Voice of Eastern India

Delhi Winter Action Plan 2026: ଶୀତଦିନ ପୂର୍ବରୁ ଦିଲ୍ଲୀ ସରକାରଙ୍କ ‘ୱିଣ୍ଟର ଆକ୍ସନ ପ୍ଲାନ’, ସହରକୁ ପଶିପାରିବନି ଅଣ- BS6 ଗାଡ଼ି


ନୂଆଦିଲ୍ଲୀ: ଶୀତଦିନେ ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଗୁଆ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ‘ପ୍ରୋଆକ୍ଟିଭ୍ ୱିଣ୍ଟର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ ଫ୍ରେମୱାର୍କ’ (ଶୀତକାଳୀନ ବାୟୁ ଗୁଣବତ୍ତା ପରିଚାଳନା ଯୋଜନା) ଘୋଷଣା କରିଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ସ୍ତର ବୃଦ୍ଧି ହେବା ପୂର୍ବରୁ ଲୋକଙ୍କୁ ସଚେତନ କରିବା ଏବଂ ବିଭିନ୍ନ ବିଭାଗକୁ ପ୍ରସ୍ତୁତ ରଖିବା ପାଇଁ ସରକାର ଏହି ଆଗୁଆ ପଦକ୍ଷେପ ନେଇଛନ୍ତି। ଏହି ନୂଆ ଯୋଜନା ଚଳିତ ବର୍ଷ ନଭେମ୍ବର ୧ରୁ କଡ଼ାକଡ଼ି ଭାବରେ ଲାଗୁ କରାଯିବ।

ନୂଆ ଯୋଜନାରେ କ’ଣ ରହିଛି ପ୍ରମୁଖ ନିୟମ ?

ଅଣ- BS6 କମସିଆଲ୍ ଗାଡ଼ି ଉପରେ ବ୍ୟାନ୍: ୨୦୨୬ ନଭେମ୍ବର ୧ରୁ ୨୦୨୭ ଜାନୁଆରୀ ୩୧ ପର୍ଯ୍ୟନ୍ତ ଦିଲ୍ଲୀ ବାହାରେ ପଞ୍ଜୀକୃତ ହୋଇଥିବା ସମସ୍ତ ଅଣ- BS6 କମର୍ସିଆଲ ଯାନର ପ୍ରବେଶ ଉପରେ ସମ୍ପୂର୍ଣ୍ଣ ଭାବରେ ପ୍ରତିବନ୍ଧକ ଲଗାଯାଇଛି। ତେବେ CNG, EV ଏବଂ ଜରୁରୀକାଳୀନ ସେବା ଗାଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି।

PUC ସାର୍ଟିଫିକେଟ୍ ବାଧ୍ୟତାମୂଳକ: ଏଣିକି ଦିଲ୍ଲୀର ପେଟ୍ରୋଲ ପମ୍ପଗୁଡ଼ିକରେ କେବଳ ସେହି ଗାଡ଼ିଗୁଡ଼ିକୁ ତେଲ କିମ୍ବା ଇନ୍ଧନ ମିଳିବ, ଯେଉଁମାନଙ୍କ ପାଖରେ ବୈଧ ପ୍ରଦୂଷଣ ପ୍ରମାଣପତ୍ର (PUCC) ଥିବ।

ପାର୍କିଂ ଫି ଦୁଇଗୁଣା: ବ୍ୟକ୍ତିଗତ ଗାଡ଼ିର ବ୍ୟବହାର କମାଇବା ପାଇଁ ୨୦୨୬ ନଭେମ୍ବର ୧ରୁ ୨୦୨୭ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍ୱୀକୃତିପ୍ରାପ୍ତ ପାର୍କିଂ ସ୍ଥଳରେ ପାର୍କିଂ ଶୁଳ୍କକୁ ଦୁଇଗୁଣା କରାଯିବ।

Also Read: ପ୍ରତିବନ୍ଧକ ହଟାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ, କହିଲେ-ସରକାରଙ୍କ ପାଖରେ କ୍ଷମତା ଅଛି

ୱର୍କ ଫ୍ରମ ହୋମ୍ ଏବଂ ଅଫିସ ସମୟ ପରିବର୍ତ୍ତନ: ରାସ୍ତାରେ ଗାଡ଼ି ସଂଖ୍ୟା କମାଇବା ପାଇଁ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକର ସମୟ ଅଲଗା ଅଲଗା କରାଯିବ ଏବଂ କର୍ମଚାରୀଙ୍କୁ ‘ୱର୍କ ଫ୍ରମ ହୋମ୍’ (Work From Home) ସୁବିଧା ଯୋଗାଇ ଦିଆଯିବ।

ନିର୍ମାଣ କାର୍ଯ୍ୟ ଉପରେ ରଖାଯିବ ନଜର: ଧୂଳି ପ୍ରଦୂଷଣ ରୋକିବା ପାଇଁ ବଡ଼ ନିର୍ମାଣ ସ୍ଥଳଗୁଡ଼ିକରେ ଆଣ୍ଟି-ସ୍ମଗ୍ ଗନ୍ ଏବଂ ମିଷ୍ଟ ସପ୍ରେସନ ସିଷ୍ଟମ ବ୍ୟବହାର କରିବା ବାଧ୍ୟତାମୂଳକ ହେବ। ବିଶେଷ କରି ୧୦ ଡିସେମ୍ବରରୁ ୨୦ ଜାନୁଆରୀ ମଧ୍ୟରେ ପ୍ରଦୂଷଣ ବଢ଼ିବା ଆଶଙ୍କା ଥିବାରୁ କିଛି ନିର୍ମାଣ କାର୍ଯ୍ୟ ଉପରେ ଅତିରିକ୍ତ କଟକଣା ଲାଗୁ ହୋଇପାରେ।

ଡ୍ରୋନ୍ ଜରିଆରେ କରାଯିବ ନିରୀକ୍ଷଣ: ଖୋଲା ସ୍ଥାନରେ ଆବର୍ଜନା କିମ୍ବା ଶୁଖିଲା ପତ୍ର ଜାଳିବା ଉପରେ ରୋକ ଲଗାଇବା ପାଇଁ ଡ୍ରୋନ୍ ଏବଂ ଫିଲ୍ଡ ଟିମ୍ ନିୟୋଜିତ କରାଯିବ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ମୋଟା ଅଙ୍କର ଜରିମାନା କରାଯିବ।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, କେବଳ ସରକାରଙ୍କ ଦ୍ୱାରା ପ୍ରଦୂଷଣ ବିରୋଧୀ ଲଢ଼େଇ ଜିତିବା ସମ୍ଭବ ନୁହେଁ, ଏଥିପାଇଁ ସମସ୍ତ ନାଗରିକ ଏବଂ ବ୍ୟବସାୟିକ ଅନୁଷ୍ଠାନର ସହଯୋଗ ଏକାନ୍ତ ଆବଶ୍ୟକ।



Source link

Leave A Reply

Your email address will not be published.