Voice of Eastern India

ରୋହିତଙ୍କ ପାଇଁ ଭାରତ ଜିତିଛି ଅଣ୍ଡର-୧୯ ବିଶ୍ୱକପ୍, ୭ ମାସ ପରେ ସତ କହିଦେଲେ ଆୟୁଷ ମହାତ୍ରେ


ନୂଆଦିଲ୍ଲୀ, ୦୨/୧୦ :ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ରୋହିତ ଶର୍ମା । ଦିନିକିଆରେ ସେ ଟିମର ସବୁଠାରୁ ଦମଦାର ଓପନର ।୩୯ବର୍ଷ ହୋଇଥିଲେ ବି ମରିନି ରନର ଭୋକ । ନିକଟରେ ସେ ଓ୍ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଦମଦାର ଶତକ ଅର୍ଜନ କରିଥିଲେ । ତାଙ୍କ ନେତୃତ୍ୱରେ ଦଳ ଚାମ୍ପିଅନ୍ସ ଟ୍ରଫି ଜିତିଛି । ଟି୨୦ବିଶ୍ୱକପ୍ ଜିତିଛି । ଏପରିକି୨୦୨୩ବିଶ୍ୱକପ୍ ପାଇନାଲରେ ମଧ୍ୟ ସେ ଦଳକୁ ଫାଇନାଲରେ ପହଁଚାଇଥିଲେ । ତେବେ୨୦୨୬ଅଣ୍ଡର-୧୯ବିଶ୍ୱକପ୍ ଜିତାଇବାରେ ମଧ୍ୟ ରୋହିତଙ୍କ ଭୂମିକା ଥିବା କହିଛନ୍ତି ଦଳର ଅଧିନାୟକ ଆୟୁଷ ମହାତ୍ରେ ।

ଆୟୁଷ କହିଛନ୍ତି ଯେ, ବିଶ୍ୱକପ୍ ପୂର୍ବରୁ ସେ ରୋହିତଙ୍କ ପରାମର୍ଶ ନେଉଥିଲେ । ଦଳକୁ ରୋହିତ ଅନେକ ଟିପ୍ସ ଦେଉଥିଲେ । ଅଧିନାୟକ ହେଲା ପରେ ସେ ରୋହିତଙ୍କୁ ମେସେଜ୍ କରିଥିଲେ । ଏହାସହ ତାଙ୍କ ଘରକୁ ଯାଇ ହିଟମ୍ୟାନଙ୍କୁ ଭେଟିଥିଲେ ।

Also Read :- Asian Games 2026: ବର୍ଥଡେ ଗର୍ଲ ଲବ୍‌ଲିନା ଜିତିଲେ ଗୋଲ୍ଡ ମେଡାଲ, ଚୀନ୍ ବକ୍ସରଙ୍କୁ ୫-୦ରେ ହରାଇଲେ

ସେ ଆହୁରି କହିଛନ୍ତି ଯେ, ଆଇପିଏଲ ପରେ ତାଙ୍କୁ ଅଣ୍ଡର-୧୯ଦଳର ଅଧିନାୟକ ନିଯୁକ୍ତି ମିଳିଥିଲା । ତାଙ୍କ ପାଖରେ ବେଶି ସମୟ ନଥିଲା । ତେଣୁ ସେ ରୋହିତଙ୍କୁ ମେସେଜ୍ କରିଥିଲେ । ରୋହିତ ମଧ୍ୟ ଉତ୍ତର ରଖିଥିଲେ । ଯେତେବେଳେ ଇଚ୍ଛା କଲ୍ ବା ମେସେଜ୍ କରିପାରିବ ବୋଲି ରୋହିତ ତାଙ୍କୁ କହିଥିଲେ । ଦିନେ ରୋହିତଙ୍କୁ ସେ କଲ୍ କରିଥିଲେ । ସାକ୍ଷାତକରିବାକୁ ଚାହୁଁଥିବା କହିଥିଲେ ।ହିଟମ୍ୟାନ୍ମଧ୍ୟ ଘରକୁ ଆସିବାକୁ ନିମନ୍ତ୍ରଣ ଦେଇଥିଲେ ।

କିପରି ଫାଇନାଲରେ କ୍ରିକେଟ୍ ଖେଳାଯିବ, କେମିତି ନିଷ୍ପତ୍ତି ନିଆଯିବ ତାହା ରୋହିତ ତାଙ୍କୁ ବୁଝାଇଥିଲେ । ଅଧିନାୟକ ଭାବେ କିପରି ନେତୃତ୍ୱ ନିଆଯାଏ ତାହା ମଧ୍ୟସେକହିଥିଲେ । ପ୍ରାୟ ଘଣ୍ଟାଏ ଧରି ଘରେ ଉଭୟ ଆଲୋଚନା କରିଥିଲେ । ଏହାସହ ତାଙ୍କ ବାପାଙ୍କ ସହ ମଧ୍ୟ ଅଧଘଣ୍ଟା ରୋହିତ କଥା ହୋଇଥିଲେ । ଯାହା ଫାଇନାଲରେ ଖୁବ୍ କାମ ଦେଇଥିଲା ।

ସୂଚନାଯୋଗ୍ୟ, ଭାରତ ଚଳିତ ଥର ଅଣ୍ଡର-୧୯ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି । ମୁକାବିଲାରେ ଆୟୁଷ ଏବଂ ବୈଭବ ସୂର୍ଯ୍ୟବଂଶୀ ଆକର୍ଷଣୀୟ ପାଳି ଖେଳିଥିଲେ । ଫଳରେ ଦଳ ଇଂଲଣ୍ଡକୁ୧୦୦ରନରେ ପରାସ୍ତ କରିଥିଲା ।



Source link

Leave A Reply

Your email address will not be published.