Voice of Eastern India

ସାପ କାମୁଡ଼ାରେ ଆଶା କର୍ମୀଙ୍କ ମୃତ୍ୟୁ, ଡାକ୍ତରଙ୍କ ଅବହେଳା ଯୋଗୁ ଜୀବନ ଯାଇଥିବା ଅଭିଯୋଗରେ ସହ କର୍ମୀଙ୍କ ଧାରଣା


ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ଆଶା କର୍ମୀ ଲୀଳାବତୀ ଗୋଛାୟତଙ୍କ ସାପ କାମୁଡ଼ାରେ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଧାରଣା ଦେଲେ ସହକର୍ମୀ।

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଲୀଳାବତୀଙ୍କୁ ଏକ ବିଷଧର ସାପ କାମୁଡ଼ିଥିଲା। ପରିବାର ସଦସ୍ୟ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା । ମାତ୍ର ଭଦ୍ରକ ଓ ପରେ କଟକ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ହେଲେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହିଁ ଚିକିତ୍ସାରେ ଅବହେଳା ହୋଇଥିବାରୁ ଲୀଳାବତୀଙ୍କ ମୃତ୍ୟୁ ଘଟିଥିବା ନେଇ ଆଶା କର୍ମୀମାନେ ଅଭିଯୋଗ ଉଠାଇଛନ୍ତି। ସେଠାରେ ଡ୍ୟୁଟିରେ ଥିବା ମହିଳା ଡାକ୍ତର ସଠିକ ଚିକିତ୍ସା କରିନଥିଲେ ବୋଲି ଅଭିଯୋଗ ହୋଇଛି। ଏମିତିରେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ବହୁ ସଂଖ୍ୟକ ଆଶା କର୍ମୀ ଧାମନଗର ମେଡିକାଲ ପରିସରରେ ଧାରଣାରେ ବସିଛନ୍ତି।

ମୃତ ଆଶା କର୍ମୀଙ୍କ ପରିବାରକୁ ଆର୍ଥିକ ସହାୟତା, ତାଙ୍କ ଝିଅଙ୍କୁ ଆଶା କର୍ମୀ ଭାବେ ନିଯୁକ୍ତି ଏବଂ ସମ୍ପୃକ୍ତ ଡାକ୍ତରଙ୍କ ବଦଳି ଦାବି କରି ସେମାନେ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ମୃତଦେହ କଟକରୁ ଫେରିବା ପରେ ଧାମନଗର ମେଡିକାଲ ପରିସରରେ ରଖାଯାଇଛି।



Source link

Leave A Reply

Your email address will not be published.