ବାଲିପାଟଣା: ଟ୍ରକରେ ରହିଥିଲା ଖରାପ ହୋଇଯାଇଥିବା ବିପୁଳ ପରିମାଣର ଡ୍ରାଏ ଫ୍ରୁଟ୍ସ। ଖବର ପାଇ ଟ୍ରକ୍ ସହ ଡ୍ରାଟଫ୍ରୁଟ୍ସ ଜବତ କଲା ପୋଲିସ। ଜବତ ସାମଗ୍ରୀ ମଧ୍ୟରେ ଡ୍ରାଏ ଫ୍ରୁଟ୍ସ ବ୍ୟତୀତ ବିସ୍କୁଟ, ମିକ୍ସଚର, କେକ୍ ଆଦି ରହିଛି। ଜଣାପଡ଼ିଛି ଏସବୁ ସାମଗ୍ରୀ ୨୦୨୨ରୁ ଏକ୍ସପାୟରୀ ହୋଇଯାଇଛି।
ସୂଚନା ଅନୁସାରେ, ବାଲିପାଟଣା ମଧୁବନ ଛକ ନିକଟରେ ଏକ ଟ୍ରକରେ ବିପୁଳ ପରିମାଣର ଡ୍ରାଏ ଫ୍ରୁଟ୍ସ ଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ କିଛି ଯୁବକ। ଏହି ସାମଗ୍ରୀ ଗୁଡ଼ିକର ଏକ୍ସପାୟରୀ ଡେଟ୍ ମଧ୍ୟ ସରିଯାଇଥିଲା। ଏମିତିରେ ସନ୍ଦେହ ସୃଷ୍ଟି ହେବାର ସେମାନେ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ବାଲିପାଟଣା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଟ୍ରକକୁ ଜବତ କରିଛି। ଏହା ସହ ଘଟଣାରେ ୨ ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ତେବେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସହାୟତାରେ ଖାଦ୍ୟର ମାନ ଯାଞ୍ଚ କରାଯିବ ବୋଲି ପୋଲିସ କହିଛି ।
