Voice of Eastern India

ଜି-୭ ସମ୍ମିଳନୀରେ ମେଲୋନୀଙ୍କ ଝିଅ : ହାତ ଧରି ଚାଲୁଥିଲେ, କ୍ୟାମେରା ଦେଖି ଲୁଚିଗଲେ…ଭାଇରାଲ ହେଉଛି ଭିଡିଓ


ପ୍ୟାରିସ,|୦୬:ଫ୍ରାନ୍ସରେ ଆୟୋଜିତ ଜି-୭ ସମ୍ମିଳନୀରେ ବିଶ୍ୱର ଅନେକ ଟପ୍ ନେତା ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ସମ୍ମିଳନୀରେ ଯୋଗ ଦେଇଥିଲେ । ଅନେକ ବୈଶ୍ୱିକ ପ୍ରସଙ୍ଗ ବାବଦରେ ଏଠାରେ ଆଲୋଚନା ହୋଇଥିଲା । କିନ୍ତୁ ସମ୍ମିଳନୀରେ ସମସ୍ତଙ୍କ ନଜରରେ ଥିଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ୧୦ ବର୍ଷର ଝିଅ ଜିନେବ୍ରା ଜିୟାମ୍ବ୍ରୁନୋ । ଜିନେବ୍ରାଙ୍କ ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଜିନେବ୍ରା ନିଜ ମାଆ ମେଲୋନୀଙ୍କ ସହ ସମ୍ମିଳନୀରେ ପହଁଚିଥିଲେ । କିନ୍ତୁ ତାଙ୍କ କାର୍ଯ୍ୟକଳାପ ସମସ୍ତଙ୍କ ମନ ଜିତି ନେଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଯେତେବେଳେ ଟପ୍ ନେତାଙ୍କୁ ସ୍ୱାଗତ କରିବା ସମୟରେ ଫଟୋ ଗ୍ରାଫର୍ ମାନେ ଏକାଠି ହୋଇଥିଲେ ସେତେବେଳେ ଜିନେବ୍ରା ଲାଜେଇ ଯାଉଥିଲେ ।

ଏହାସହ ସେ ସଦାବେଳେ ମାଆ ମେଲୋନୀଙ୍କ ହାତ ଧରି ରହୁଥିଲେ । କ୍ୟାମେରାକୁ ଦେଖି ଲୁଚି ଯାଉଥିଲେ । ଗଣମାଧ୍ୟମରୁ ସମ୍ପୂର୍ଣ୍ଣ ଭାବେ ଦୂରତା ବଜାୟ ରଖୁଥିଲେ । ଯେତେବେଳେ ମେଲୋନୀ ଅନ୍ୟ ଅଧିକାରୀ ଏବଂ ନେତାଙ୍କୁ ଭେଟୁଥିଲେ ସେହି ସମୟରେ ଝିଅ ତାଙ୍କ ପଛରୁ ଲୁଚି ରହୁଥିଲେ ।

ତେବେ ଜିନେବ୍ରାଙ୍କ ଏପରି ଆଚରଣ କ୍ୟାମେରାରେ କଏଦ ହୋଇଛି । ଯାହା ଖୁବ୍ ଭାଇରାଲ୍ ହେଉଛି । ଅନେକ ୟୁଜର ଏହାକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି । କେହି କେହି ଏତେ କମ୍ ବୟସରେ ମିଡିଆର ସାମ୍ନା କରିବା ସହଜ ନୁହେଁ ବୋଲି କହୁଛନ୍ତି । ଆଉ କିଛି ବ୍ୟକ୍ତି ଏପରି ସ୍ଥିତିରେ ଅଧିକାଂଶ ଶିଶୁ ଚୁପ୍ ରହିବାକୁ ପସନ୍ଦ କରୁଥିବା କମେଣ୍ଟରେ ଲେଖୁଛନ୍ତି ।

Also Read :-ସାଇବର୍ ଠକଙ୍କ ଜାଲରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ : ଲୁଟିନେଲେ ୭ କୋଟି ୮୦ ଲକ୍ଷ ଟଙ୍କା

ସୂଚନାଯୋଗ୍ୟ, ଜୁନ ୧୫ରୁ ୧୭ ତାରିଖ ମଧ୍ୟରେ ଜି-୭ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଜାପାନ, ବ୍ରିଟେନ୍ ଭଳି ଦେଶର ପ୍ରତିନିଧି ଏବଂ ରାଷ୍ଟ୍ରନେତା ସାମିଲ ହୋଇଥିଲେ । ଏହାବ୍ୟତୀତ ୟୁରୋପୀୟ ୟୁନିଅନର ପ୍ରତିନିଧି ମଧ୍ୟ ଏଥିରେ ଯୋଗ ଦେଇଥିଲେ ।





Source link

Leave A Reply

Your email address will not be published.