Voice of Eastern India

ଗଞ୍ଜାମ ବନ୍ୟା ମନୁଷ୍ୟକୃତ ନୁହେଁ, ଅତ୍ୟଧିକ ବର୍ଷା ଯୋଗୁଁ ବନ୍ୟା: ଜଳସମ୍ପଦ ବିଭାଗ


ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ହୋଇଥିବା ବନ୍ୟା ମନୁଷ୍ୟକୃତ ନୁହେଁ କିମ୍ବା ଡ୍ୟାମ୍ ପରିଚାଳନାରେ କୌଣସି ତ୍ରୁଟି ଯୋଗୁଁ ହୋଇନାହିଁ। ଅତ୍ୟଧିକ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ଡ୍ୟାମଗୁଡ଼ିକୁ ସଠିକ୍ ସମୟରେ ଖୋଲାଯାଇଥିବା ବେଳେ ଜଳ ପରିଚାଳନାରେ କୌଣସି ଅବହେଳା ହୋଇନାହିଁ ବୋଲି ସ୍ପଷ୍ଟ କରିଛି ଜଳସମ୍ପଦ ବିଭାଗ।

ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲଗାଣ ବର୍ଷା ପୂର୍ବରୁ ଜିଲ୍ଲାର ଅନେକ ଡ୍ୟାମରେ ଜଳସ୍ତର ମଧ୍ୟମ ଧରଣର ରହିଥିଲା। ଫାଇଲିନ୍ ବାତ୍ୟା ସମୟରେ ମଧ୍ୟ ଅନେକ ଡ୍ୟାମରେ ସମାନ ସ୍ଥିତି ରହିଥିଲା। ଏଥର ମଧ୍ୟ ଅର୍ଣ୍ଣବ ପରିସ୍ଥିତିର ମୁକାବିଲା ପାଇଁ ଫାଇଲିନ୍ ସମୟ ଭଳି ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। ଜିଲ୍ଲାର ସମସ୍ତ ଡ୍ୟାମକୁ ସଠିକ୍ ସମୟରେ ଖୋଲାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି। ତେବେ ଧନେଇ ଓ ସୋରଡ଼ା ଡ୍ୟାମର ପରିଚାଳନା ଜଳସମ୍ପଦ ବିଭାଗ ଅଧୀନରେ ନଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।

Also Read: ଗଞ୍ଜାମ ବନ୍ୟାକୁ ନେଇ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍, କହିଲେ- ଏହା ମନୁଷ୍ୟକୃତ, ଜବାବ ରଖିଲେ ପୂର୍ତ୍ତ ମନ୍ତ୍ରୀ

ଅନ୍ୟପଟେ, ବନ୍ୟା ଯୋଗୁଁ ଜିଲ୍ଲାର ବିଭିନ୍ନ କେନାଲ, ଡ୍ୟାମ୍ ଓ ଆନିକଟର ମରାମତି ଏବଂ ପୁନର୍ନିର୍ମାଣ ପାଇଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ଆକଳନ କରି ଜଳସମ୍ପଦ ବିଭାଗ ପକ୍ଷରୁ ୩୩୪ କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି)ଙ୍କୁ ପ୍ରଦାନ କରାଯାଇଛି। ଗଞ୍ଜାମ ବନ୍ୟାକୁ ନେଇ ଡ୍ୟାମ୍ ପରିଚାଳନା ଉପରେ ଉଠୁଥିବା ପ୍ରଶ୍ନର ଉତ୍ତର ରଖିବା ସହ ଅତ୍ୟଧିକ ବର୍ଷାକୁ ବନ୍ୟାର ମୁଖ୍ୟ କାରଣ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।



Source link

Leave A Reply

Your email address will not be published.