Voice of Eastern India

ମହାନଦୀରେ ଭାସୁଛି ମହିଳାଙ୍କ ଅଧାପୋଡ଼ା ମୃତଦେହ, ପୋଲିସ ଖୋଜୁଛି ମୃତ୍ୟୁର କାରଣ ?


ବାଙ୍କୀ ୦୫।୦୭ : ମହାନଦୀରେ ଭାସୁଛି ଅଜଣା ମୃତଦେହ । ଜଣେ ଅଜଣା ମହିଳାଙ୍କ ମୃତଦେହ ମହାନଦୀରେ ଭାସୁଥିବାର ଦେଖିବାକୁ ମିଳିଛି । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଏମିତି କିଛି ଚିତ୍ର ।

ଖବର ଅନୁଯାୟୀ, ରବିବାର ସକାଳୁ ସକାଳୁ ଗାଁର ଲୋକମାନେ ହରିରାଜପୁର ମୀନାବଜାର ନିକଟସ୍ଥ ତୁଠକୁ ଗାଧୋଇବାକୁ ଯାଉଥିଲେ । ସେଠାରେ ପାଣି ଭିତରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ବାଙ୍କୀ ଥାନାକୁ ଖବର ଦେଇଥିଲେ । ବାଙ୍କୀ ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

Also Read:-ଅଯୋଧ୍ୟାରୁ ସୁନାର ‘ରାମ ଚରିତ ମାନସ’ ଚୋରି, ଦାମ୍ ୫ କୋଟି ଚଙ୍କା…ନେଇଛନ୍ତି ଏହି ବ୍ୟକ୍ତି !

ସେପଟେ ବାଙ୍କୀ ପୋଲିସ ଏବଂ ଅଗ୍ନିଶମ ବାହିନୀ ଲଗାତର ଭାବେ ତଦନ୍ତ କରୁଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳିନାହିଁ ।ପୋଷ୍ଟମର୍ଟମ ରିପୋର୍ଟ ଏବଂ ପୋଲିସର ପ୍ରାଥମିକ ରିପୋର୍ଟ ପରେ ମୃତ୍ୟୁ ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି। ମହିଳାଙ୍କ ପରିଚୟ ମିଳିନଥିବା ବେଳେ ଏହା ଏକ ଅଧାପୋଡା ମହିଳାଙ୍କ ଶରୀର ବୋଲି ଜଣାପଡିଛି।



Source link

Leave A Reply

Your email address will not be published.