Voice of Eastern India

ହୋମ୍‌କମିଂ ପାର୍ଟି ଚାଲିଥିବା ବେଳେ ଗୁଳିବର୍ଷା: ୨ ମୃତ, ୩୫ରୁ ଅଧିକ ଆହତ


ନୂଆଦିଲ୍ଲୀ: ଆମେରିକାର ଜର୍ଜିଆ ରାଜ୍ୟସ୍ଥିତ ଭିଏନାରେ ଏକ ହୋମକମିଂ ପାର୍ଟି ଚାଲିଥିବା ସମୟରେ ଅନ୍ଧାଧୁନ୍ ଗୁଳିକାଣ୍ଡ ଘଟି ପ୍ରାୟ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୫ ଜଣ ଆହାତ ହୋଇଛନ୍ତି । ରବିବାର ପ୍ରାୟ ରାତିରେ ପାଇନ୍ ଷ୍ଟ୍ରିଟ୍‌ ନିକଟରେ ଆୟୋଜିତ ଏହି ଉତ୍ସବରେ ୧,୦୦୦ ରୁ ଅଧିକ ଲୋକ ଏକତ୍ରୀତ ହୋଇଥିଲେ। ଗୁଳିକାଣ୍ଡ ସମୟରେ କିଛି ପୁଲିସ୍ ଅଧିକାରୀ ମଧ୍ୟ ନିକଟରେ ଭିଡ଼ ଉପରେ ନଜର ରଖିଥିଲେ। ଡୁଲି କାଉଣ୍ଟି କରୋନର୍ ବ୍ରେଟ୍ ୱାଲ୍ସଙ୍କ ସୂଚନା ଅନୁଯାୟୀ, ମୃତକଙ୍କ ବୟସ ୨୦ ଏବଂ ୨୩ ବର୍ଷୀୟ ଯୁବକ । କିନ୍ତୁ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ।

ଡୁଲି କାଉଣ୍ଟି ଶେରିଫ୍ କ୍ରେଗ୍ ପିଭିଙ୍କ ଅନୁଯାୟୀ, ଗୁଳିକାଣ୍ଡ ପରେ ପ୍ରାୟ ୨୫ ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇଟି ଭିନ୍ନ ସ୍ଥାନରେ ଗୁଳି ବିନିମୟ ହୋଇଥିବା ରିପୋର୍ଟ ମିଳିଛି। ଜର୍ଜିଆ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ସ୍ଥାନୀୟ ପୁଲିସକୁ ଏହି ମାମଲାର ତଦନ୍ତରେ ସାହାଯ୍ୟ କରୁଛି । କିନ୍ତୁ ଆକ୍ରମଣକାରୀଙ୍କ ପରିଚୟ କିମ୍ବା ଗୁଳିକାଣ୍ଡର ମୂଳ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଏହି ଘଟଣା ବ୍ୟତୀତ, ଗତ ଶନିବାର ଆମେରିକାର ବାଲ୍ଟିମୋର୍‌ ସହରସ୍ଥିତ ଏକ ପାର୍କରେ କାର୍ ପାର୍କିଂକୁ ନେଇ ସୃଷ୍ଟି ହୋଇଥିବା ସାଧାରଣ ବିବାଦରୁ ଗୁଳିକାଣ୍ଡ ଘଟି ଜଣେ ୧୨ ବର୍ଷୀୟା ନାବାଳିକାଙ୍କର ପ୍ରାଣହାନୀ ଘଟିଛି । ଅନ୍ୟ ୩ ଜଣ ଆହାତ ହୋଇଛନ୍ତି। ପୁଲିସ୍ କମିଶନର ରିଚାର୍ଡ ୱୋର୍ଲି କହିଛନ୍ତି ଯେ, ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତି ସାଧାରଣ ଗାଡ଼ି ରଖିବା ଜାଗା ପାଇଁ ପରଷ୍ପର ଉପରକୁ ଗୁଳି ଚଳାଇଥିଲେ । ଫଳରେ ନିକଟରେ ଖେଳୁଥିବା ୧୨ ବର୍ଷୀୟା ନିରୀହ ଝିଅ ଦେହରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲା।

ଗନ୍ ଭାୟୋଲେନ୍ସ ଆର୍କାଇଭର ତଥ୍ୟ ଅନୁଯାୟୀ, ଆମେରିକାରେ ବନ୍ଧୁକ ସଂସ୍କୃତି ଓ ହିଂସା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଆମେରିକାରେ ପ୍ରାୟ ୩୫୫ ରୁ ଅଧିକ ଗଣ-ଗୁଳିକାଣ୍ଡମାମଲା ସାମ୍ନାକୁ ଆସିସାରିଛି।


 



Source link

Leave A Reply

Your email address will not be published.