Voice of Eastern India

ବହୁ ଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଟ୍ବିଷ୍ଟ୍ : SDJM କୋର୍ଟରେ ଆତ୍ମସମର୍ପଣ କଲେ ପୂର୍ବତନ DFO


ଗଜପତି ୨୭।୭: ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଆତ୍ମସମର୍ପଣ କରିଛନ୍ତି । ସୋମବାର ପାରଳାଖେମୁଣ୍ଡି ଏସଡିଜେଏମ୍ (SDJM) କୋର୍ଟରେ ନିଜ ଓକିଲଙ୍କ ଜରିଆରେ ସେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

କୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ଗିରଫ ପରୱାନା ପରେ ସଂଗ୍ରାମ ବେହେରା ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ମାମଲାର ପରବର୍ତ୍ତୀ ଶୁଣାଣି ଓ ଜାମିନ ଆବେଦନକୁ ନେଇ କୋର୍ଟରେ ଆଇନଗତ ପ୍ରକ୍ରିୟା ଜାରି ରହିଛି ।

Also Read:- ପ୍ରବଳ ବର୍ଷାର ପ୍ରଭାବ : ପଞ୍ଚଲିଙ୍ଗେଶ୍ୱରରେ ବନ୍ଦ ହେଲା ସ୍ପର୍ଶ ଦର୍ଶନ, ସୁରକ୍ଷା ପାଇଁ ଟ୍ରଷ୍ଟବୋର୍ଡର ନିଷ୍ପତ୍ତି

ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ମସିହାରେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଯାହା କି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ମାମଲାରେ ଏସିଏଫ୍ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଏବଂ ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା । ଏନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମୃତ ସୌମ୍ୟରଞ୍ଜନଙ୍କ ବାପା । ଏହି ଘଟଣାର ତଦନ୍ତ ଆଧାରରେ ମାମଲାରେ ବିଭିନ୍ନ ପର୍ଯ୍ୟାୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଆସୁଛି ।



Source link

Leave A Reply

Your email address will not be published.