Voice of Eastern India

୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି, ରାଜଧାନୀ ଭୁବନେଶ୍ବରରେ ନୂଆ ରାସ୍ତାର କଲେ ଉଦ୍‌ଘାଟନ


ଭୁବନେଶ୍ବର ୧୨।୬: ଉଦଘାଟନ ହେଲା ଜୟଦେବ ବିହାର ନନ୍ଦନକାନନ ପାରାଲାଲ ରୋଡ୍। ଏକାମ୍ର କାନନରୁ ଚୁନକୋଇଲି ପର୍ଯ୍ୟନ୍ତ ଥିବା ରାସ୍ତାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଦୀର୍ଘ ଦିନ ଧରି ଏହି ରାସ୍ତା ନିର୍ମାଣ ହୋଇପାରୁନଥିଲା । ୯୦୦ ମିଟର ରାସ୍ତା ଜବରଦଖଲରେ ଥିବାରୁ ଏହାକୁ ଉଚ୍ଛେଦ କରି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା ପୂର୍ତ୍ତ ବିଭାଗ । ଏହି ୯୦୦ ମିଟର ରାସ୍ତା ପାଇଁ ୧୦ କୋଟି ୭୭ ଲକ୍ଷ ଟଙ୍କା ବିନିଯୋଗ ହୋଇଛି ।

ଏଣିକି ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍ ପର୍ଯ୍ୟନ୍ତ ଆଉ ଭିଡ଼ରେ ରହିବାକୁ ପଡିବ ନାହିଁ ଲୋକଙ୍କୁ । ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରେ ଏହି ରାସ୍ତା ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Also Read:- ଡଙ୍ଗା ନେଇ ମାଛ ଧରିବାକୁ ଯାଇଥିଲେ, ରେଙ୍ଗାଳି ଡ୍ୟାମ୍‌ରେ ଯୁବକ ନିଖୋଜ

ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁଶାନ୍ତ ରାଉତ, ବାବୁ ସିଂ, ମେୟର ସୁଲୋଚନା ଦାସ, ପୂର୍ତ୍ତ ବିଭାଗ ସଚିବ ସଞ୍ଜୟ ସିଂ, ବିଏମସି କମିଶନର ଚଞ୍ଚଳ ରାଣା, ସିପି, ଡିସିପି ଓ ବରିଷ୍ଠ ଅଧିକାରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ ।

ଏକାମ୍ର କାନନ ଛକରୁ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାଥ୍‌ମେଟିକ୍ସ ପର୍ଯ୍ୟନ୍ତ ୧୩ କିଲୋମିଟର ଏହି ରାସ୍ତା ରହିଛି । ବହୁ ଦିନର ଅପେକ୍ଷା ଥିଲା ଆଜି ଏହା ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଗକୁ ଭୁବନେଶ୍ୱରରେ ନୂଆ ୩୬ଟି ରାସ୍ତା ନିର୍ମାଣ ହେବ ।



Source link

Leave A Reply

Your email address will not be published.