Voice of Eastern India

ଆସୁଛି ବଡ଼ ବନ୍ୟା, କାଲିଠୁ ଅତି ପ୍ରବଳ ବର୍ଷା, ଭୟଙ୍କର ରୂପ ନେବ ମହାନଦୀ !


ଭୁବନେଶ୍ୱର,୧୧/୦୮:ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଆସନ୍ତା ୧୨ ତାରିଖବେଳକୁ ଏକ ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି। ଏହା ପ୍ରଭାବରେ କ୍ରମଶଃ ବର୍ଷା ବଢ଼ିବ । ୧୩ରୁ ୧୫ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଭଳି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ହେଲେ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର ବଢ଼ିବା ଆଶଙ୍କା ରହିଛି। ବିଶେଷ କରି ମହାନଦୀର ତଳ ଓ ଉପରମୁଣ୍ଡରେ ବେଶି ବର୍ଷା ସମ୍ଭାବନା ଅଛି।

ପାଣିପାଗ ବୈଜ୍ଞାନିକ ବିଶ୍ୱଜିତ ସାହୁଙ୍କ ଆକଳନ ହେଲା,ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଏବେ ବର୍ଷା ଲାଗି ରହିବ। ସମ୍ଭାବ୍ୟ ଲଘୁଚାପ ୧୪/୧୫ ତାରିଖବେଳକୁ ଉତ୍ତର ଓଡ଼ିଶା ଓ ଏହାକୁ ଲାଗିଥିବା ପଶ୍ଚିମବଙ୍ଗ ଦେଇ ସ୍ଥଳଭାଗକୁ ପ୍ରବେଶ କରିପାରେ । ଏହା ଲଘୁଚାପରୁ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନଟ (ୱେଲ ମାର୍କଡ୍) ରୂପ ନେଇପାରେ। ସୋମବାର ଅପରାହ୍ନରୁ ବର୍ଷା ପ୍ରକୋପ ବଢ଼ିଛି।

Also Read :- Horoscope Today : ଅଗଷ୍ଟ ୧୧ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

୧୪-୧୫ ତାରିଖ ବେଳକୁ ବର୍ଷା ପ୍ରଭାବ ଉତ୍ତର ଓଡ଼ିଶାରେ ବେଶି ରହିବ। ଉତ୍ତର ଓଡ଼ିଶା ପରେ ପଶ୍ଚିମ ଓଡ଼ିଶା ଏବଂ ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ବି ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି,ମଙ୍ଗଳବାର ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବାଲେଶ୍ଵର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂହପୁର,କଟକ,ସୁନ୍ଦରଗଡ଼,ଝାରସୁଗୁଡ଼ା,ବରଗଡ଼,ସମ୍ବଲପୁର,ଦେବଗଡ଼,ଅନୁଗୋଳ,ଢେଙ୍କାନାଳ,କେନ୍ଦୁଝର,ମୟୂରଭଞ୍ଜ,କୋରାପୁଟ,ମାଲକାନଗିରି,ଗଜପତି,ଗଞ୍ଜାମ,ପୁରୀ,ଖୋର୍ଦ୍ଧା,ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ଆଶଙ୍କା ରହିଛି।

କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ବୁଧବାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ କଟକ,ଝାରସୁଗୁଡ଼ା,ସମ୍ବଲପୁର,ଅନୁଗୋଳ ଏବଂ ଢେଙ୍କାନାଳର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି। ଉତ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲା ଏବଂ ପାର୍ଶ୍ଵବର୍ତ୍ତୀ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଆହୁରି ବଢ଼ିବ । ପଶ୍ଚିମ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ। ୧୬ରେ ବି ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।



Source link

Leave A Reply

Your email address will not be published.