ଥିବା ଅନ୍ତର୍ଜାତୀୟ ବିମାନବନ୍ଦରରେ ଆକ୍ରମଣ କରିବା ପରେ ଏହି ଆଡଭାଇଜରୀ ଜାରି ହୋଇଛି । ଏକ୍ସ ପୋଷ୍ଟରେ ଭାରତୀୟ ଦୂତାବାସ କହିଛି ଯେ, ‘ବର୍ତ୍ତମାନର ସ୍ଥିତିକୁ ଦେଖି ସମସ୍ତ ଭାରତୀୟ ନାଗରିକ ଆଲର୍ଟ ରହିବା ଜରୁରୀ । ଯଥା ସମ୍ଭବ ଘର ଭିତରେ ରୁହନ୍ତୁ । ସରକାରୀ ଅଧିକାରୀଙ୍କ ନିର୍ଦ୍ଦେଶ ପାଳନ କରନ୍ତୁ ଏବଂ କେବଳ ବିଶ୍ବସନୀୟ ସୂତ୍ରରୁ ମିଳୁଥିବା ଖବର ଉପରେ ବିଶ୍ବାସ କରନ୍ତୁ ।’

ସାଉଦି ଆରବରେ ଭାରତୀୟ ସଂଖ୍ୟା ଖୁବ ଅଧିକ । ସରକାରୀ ତଥ୍ୟ ଅନୁସାରେ, ସାଉଦିରେ ୨୭.୪୮ ଲକ୍ଷ ଭାରତୀୟ ବସବାସ କରୁଛନ୍ତି ।  ଏହା ୨୦୨୬ ମାର୍ଚ୍ଚ ସୁଦ୍ଧା ମିଳିଥିବା ତଥ୍ୟ, କିନ୍ତୁ ୨୦୨୪ରେ ଏହି ସଂଖ୍ୟା ୨୬.୪୫ ଲକ୍ଷ ଥିଲା । ତେବେ ଆଜିର ଏହି ଆଡଭାଇଜରୀରେ ମୁଖ୍ୟ କଥା ହେଉଛି, ସେଠାରେ ଥିବା ଭାରତୀୟଙ୍କୁ ବର୍ତ୍ତମାନ ସ୍ଥିତିକୁ ନେଇ କୌଣସି ଭିଡିଓ ଏବଂ ଖବର ପୋଷ୍ଟ କରିବାକୁ ମନା କରାଯାଇଛି । 

ଏଭଳି ସ୍ଥିତିରେ ଭାରତୀୟଙ୍କୁ ସତର୍କ କୁହାଯାଇଛି । ସେପଟେ ସାଉଦି ଆରବ ଛାଡ଼ିବାକୁ କୌଣସି ନିର୍ଦ୍ଦେଶ ମିଳିନାହିଁ ବୋଲି ସୂଚନା ଦେଇଛି ଭାରତୀୟ ଦୂତାବାସ । ଭାରତୀୟଙ୍କ ସହାୟତା ଲାଗି ୨୪ ଘଣ୍ଟିଆ ହେଲ୍ପ ଲାଇନ୍‌ ନମ୍ବର କାର୍ଯ୍ୟ କରୁଛି । ଏହି ନମ୍ବର ହେଉଛି- ୮୦୦୨୪୭୧୨୩୪ । ଏହା ସହ ଭାରତୀୟଙ୍କୁ ଦୂତାବାସର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟକୁ ଫଲୋ କରିବାକୁ କୁହାଯାଉଛି ।  


 



Source link

Leave A Reply

Your email address will not be published.