ଭୁବନେଶ୍ୱର : ଆମେ ଦୈନନ୍ଦିନ ଜୀବନରେ ଅନେକ କାମ କରିଥାଉ। କିନ୍ତୁ କିଛି ଅଭ୍ୟାସ ଏମିତି ରହିଛି, ଯାହାକୁ ଆମେ ସାଧାରଣ ବୋଲି ଭାବୁଥିଲେ ମଧ୍ୟ ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ସେଗୁଡ଼ିକୁ ନକାରାତ୍ମକ ବୋଲି ମନେ କରାଯାଏ। ହିନ୍ଦୁ ଧର୍ମଗ୍ରନ୍ଥରେ କୁହାଯାଇଛି, ମଣିଷର ପ୍ରତ୍ୟେକ କର୍ମର ପ୍ରଭାବ ତାଙ୍କ ଜୀବନ ଉପରେ ପଡ଼ିଥାଏ। ତେବେ କେଉଁ ୫ଟିଅଭ୍ୟାସ ଅଜାଣତରେ ଭାରୀ କର୍ମର କାରଣ ହୋଇପାରେ ଆସନ୍ତୁ ଜାଣିବା ।
1) ଅନ୍ତରାତ୍ମାର ସ୍ୱରକୁ ଅଣଦେଖା କରିବା :
ଅନେକ ସମୟରେ ଆମ ଅନ୍ତରାତ୍ମା ଆମକୁ ଠିକ୍ ଓ ଭୁଲ ବିଷୟରେ ପୂର୍ବରୁ ସଙ୍କେତ ଦେଇଥାଏ। କିନ୍ତୁ ଆମେ ତାକୁ ଅଣଦେଖା କରି ଏମିତି ପରିସ୍ଥିତିରେ ରହିଯାଉ, ଯାହା ଆମ ପାଇଁ ଉଚିତ ନୁହେଁ। କେବଳ ଯୁକ୍ତିକୁ ପ୍ରାଧାନ୍ୟ ଦେଇ ନିଜ ଅନ୍ତର୍ନିହିତ ଅନୁଭବକୁ ଦବାଇ ରଖିବା ଆଧ୍ୟାତ୍ମିକ ମତ ଅନୁସାରେ ନକାରାତ୍ମକ କର୍ମର କାରଣ ହୋଇପାରେ। ବିଶ୍ୱାସ କରାଯାଏ ଯେ, ଜୀବନ ଆମକୁ ସେହି ଏକା ପାଠକୁ ବାରମ୍ବାର ଶିଖାଇବାକୁ ଚେଷ୍ଟା କରେ, ଯେପର୍ଯ୍ୟନ୍ତ ଆମେ ନିଜ ଅନ୍ତରାତ୍ମାର ସ୍ୱରକୁ ଶୁଣିବା ଶିଖୁନାହୁଁ। ଏହା ଧାର୍ମିକ ଓ ଆଧ୍ୟାତ୍ମିକ ବିଶ୍ୱାସ ଉପରେ ଆଧାରିତ ଏକ ଧାରଣା।
2) ନ ଭାବିଚିନ୍ତି କଥା କହିବା :
ଆମେ କହୁଥିବା ପ୍ରତ୍ୟେକ ଶବ୍ଦର ପ୍ରଭାବ ଅନେକ ସମୟ ପର୍ଯ୍ୟନ୍ତ ରହିଥାଏ। ଗପସପ କରିବା, ରାଗରେ କଠୋର କଥା କହିବା କିମ୍ବା ଥଟ୍ଟା-ମଜାରେ ଏଭଳି କଥା କହିବା, ଯାହା ଅନ୍ୟର ମନକୁ ଆଘାତ ଦିଏ,ତାହା ଖରାପ ହୋଇପାରେ। ତେଣୁ ସବୁବେଳେ କଥା କହିବା ପୂର୍ବରୁ ସଚେତନ ରହିବା। ଅନେକ ଆଧ୍ୟାତ୍ମିକ ପରମ୍ପରାରେ ଅନାବଶ୍ୟକ କଥାକୁ କର୍ମ ଉପରେ ନକାରାତ୍ମକ ପ୍ରଭାବ ପକାଉଥିବା ବୋଲି ବିଶ୍ୱାସ କରାଯାଏ। ତେଣୁ ସକାରାତ୍ମକ କଥାବାର୍ତ୍ତାକୁ ଗୁରୁତ୍ୱ ଦିଅନ୍ତୁ ।
3) ଦେବାଠାରୁ ଅଧିକ ନେବାର ଅଭ୍ୟାସ :
