Voice of Eastern India

ଦୁଇ ପୁରୁଷଙ୍କ ମଧ୍ୟରେ ପଡ଼ିଲା ହାତଗଣ୍ଠି, ରୋଷଣିରେ କମ୍ପିଲା ଗାଁ, ଜମିଲା ଭୋଜିଭାତ ଆସର




କୋରେଇ: ସୁସଜ୍ଜିତ ଗାଡ଼ିରେ ଆସିଲେ ବର। ଡିଜେ ବଜାଇ ନାଚିଲେ ବରଯାତ୍ରୀ । ଉତ୍ସାହିତ ବର ନିଜେ ମଧ୍ୟ ନାଚିଲେ। ବରଗାଡ଼ି ପହଞ୍ଚୁ ଗ୍ରାମର ସିଦ୍ଧେଶ୍ୱରୀ ମା'ଙ୍କ ପୀଠରେ । ସେଠି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା କନ୍ୟା । ଧୂମଧାମରେ ହେଲା ବିବାହ। ହେଲେ କନ୍ୟା ବେଶରେ ସଜେଇ ହୋଇଥିଲେ ଆଉ ଜଣେ ପୁରୁଷ । ଯାଜପୁର ଜିଲ୍ଲା କୋରେଇ ବ୍ଳକ ବନ୍ଦାଳୋ ପଞ୍ଚାୟତ ଗହ୍ମାରିଆ ଗ୍ରାମରେ ହୋଇଥିବା ଏହି ‘ଅଣ୍ଡିରା ବିବାହ’ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭ ହୋଇ ସାରିଛି। ମାତ୍ର ଏଯାବତ୍ ଆଖ୍ ଦୃଶିଆ ବର୍ଷା ହେଉନାହିଁ। ଅନ୍ୟପକ୍ଷରେ ‘ଏଲ୍ ନିନୋ’ ପ୍ରଭାବରେ ଖୁବ୍ କମ୍ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଗ୍ରୀଷ୍ମ ପ୍ରବାହ ! ଏଯାବତ୍ ଜାରି ରହିଛି । ଗହ୍ମାରିଆ ଗ୍ରାମରେ ଏକ ପରମ୍ପରା

ରହିଛି ‘ଅଣ୍ଡିରା ବିବାହ’ କରାଇଲେ ସ୍ବାଭାବିକ ବର୍ଷା ହୁଏ। ଏହି ବିବାହ କରାଗଲେ ରିଷ୍ଟ ଖଣ୍ଡନ ହୋଇ ନିଶ୍ଚିତ ବର୍ଷା ହୋଇଥାଏ ବୋଲି ବିଶ୍ବାସ ରହିଛି। ୨୫ବର୍ଷ ତଳେ ଏପରି ବିବାହ ହୋଇଥିଲା। ପରେ ଆଉ ଆୟୋଜନ ହୋଇନାହିଁ ବୋଲି ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି। ଚଳିତ ଥର ଅନିୟମିତ ବର୍ଷା ପାଇଁ ଗ୍ରାମବାସୀ ଏହି ପରମ୍ପରାକୁ ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପରି ନେଇଥିଲେ। ଚଳିତ ମାସ ୧୭ ତାରିଖ ଦିନ ଏହି ନିଆରା ବିବାହ ଉତ୍ସବ ପାଇଁ ତିଥୁ ନିର୍ଦ୍ଧାରଣ କରାଯାଇଥିଲା। ସ୍ଥାନୀୟ

ସରପଞ୍ଚ ବିଷ୍ଣୁ ଚରଣ ରଥଙ୍କ ମଧ୍ୟସ୍ଥିତାରେ ବର ଭାବେ ଯତିନ ଖଟୁଆ ଓ କନ୍ୟା ଭାବେ କାଳନ୍ଦି ନାୟକ ବିବାହ ପାଇଁ ରାଜି ହୋଇଥିଲେ। ବିବାହ ପାଇଁ ଗହ୍ମାରିଆ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ସିଦ୍ଧେଶ୍ୱରୀଙ୍କ ପୀଠରେ ବେଦି ପ୍ରସ୍ତୁତ କରାଗଲା। ସାରା ଗ୍ରାମବାସୀ ବିବାହ ଆୟୋଜନରେ ମାତିଲେ । ସନ୍ଧ୍ୟାରେ ଡିଜେ ଓ ବାଜା ବଜାଇ, ବାଣ ଫୁଟାଇ ସୁସଜ୍ଜିତ କାରରେ ଗାଁ ମୁଣ୍ଡରୁ ବର ବାହାରିଥିଲା । ବରଯାତ୍ରୀରେ ସମସ୍ତ ଗ୍ରାମବାସୀ ସାମିଲ ହୋଇ ନାଚି ନାଚି ବରକୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ସେଠାରେ ବର ପିତା ଭାବେ ଲକ୍ଷ୍ମଣ ଖଟୁଆ ଓ କନ୍ୟା ପିତା ମାନଗୋବିନ୍ଦ ନାୟକ ଉପସ୍ଥିତ ରହି ବିବାହ କରାଇଥିଲେ । ସଂପୂର୍ଣ ହିନ୍ଦୁ ରୀତିନୀତି ଅନୁସାରେ ଉଭୟଙ୍କ ବିବାହ ହୋଇଥିଲା । ପରେ କନ୍ୟାକୁ ସମସ୍ତେ ବର ସହିତ ବିଦାୟ ଦେଇଥିଲେ । ମନ୍ଦିର ନିକଟରେ ଆୟୋଜନ ହୋଇଥିବା ଭୋଜିରେ ଗ୍ରାମବାସୀ ସାମିଲ ହୋଇଥିଲେ।

କାଳନ୍ଦି ନାୟକ, ବିଜୟ ଖଟୁଆ, ସୁନିଲ ରଥ, ଲକ୍ଷ୍ମଣ ନାୟକ, ରାଇ ଖଟୁଆ, ନଟବର ଜେନା, ଘଣ୍ଟେଶ୍ଵର ଜେନା, ବଳରାମ ଦେହୁରୀ, ବସନ୍ତ ଖଟୁଆ, ଛତୁ ଖଟୁଆ, ଦୀନବନ୍ଧୁ ଖଟୁଆ, ଟୁନା ଜେନା, ଗଣେଶ ପ୍ରସାଦ ଜେନା, ଟେରୁ ମଲ୍ଲିକ, ପୀତବାସ ସାହୁ, ନଟବର ସାହୁ, ମାଧବ ଖଟୁଆ, କାଳଦି ମଲ୍ଲିକ, ସଦାନନ୍ଦ ମଲ୍ଲିକ, ଅଜୟ ମହାକୁଡ଼, ଭୀମସେନ ମହାକୁଡ଼, ବିଜୟ ଦାଶ, ଟିକି ନାୟକ, ସୁରେନ୍ଦ୍ର ଦେହୁରୀ, ମନୁଆ ଦେହୁରୀ, ବିକ୍ରମ ଖଟୁଆଙ୍କ ସମେତ ସମୂହ ଗ୍ରାମବାସୀ ଏହାକୁ ଆୟୋଜନ କରିଥିଲେ।



Source link

Leave A Reply

Your email address will not be published.