Voice of Eastern India

ଟ୍ରେନରୁ କରୁଥିଲା ସୁନା ଚୋରି, ବିକ୍ରି କରି ହେଉଥିଲା ମାଲେମାଲ୍


ଭୁବନେଶ୍ବର: ଟ୍ରେନର ଏସି ବଗିରେ ପଶି ଚୋରି କରିନେଉଥିଲା ଯାତ୍ରୀଙ୍କ ସୁନା। ଆଉ ଏହାକୁ ତରଳାଇ ଦେଇ ବିକ୍ରି କରିଦେଉଥିଲା। ଏପରି କରି ପାଖରେ ଥିଲା ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା। ହେଲେ ଏବେ ଧରାପଡ଼ିଛି ଏହି ସୁନା ଚୋର। ଜିଆରପି ପୋଲିସ ଏହି କୁଖ୍ୟାତ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ଟ୍ରେନରେ ଲୁଟ୍ କରୁଥିବା ଘଟଣାର ପର୍ଦ୍ଦାଫାସ କରିଛି ଉଭୟ ଜିଆରପି ଏବଂ ଆରପିଏଫ ପୋଲିସ।

ସୂଚନା ଅନୁସାରେ, ଅଭିଯୁକ୍ତ ବୀରସେନ ତରାଇ ଟ୍ରେନର ଏସି କୋଚ୍ ଭିତରୁ ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି କରି ଏହାକୁ ତରଳାଇ ସୁନା ବ୍ୟବସାୟୀଙ୍କୁ ଦେଇ ନଗଦ ଟଙ୍କା ଆଣୁଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଚୋରି ହୋଇଥିବା ପ୍ରାୟ ୧୦୯ ଗ୍ରାମ୍‌ର ସୁନା ଅଳଙ୍କାର ବ୍ରହ୍ମପୁର ନିଆଯାଇ ସେଠାରେ ତରଳାଇ ଦିଆଯାଇଥିଲା। ଏହା ପରେ ତରଳିଥିବା ସୁନାରେ ପରିଣତ କରାଯାଇଥିଲା। ପ୍ରଥମେ ଗୋଟିଏ ଜାଗାରେ ତରଳା ଯାଇଥିଲା ଏବଂ ପରେ ସୁନାକୁ ଶ୍ରୀ ସିଦ୍ଧନାଥ ଜୁଏଲର୍ସକୁ ନିଆଯାଇଥିଲା। ସେଠାରେ ମାଲିକ ତାନାଜୀ ଦଶରଥ ୟେଭାଲେଙ୍କ ସହ ଯୋଗାଯୋଗ କରାଯାଇଥିଲା।

Also Read: NGO କର୍ମଚାରୀଙ୍କ ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ ; ରେଡ୍ ବେଳେ ମିଳିଲା ସୁନା, ନଗଦ ଟଙ୍କା ଓ ଜମିପଟ୍ଟା

ତେବେ ସିସିଟିଭି ଆଧାରରେ ତଦନ୍ତ କରି ଲୁଟେରା ଏବଂ ଲୁଟ୍ ସୁନା ପାଖରେ ପହଞ୍ଚିଛି ପୋଲିସ। ଘଟଣାରେ ଉଭୟ ଜିଆରପି ଏବଂ ଆରପିଏଫ ପୋଲିସକୁ ମିଳିଛି ସଫଳତା। ତେବେ ଲୁଟ୍ ସୁନା ଚେନ ଏବଂ କାନଫୁଲ ସହ ସୁନା ତରଳାଇ ରଖାଯାଇଥିବା ୮ଲକ୍ଷ ୮୪ ହଜାର ନଗଦ ଟଙ୍କା ମଧ୍ଯ ଜବତ୍ ହୋଇଛି। ଘଟଣାରେ ବ୍ୟବହାର ସମ୍ପୃକ୍ତ ମୋବାଇଲ୍ ଜବତ୍ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବୀରସେନ ତରାଇ ଏବଂ ସୁନା ଦୋକାନୀ ତାନାଜୀ ଦଶରଥ ୟେଭାଲେଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜିଆରପି।



Source link

Leave A Reply

Your email address will not be published.