ଜୀବନର ଅନେକ ସମ୍ପର୍କରେ ସମତୁଳନ ନଷ୍ଟ ହେଲେ ସମ୍ପର୍କ ଖରାପ ହୋଇପାରେ ବୋଲି ଆଧ୍ୟାତ୍ମିକ ମତ ରହିଛି। ଯେତେବେଳେ ଆମେ କାହାର ସହାୟତା ବାରମ୍ବାର ନେଉଛୁ, କିନ୍ତୁ ପ୍ରତିବଦଳରେ ସେହି ପରିମାଣର ସହଯୋଗ ଦେଉନାହୁଁ, ସେତେବେଳେ ସମ୍ପର୍କର ସନ୍ତୁଳନ ଭାଙ୍ଗିଯାଏ । ଏହି ଧାରଣା କେବଳ ମାନବ ସମ୍ପର୍କରେ ସୀମିତ ନୁହେଁ, ପରିବେଶ ସହିତ ଆମର ବ୍ୟବହାରକୁ ମଧ୍ୟ ଲାଗୁ ହୁଏ। ଖାଦ୍ୟ ଅପଚୟ କରିବା, ପାଣିର ଅନାବଶ୍ୟକ ବ୍ୟୟ କରିବା କିମ୍ବା ପ୍ରକୃତିର ସମ୍ପଦକୁ ଅସଚେତନ ଭାବେ ବ୍ୟବହାର କରିବାକୁ ମଧ୍ୟ ଆଧ୍ୟାତ୍ମିକ ଦୃଷ୍ଟିରୁ ଭାରୀ କର୍ମ ବୋଲି ମନେ କରାଯାଏ। ଧାରଣା ଅନୁସାରେ ବିଶ୍ୱ ସଦା ସମତୁଳନକୁ ପସନ୍ଦ କରେ।
4) ଭାବନାକୁ ଚପାଇ ରଖିବା :
ରାଗକୁ ଭିତରେ ଚାପି ରଖିବା, ଆଖିର ଲୁହକୁ ରୋକି ରଖିବା କିମ୍ବା ମନରେ ଥିବା ଭାବନାକୁ ପ୍ରକାଶ ନକରି ଭିତରେ ଚାପି ରଖିବା , ଏହା ଧୀରେ ଧୀରେ ମନରେ ଭାରି ହୋଇ ଶରୀର ଭିତରେ ଜମା ହୋଇଯାଏ। ସମୟ ସହିତ ଏହି ଅପ୍ରକାଶିତ ଭାବନାଗୁଡ଼ିକ ଅସ୍ଥିରତା , ଚିନ୍ତା କିମ୍ବା ସମ୍ପର୍କରେ ଟେନ୍ସନ ଭାବେ ପୁଣି ପ୍ରକଟ ହୋଇପାରେ। ଯେତେବେଳେ ଆମେ ନିଜ ଭାବନାକୁ ଦବାଇ ରଖୁଛୁ, ସେତେବେଳେ ଆମେ ସେହି ଭାରକୁ ସାଙ୍ଗରେ ନେଇଯାଉଛୁ ବୋଲି କୁହାଯାଏ। ଏହି ଚକ୍ର ଧୀରେ ଧୀରେ ଏକ ନୂଆ କର୍ମର ରୂପ ନେଇପାରେ, ଯାହା ଜୀବନର ମାନସିକ ସନ୍ତୁଳନକୁ ପ୍ରଭାବିତ କରେ।
5) ପ୍ରତିଶ୍ରୁତି ଦେଇ ଭାଙ୍ଗିଦେବା :
ସବୁବେଳେ ପ୍ରତିଶ୍ରୁତିର ଗୁରୁତ୍ୱ ଥାଏ । “ମୁଁ ପରେ ଫୋନ୍ କରିବି”, “କାଲି ସମାପ୍ତ କରିଦେବି”, “ମୁଁ ରାସ୍ତାରେ ଅଛି” ଏହି ପ୍ରତିଦିନର ସାଧାରଣ କଥାରେ ଯଦି ପ୍ରତିଶୃତି ଦେଇ ଭୁଲିଯାନ୍ତି, ତେବେ ଏହା ଧୀରେ ଧୀରେ କର୍ମ ଭାରି କରିଥାଏ । ଯେତେବେଳେ ପ୍ରତିଶ୍ରୁତି ଭାଙ୍ଗେ, ସେତେବେଳେ ମାନସିକ ଅସମତୁଳନ ସୃଷ୍ଟି ହୁଏ ଏବଂ ବ୍ୟକ୍ତି ଅସ୍ଥିରତା, ଅପରାଧବୋଧ କିମ୍ବା ଏକା ଅନୁଭବ କରିଥାଏ । ଛୋଟ ଛୋଟ ପ୍ରତିଶ୍ରୁତିକୁ ମଧ୍ୟ ପାଳନ କରିବା ଦ୍ୱାରା ଜୀବନର ସନ୍ତୁଳନ ଓ ବିଶ୍ୱାସକୁ ମଜବୁତ ହୁଏ ।
Source link
