Voice of Eastern India

‘ଟ୍ରମ୍ପ ହଟିବା ଯାଏଁ ଯୁଦ୍ଧ’: ଆମେରିକା ସହ ଦୀର୍ଘ ଦିନ ଲଢ଼େଇ ପାଇଁ ସଙ୍କେତ ଦେଲା ଇରାନ


ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଶୀଘ୍ର ଶେଷ ହେବାର ନାଁ ନେଉନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାରୁ ନହଟିବା ପର୍ଯ୍ୟନ୍ତ ଏହି ଯୁଦ୍ଧକୁ ବଜାୟ ରଖିବାକୁ ଇରାନ ଲକ୍ଷ୍ୟ ରଖିଥିବା ସଙ୍କେତ ଦେଇଛି। ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର୍ (IRGC) କମାଣ୍ଡରଙ୍କ ଜଣେ ସିନିୟର ଉପଦେଷ୍ଟା ଏହି ସୂଚନା ଦେଇଛନ୍ତି ।୦ ଏହା ଦର୍ଶାଉଛି ଯେ, ଇରାନ ଏକ ଭୟଙ୍କର ଯୁଦ୍ଧ ଆପଣାଇବାକୁ ଯୋଜନା କରୁଛି।

IRGC କମାଣ୍ଡରଙ୍କ ବରିଷ୍ଠ ଉପଦେଷ୍ଟା ମହମ୍ମଦ ରେଜା ନାକଦି ପିବିଏସ୍ (PBS) କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ‘ଆମକୁ ଏପରି ଏକ ପ୍ରତିରୋଧକ ଶକ୍ତି ହାସଲ କରିବାକୁ ହେବ ଯେପରି ଶତ୍ରୁ ଆମ ଉପରେ ଆକ୍ରମଣ କରିବାକୁ ସାହସ କରିବ ନାହିଁ। ଏହାର ଗୋଟିଏ ଉପାୟ ହେଉଛି ଆମେରିକାର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ ଏହି ଯୁଦ୍ଧକୁ ଟାଣି ନେବା ଏବଂ ଶତ୍ରୁକୁ ଦୁର୍ବଳ କରିବା, ଯାହାଦ୍ୱାରା ଭବିଷ୍ୟତରେ ଅନ୍ୟ କେହି ଇରାନ ଉପରେ ଆକ୍ରମଣ କରିବା ପୂର୍ବରୁ ଏହାର ପରିଣାମ ବିଷୟରେ ଚିନ୍ତା କରିବେ।’

ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଆମେରିକା ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ’କୁ ନିଜ ନିୟନ୍ତ୍ରଣକୁ ନେଇସାରିଛି। ଇରାନକୁ ଦୁର୍ବଳ ଦର୍ଶାଇ ଟ୍ରମ୍ପ କହିଛନ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଉପରେ ଆମେରିକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ଆମର ନୌସେନା ଅବରୋଧକୁ ସମସ୍ତେ ‘ଇସ୍ପାତର କାନ୍ଥ’ ବୋଲି କହୁଛନ୍ତି ଏବଂ ଇରାନ ଏହା ବିରୋଧରେ କିଛି କରିପାରିବ ନାହିଁ। ସେମାନଙ୍କର ନା ନୌସେନା ଅଛି, ନା ବାୟୁସେନା। ଇରାନ ପାଖରେ ଟଙ୍କା ନାହିଁ, ସେମାନଙ୍କ ଦେଶ ବରବାଦ ହୋଇସାରିଛି। ୩୦୦% ମୁଦ୍ରାସ୍ଫୀତି ସହ ସେମାନେ କେବଳ ମିଥ୍ୟା ଖବର ପ୍ରସାରଣ କରୁଛନ୍ତି। ଇରାନ କେବଳ ବଡ଼ ବଡ଼ କଥା କହୁଛି, କିନ୍ତୁ କିଛି କରିପାରୁନାହିଁ।

ନିଜେ ଆରମ୍ଭ କରିଥିବା ଯୁଦ୍ଧରେ ଫସିଛନ୍ତି ଟ୍ରମ୍ପ

ଦୀର୍ଘ ମାସର ଲଢ଼େଇ, ସ୍ଥଗିତ ଆଲୋଚନା ଏବଂ ଆର୍ଥିକ ଚାପ ସତ୍ତ୍ୱେ ଯୁଦ୍ଧର ଶୀଘ୍ର ସମାଧାନ ନହେବାରୁ ଟ୍ରମ୍ପ ଏବେ ଏଥିରୁ ବାହାରିବାର ବାଟ ଖୋଜୁଛନ୍ତି। ଟ୍ରମ୍ପ ପ୍ରଶାସନ ପୁଣି ଥରେ କଠୋର ଆର୍ଥିକ କଟକଣା (Sanctions) ଆଡ଼କୁ ମୁହାଁଉଛି, ଯାହାଦ୍ୱାରା ଇରାନର ଅର୍ଥନୀତି ଭାଙ୍ଗିପଡ଼ିବ ଏବଂ ସେମାନେ ଆମେରିକାର ସର୍ତ୍ତ ମାନିବାକୁ ବାଧ୍ୟ ହେବେ। ତେବେ ଏହି ସଂଘର୍ଷକୁ ନିୟନ୍ତ୍ରଣ କରିବା ଆମେରିକା ପାଇଁ କଷ୍ଟକର ହୋଇପଡ଼ିଛି ।



Source link

Leave A Reply

Your email address will not be published.